Posted inଜାତୀୟ

ଛୁଟି ପାଇଁ ଲାଞ୍ଚ: ଶିକ୍ଷା ବିଭାଗ କଲା ପର୍ଦ୍ଦାଫାଶ୍‌

ଲକ୍ଷ୍ନୌ,୫।୧୨: ଉତ୍ତରପ୍ରଦେଶରେ ଛୁଟି ପାଇଁ ପ୍ରାଥମିକ ଶିକ୍ଷୟତ୍ରୀ ଏବଂ ଶିକ୍ଷକଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। ପରେ ସତକଥା ପଦାକୁ ଆସିଥିଲା। ଶିକ୍ଷା ବିଭାଗ ପକ୍ଷରୁ ଆଇଭିଆର୍‌ଏସ୍‌ (ଇଣ୍ଟ୍ରାକ୍ଟିଭ୍‌ ଭଏସ୍‌ ରେସପନ୍ସ୍‌ ସିଷ୍ଟମ୍‌) କଲ୍‌ କରାଯାଇ ରାଜ୍ୟର ୧୨ ହଜାର ୭୩୩ ଜଣ ପ୍ରାଥମିକ ଶିକ୍ଷୟତ୍ରୀ-ଶିକ୍ଷକଙ୍କ ସହିତ କଥାବାର୍ତ୍ତା କରାଯାଇଥିଲା। ସେମାନେ ଛୁଟି ପାଇଁ ଲାଞ୍ଚ ଦେଉଥିବା ପ୍ରକାଶ କରିଥିଲେ। ଶିକ୍ଷା ଅଧିକାରୀମାନେ ଲାଞ୍ଚ ବିନା ଛୁଟି ମଞ୍ଜୁର କରୁ ନ ଥିବା ୧୫୪୮ ଶିକ୍ଷୟତ୍ରୀ-ଶିକ୍ଷକ ପ୍ରକାଶ କରିଛନ୍ତି। ମେଡିକାଲ୍‌ ଲିଭ୍‌ ଅଥବା ପିଲାଙ୍କ ଯତ୍ନ ନେବା ଲାଗି କରାଯାଉଥିବା ଛୁଟି ଆବେଦନରେ ଲାଞ୍ଚ ଦେବାକୁ ପଡୁଥିବା ସେମାନେ ସ୍ବୀକାର କରିଛନ୍ତି। ବିବାହ ପାଇଁ ଦୁଇଗୁଣା ଲାଞ୍ଚ ଦେବାକୁ ପଡୁଥିବା ସେମାନେ କହିଛନ୍ତି। ସାଧାରଣ ଛୁଟି ପାଇଁ ଦିନ ପିଛା ୫୦୦ରୁ ୧୦୦୦ଟଙ୍କା ଦେବାକୁ ପଡୁଥିବାବେଳେ ବିବାହ କ୍ଷେତ୍ରରେ ଏହା ୨ ହଜାର ଟଙ୍କା ଶିକ୍ଷା ଅଧିକାରୀଙ୍କୁ ଦେବାକୁ ପଡ଼ିଥାଏ ବୋଲି ଶିକ୍ଷୟତ୍ରୀ-ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଏବେ ଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଚା’ ପିଇବାକୁ ମମତାଙ୍କ ନିମନ୍ତ୍ରଣ ପରେ ବଢୁଛି ରାଜନୈତିକ ଚର୍ଚ୍ଚା

କୋଲକତା,୧୯।୮:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ରାଜ୍ୟ ସଚିବାଳୟରେ ଚା ’ ପାଇଁ ନିମନ୍ତ୍ରଣ କରିବା ପରେ ରାଜନୈତିକ କଳ୍ପନାଜଳ୍ପନା...

କରାଚୀରେ ଜରୁରୀକାଳିନ ଅବତରଣ କଲା ଦିଲ୍ଲୀ-ଦୋହା ଫ୍ଲାଇଟ୍‌

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀରୁ ଦୋହା ଯାଉଥିବା କାତାର ଏୟାରଓ୍ବେଜର ଏକ ଫ୍ଲାଇଟ୍‌ ପାକିସ୍ତାନର କରାଚୀ ବିମାନ ବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ତେବେ ବିମାନରେ ଟେକ୍‌ନିକାଲ ସମସ୍ୟା...

ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୟୁପିରେ ବି ସ୍ଥିତି ଅସମ୍ଭାଳ, ୨୩ ରାଜ୍ୟକୁ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୦ ।୧୦: ବିଦାୟ ନେଲାଣି ମୌସୁମୀ । ହେଲେ ଅଦିନିଆ ବର୍ଷା ଅଧିକାଂଶ ରାଜ୍ୟର ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଦିଲ୍ଲୀରେ ହୋଇଥିବା ବର୍ଷା...

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: କିସ୍ତିରେ ପଇଠ କରିହେବ ବିଲ୍‌

ମୁମ୍ବାଇ,୩୦।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ସେଠାରେ ଅନେକ ଲୋକ ରୋଜଗାର ହରାଇ ବସିଛନ୍ତି। ଏମିତିକି କରୋନା ସଂକ୍ରମଣକୁ...

ଗ୍ୟାଙ୍ଗଷ୍ଟର ରବି ପୂଜାରୀ ଗିରଫ

ବେଙ୍ଗାଲୁରୁ,୨୪ା୨(ପି.ଟି.): ଦୁର୍ଦ୍ଧର୍ଷ ଗ୍ୟାଙ୍ଗଷ୍ଟର ରବି ପୂଜାରୀଙ୍କୁ ଦକ୍ଷିଣ ଆଫ୍ରିକାରେ ଗିରଫ କରାଯିବା ପରେ ଭାରତ ଅଣାଯାଉଛି। ପ୍ରତ୍ୟର୍ପଣ ପରେ ତାଙ୍କୁ ଭାରତ ଅଣାଯାଉଛି। ଗ୍ୟାଙ୍ଗଷ୍ଟରଙ୍କୁ ଆଣିବା...

ନଭେମ୍ବର ୧୩ ପର୍ଯ୍ୟନ୍ତ ହରିୟାଣା-ପଞ୍ଜାବରେ ୫୭ହଜାର ଥର ଜଳାଯାଇଛି ନଡା: ନାସା

ନୂଆଦିଲ୍ଲୀ,୧୪ ।୧୧: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା)ର ସାଟେଲାଇଟ ଡାଟାର ତଥ୍ୟ ଅନୁଯାୟୀ, ଚଳିତବର୍ଷ ନଭେମ୍ବର ୧ରୁ ୧୩ ମଧ୍ୟରେ ପଞ୍ଜାବ ଓ ହରିୟାଣାରେ...

ବିରୋଧୀ ଏକତାକୁ ଝଟକା

ନୂଆଦିଲ୍ଲୀ,୨୪-୫- :ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିଥିଲା। ନିର୍ବାଚନ ପୂର୍ବରୁ ବିଭିନ୍ନ ମଞ୍ଚରେ କଂଗ୍ରେସ ସମେତ...

ଅଗଷ୍ଟ ଶେଷ ବେଳକୁ ଆସିପାରେ କରୋନାର ତୃତୀୟ ଲହର: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୬ ।୭: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସରୁ ସରୁ ତୃତୀୟ ଲହର ଆରମ୍ଭ ହେବାର ଭୟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି...

Advertisement
Archives

Model This Week