ଅଧିକାର ମାଗୁଛନ୍ତି ହଲିଉଡ୍‌ ଲେଖକ

ଓ୍ବାଶିଂଟନ୍‌,୪ା୫ : ବୃହତ୍‌ ଷ୍ଟୁଡିଓ ତଥା ଷ୍ଟ୍ରିମିଂ ସର୍ଭିସ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଲାଏନ୍ସ ଅଫ୍‌ ମୋଶନ ପିକ୍ଚର୍ସ ଆଣ୍ଡ୍‌ ଟେଲିଭିଜନ୍‌ ପ୍ରଡ୍ୟୁସର୍ସ (ଏଏମ୍‌ପିଟିପି) ଏବଂ ୟୁନିୟନ୍‌ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ହଲିଉଡ୍‌ ଫିଲ୍ମ ଓ ଟିଭି ଶୋ’ ଲେଖକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଇଣ୍ଡଷ୍ଟ୍ରିର ୧୧,୫୦୦ ସଦସ୍ୟ ମଙ୍ଗଳବାର ଅପରାହ୍ନରୁ ଲେଖିବା ବନ୍ଦ କରିଦେଇଥିବା ରାଇଟର୍ସ ଗିଲ୍ଡ ଅଫ୍‌ ଆମେରିକା (ଡବ୍ଲ୍ୟୁଜିଏ) ପକ୍ଷରୁ ଘୋଷଣା କରାଯାଇଛି। ଦୀର୍ଘ ୧୫ ବର୍ଷ ପରେ ଏହା ହେଉଛି ହଲିଉଡ୍‌ ରାଇଟର୍ସଙ୍କ ପ୍ରଥମ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଆଗାମୀ ଦିନରେ ଟିଭି କାର୍ଯ୍ୟକ୍ରମ ଓ ଫିଲ୍ମଗୁଡ଼ିକ ଉପରେ ଏହାର ବହୁଳ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

ଡବ୍ଲ୍ୟୁଜିଏର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ରାଇଟର୍ସ ଗିଲ୍ଡ ଅଫ୍‌ ଆମେରିକା ଓ୍ବେଷ୍ଟ ପକ୍ଷରୁ ଟୁଇଟ୍‌ କରାଯାଇଛି। ସ୍କ୍ରିନ୍‌ରାଇଟର୍ସଙ୍କ ପାଇଁ ରେସିଡ୍ୟୁଆଲ୍ସ ହେଉଛି ରୟାଲ୍ଟି ପାଉଣା ସଦୃଶ, ଯାହା ସେମାନେ ଉଭୟ ବ୍ରଡ୍‌କାଷ୍ଟ ଓ ଷ୍ଟ୍ରିମିଂରୁ ପାଇଥାଆନ୍ତି। କିନ୍ତୁ ସମ୍ପ୍ରତି ସେମାନେ ବ୍ରଡ୍‌କାଷ୍ଟରୁ ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି। ଷ୍ଟ୍ରିମିଂର ଚାହିଦା ବଢ଼ିବାରେ ଲାଗିଥିବାରୁ ଏହା ଅଧିକ ଲାଭଦାୟକ ହୋଇଛି। ଫଳରେ ଇଣ୍ଡଷ୍ଟ୍ରିରେ ଅସ୍ଥିରତା ସୃଷ୍ଟି ହୋଇଛି। କୌଣସି ଟେଲିଭିଜନ୍‌ ଶୋ’ର ଏକ ଅଧ୍ୟାୟ ଉଭୟ ରେଗୁଲାର ଟିଭି ଏବଂ ଷ୍ଟ୍ରିମିଂ ସର୍ଭିସ୍‌ରେ ପ୍ରସାରିତ ହେଲେ ଅଧିକାଂଶ କମ୍ପାନୀ ଷ୍ଟ୍ରିମିଂ ପାଇଁ କମ୍‌ ରେସିଡ୍ୟୁଆଲ୍ସ ଦେଇଥାଆନ୍ତି। ଷ୍ଟ୍ରିମିଂ ହେଉଥିବା ଶୋ’ ହିଟ୍‌ ହେଉ କି ନ ହେଉ ଏହାର ଲେଖକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପ୍ରଦାନ କରାଯାଇଥାଏ। କିନ୍ତୁ ବ୍ରଡ୍‌କାଷ୍ଟ ଟେଲିଭିଜନ୍‌ ‘ରିଓ୍ବାର୍ଡ ଫର୍‌ ସକ୍‌ସେସ୍‌’ ମଡେଲ ଆପଣାଇଥାଆନ୍ତି। ପାଉଣା ପ୍ରଦାନର ‘ସଫଳତା ପାଇଁ ପୁରସ୍କାର’ ନମୁନା ଅନୁସାରେ କୌଣସି ଶୋ’ ହିଟ୍‌ ହେଲେ ଲେଖକମାନେ ଅଧିକ ରେସିଡ୍ୟୁଆଲ୍ସ ବା ଅବଶିଷ୍ଟ ଅର୍ଥ ଆୟ କରିପାରନ୍ତି।
ଯୁକ୍ତି ହେଉଛି, ସଫଳତାକୁ ଷ୍ଟ୍ରିମିଂ ରେସିଡ୍ୟୁଆଲ୍ସରେ ସାମିଲ କରାଯାଉ ନ ଥିବାରୁ ଅନୁଭବୀ ଲେଖକଙ୍କୁ ଉଚିତ ପାରିଶ୍ରମିକ ସହ ସ୍ବୀକୃତି ମିଳୁନାହିଁ। ଏଭଳି ସମୟରେ ଷ୍ଟୁଡିଓ ଓ ଷ୍ଟ୍ରିମର୍ସ ଲେଖକଙ୍କ ପାଉଣା କାଟ୍‌ ପାଇଁ ଉଦ୍ୟମ ଚଳାଇଛନ୍ତି। ଷ୍ଟ୍ରିମିଂ ସେବାଗୁଡ଼ିକର ମିଶ୍ରଣ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ କାଟାଲଗ୍‌ରୁ ପୁରୁଣା ଶୋ’ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦେବାରେ ଲାଗିଛନ୍ତି। ଫଳରେ ସେହି ଶୋ’ରୁ ଲେଖକମାନେ କିଛି ଆୟ କରିପାରିବେ ନାହିଁ। ଏହାର ପ୍ରତିବାଦରେ ଲେଖକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେହିପରି ସ୍କ୍ରିପ୍ଟ ରାଇଟିଂରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଆଇଏ)ର ବ୍ୟବହାର ଉପରେ ମଧ୍ୟ ଆଇନ ପ୍ରଣୟନ କରାଯାଉ। ଏଏମ୍‌ପିଟିପିକୁ କାହାଣୀର ଉତ୍ସ ଭାବେ ବ୍ୟବହାର କରା ନ ଯାଉ ବୋଲି ଲେଖକମାନେ ଦାବି କରିଛନ୍ତି। ପ୍ରକାଶ ଯେ, ୨୦୦୭ରେ ବଲିଉଡ୍‌ ଲେଖକମାନେ କରିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ୧୦୦ ଦିନ ଧରି ଚାଲିଥିଲା। ଏଥିଯୋଗୁ ଫିଲ୍ମ ନିର୍ମାଣ ବନ୍ଦ ହୋଇଯିବାରୁ କାଲିଫର୍ନିଆର ଅର୍ଥନୀତିକୁ ୨.୧ ବିଲିୟନ୍‌ ଡଲାର କ୍ଷତି ସହିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri