ଅଧିକାର ମାଗୁଛନ୍ତି ହଲିଉଡ୍‌ ଲେଖକ

ଓ୍ବାଶିଂଟନ୍‌,୪ା୫ : ବୃହତ୍‌ ଷ୍ଟୁଡିଓ ତଥା ଷ୍ଟ୍ରିମିଂ ସର୍ଭିସ୍‌ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଲାଏନ୍ସ ଅଫ୍‌ ମୋଶନ ପିକ୍ଚର୍ସ ଆଣ୍ଡ୍‌ ଟେଲିଭିଜନ୍‌ ପ୍ରଡ୍ୟୁସର୍ସ (ଏଏମ୍‌ପିଟିପି) ଏବଂ ୟୁନିୟନ୍‌ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ହଲିଉଡ୍‌ ଫିଲ୍ମ ଓ ଟିଭି ଶୋ’ ଲେଖକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଇଣ୍ଡଷ୍ଟ୍ରିର ୧୧,୫୦୦ ସଦସ୍ୟ ମଙ୍ଗଳବାର ଅପରାହ୍ନରୁ ଲେଖିବା ବନ୍ଦ କରିଦେଇଥିବା ରାଇଟର୍ସ ଗିଲ୍ଡ ଅଫ୍‌ ଆମେରିକା (ଡବ୍ଲ୍ୟୁଜିଏ) ପକ୍ଷରୁ ଘୋଷଣା କରାଯାଇଛି। ଦୀର୍ଘ ୧୫ ବର୍ଷ ପରେ ଏହା ହେଉଛି ହଲିଉଡ୍‌ ରାଇଟର୍ସଙ୍କ ପ୍ରଥମ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଆଗାମୀ ଦିନରେ ଟିଭି କାର୍ଯ୍ୟକ୍ରମ ଓ ଫିଲ୍ମଗୁଡ଼ିକ ଉପରେ ଏହାର ବହୁଳ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।

ଡବ୍ଲ୍ୟୁଜିଏର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ରାଇଟର୍ସ ଗିଲ୍ଡ ଅଫ୍‌ ଆମେରିକା ଓ୍ବେଷ୍ଟ ପକ୍ଷରୁ ଟୁଇଟ୍‌ କରାଯାଇଛି। ସ୍କ୍ରିନ୍‌ରାଇଟର୍ସଙ୍କ ପାଇଁ ରେସିଡ୍ୟୁଆଲ୍ସ ହେଉଛି ରୟାଲ୍ଟି ପାଉଣା ସଦୃଶ, ଯାହା ସେମାନେ ଉଭୟ ବ୍ରଡ୍‌କାଷ୍ଟ ଓ ଷ୍ଟ୍ରିମିଂରୁ ପାଇଥାଆନ୍ତି। କିନ୍ତୁ ସମ୍ପ୍ରତି ସେମାନେ ବ୍ରଡ୍‌କାଷ୍ଟରୁ ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି। ଷ୍ଟ୍ରିମିଂର ଚାହିଦା ବଢ଼ିବାରେ ଲାଗିଥିବାରୁ ଏହା ଅଧିକ ଲାଭଦାୟକ ହୋଇଛି। ଫଳରେ ଇଣ୍ଡଷ୍ଟ୍ରିରେ ଅସ୍ଥିରତା ସୃଷ୍ଟି ହୋଇଛି। କୌଣସି ଟେଲିଭିଜନ୍‌ ଶୋ’ର ଏକ ଅଧ୍ୟାୟ ଉଭୟ ରେଗୁଲାର ଟିଭି ଏବଂ ଷ୍ଟ୍ରିମିଂ ସର୍ଭିସ୍‌ରେ ପ୍ରସାରିତ ହେଲେ ଅଧିକାଂଶ କମ୍ପାନୀ ଷ୍ଟ୍ରିମିଂ ପାଇଁ କମ୍‌ ରେସିଡ୍ୟୁଆଲ୍ସ ଦେଇଥାଆନ୍ତି। ଷ୍ଟ୍ରିମିଂ ହେଉଥିବା ଶୋ’ ହିଟ୍‌ ହେଉ କି ନ ହେଉ ଏହାର ଲେଖକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପ୍ରଦାନ କରାଯାଇଥାଏ। କିନ୍ତୁ ବ୍ରଡ୍‌କାଷ୍ଟ ଟେଲିଭିଜନ୍‌ ‘ରିଓ୍ବାର୍ଡ ଫର୍‌ ସକ୍‌ସେସ୍‌’ ମଡେଲ ଆପଣାଇଥାଆନ୍ତି। ପାଉଣା ପ୍ରଦାନର ‘ସଫଳତା ପାଇଁ ପୁରସ୍କାର’ ନମୁନା ଅନୁସାରେ କୌଣସି ଶୋ’ ହିଟ୍‌ ହେଲେ ଲେଖକମାନେ ଅଧିକ ରେସିଡ୍ୟୁଆଲ୍ସ ବା ଅବଶିଷ୍ଟ ଅର୍ଥ ଆୟ କରିପାରନ୍ତି।
ଯୁକ୍ତି ହେଉଛି, ସଫଳତାକୁ ଷ୍ଟ୍ରିମିଂ ରେସିଡ୍ୟୁଆଲ୍ସରେ ସାମିଲ କରାଯାଉ ନ ଥିବାରୁ ଅନୁଭବୀ ଲେଖକଙ୍କୁ ଉଚିତ ପାରିଶ୍ରମିକ ସହ ସ୍ବୀକୃତି ମିଳୁନାହିଁ। ଏଭଳି ସମୟରେ ଷ୍ଟୁଡିଓ ଓ ଷ୍ଟ୍ରିମର୍ସ ଲେଖକଙ୍କ ପାଉଣା କାଟ୍‌ ପାଇଁ ଉଦ୍ୟମ ଚଳାଇଛନ୍ତି। ଷ୍ଟ୍ରିମିଂ ସେବାଗୁଡ଼ିକର ମିଶ୍ରଣ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ କାଟାଲଗ୍‌ରୁ ପୁରୁଣା ଶୋ’ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦେବାରେ ଲାଗିଛନ୍ତି। ଫଳରେ ସେହି ଶୋ’ରୁ ଲେଖକମାନେ କିଛି ଆୟ କରିପାରିବେ ନାହିଁ। ଏହାର ପ୍ରତିବାଦରେ ଲେଖକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେହିପରି ସ୍କ୍ରିପ୍ଟ ରାଇଟିଂରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଆଇଏ)ର ବ୍ୟବହାର ଉପରେ ମଧ୍ୟ ଆଇନ ପ୍ରଣୟନ କରାଯାଉ। ଏଏମ୍‌ପିଟିପିକୁ କାହାଣୀର ଉତ୍ସ ଭାବେ ବ୍ୟବହାର କରା ନ ଯାଉ ବୋଲି ଲେଖକମାନେ ଦାବି କରିଛନ୍ତି। ପ୍ରକାଶ ଯେ, ୨୦୦୭ରେ ବଲିଉଡ୍‌ ଲେଖକମାନେ କରିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ୧୦୦ ଦିନ ଧରି ଚାଲିଥିଲା। ଏଥିଯୋଗୁ ଫିଲ୍ମ ନିର୍ମାଣ ବନ୍ଦ ହୋଇଯିବାରୁ କାଲିଫର୍ନିଆର ଅର୍ଥନୀତିକୁ ୨.୧ ବିଲିୟନ୍‌ ଡଲାର କ୍ଷତି ସହିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?