ହୋଲି: କେଉଁଠି କେମିତି

ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ପାଳନ କରାଯାଇଥାଏ। ଏଠାରେ ସେମିତି କେତେକ ଖାସ୍‌ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାରେ ହୋଲିର କିଛି ଭିନ୍ନ ଛାପ ଦେଖିବାକୁ ମିଳିଥାଏ…

ମଥୁରା ଓ ବୃନ୍ଦାବନର ହୋଲି: ମଥୁରା (ପ୍ରଭୁ କୃଷ୍ଣଙ୍କ ଜନ୍ମସ୍ଥାନ) ଓ ବୃନ୍ଦାବନ (ଯେଉଁଠି କୃଷ୍ଣଙ୍କର ବାଲ୍ୟଜୀବନ କଟିଥିଲା)ରେ ହୋଲିକୁ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। ଏହି ଅବସରରେ ଏଠାରେ ଫଗୁ ଖେଳଠାରୁ ଆରମ୍ଭ କରି ରାଧାକୃଷ୍ଣଙ୍କ ନାମ ଉଚ୍ଚାରଣ ଏବଂ ନଗର ପରିକ୍ରମା ଅନୁଷ୍ଠିତ ହୋଇଥାଏ। ସେହିପରି ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାରିତ ସ୍ଥାନୀୟ ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ନାଟକ ଏଠାକାର ଅନ୍ୟତମ ହୋଲି ଆକର୍ଷଣ ହୋଇଥାଏ।

ବରସାନାର ହୋଲି: ଉତ୍ତରପ୍ରଦେଶର ମଥୁରା ନିକଟରେ ବରସାନା(ରାଧାରାଣୀଙ୍କ ଜନ୍ମସ୍ଥାନ) ନାମରେ ଏକ ସ୍ଥାନ ଅଛି; ଯେଉଁଠାରେ ପ୍ରତିବର୍ଷ ହୋଲି ଅବସରରେ ନନ୍ଦଗାଓଁର ଗୋପ ଯୁବକ ବରସାନାର ଗୋପୀମାନଙ୍କୁ ରଙ୍ଗ ଲଗାଇବା ପାଇଁ ଆସିଥାନ୍ତି। କିନ୍ତୁ ଗୋପ ଯୁବକଙ୍କୁ ଦେଖିବା ପରେ ଗୋପୀମାନେ ହାତରେ ବାଡି ଧରି ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥାନ୍ତି। ହେଲେ ସେହି ଯୁବକମାନେ ବିଭିନ୍ନ ପ୍ରକାର ଗୀତ ଗାଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ସେଥିରେ ବି ଗୋପୀମାନଙ୍କର ରାଗ ଶାନ୍ତ ହୁଏ ନାହିଁ। ସେମାନେ ସମସ୍ତେ ଏକତ୍ର ହୋଇ ଗୋପ ଯୁବକଙ୍କୁ ପିଟିବା ପାଇଁ ବାଡି ଧରି ମାଡିଆସନ୍ତି। ତା’ପରେ ଯୁବକମାନେ ଢାଲ ଧରି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି, ଯାହା ଦେଖିବା ପାଇଁ ଖୁବ୍‌ କୌତୁକିଆ ଲାଗିଥାଏ। ଏହି ଖେଳକୁ ସ୍ଥାନୀୟ ଲୋକେ ଲଠ୍‌ମାର୍‌ ହୋଲି କହିଥାନ୍ତି। ଏଥିରେ କୌଣସି ପ୍ରକାରର ରାଗ, ହିଂସା ନ ଥାଏ ବରଂ ଏହା ସେଠାକାର ଏକ ପରମ୍ପରା ଭାବେ ପ୍ରତିବର୍ଷ ପାଳିତ ହୋଇଆସୁଛି।

ଶାନ୍ତିନିକେତନର ହୋଲି: ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ ହୋଲି ପର୍ବକୁ ବସନ୍ତ ଉତ୍ସବ ଭାବେ ପାଳନ କରାଯାଇଥାଏ। ସୂଚନାନୁଯାୟୀ, ଲୋକପ୍ରିୟ କବି ରବୀନ୍ଦ୍ରନାଥ ଟାଗୋର ଶାନ୍ତିନିକେତନରେ ଏହି ଉତ୍ସବ ପ୍ରଥମେ ଆରମ୍ଭ କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଉତ୍ସବ ଏଠାରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ହୋଲି ଖେଳ ସାଙ୍ଗକୁ ଗୀତ ଓ ନାଚର ଆସର ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ୍‌ କରିଦିଏ।

ପୁରୁଲିଆର ହୋଲି: ଶାନ୍ତିନିକେତନ ପରି ପଶ୍ଚିମବଙ୍ଗସ୍ଥିତ ପୁରୁଲିଆର ସାଂସ୍କୃତିକ ଐତିହ୍ୟ ମଧ୍ୟ ଖୁବ୍‌ ସମୃଦ୍ଧ। କୁହାଯାଏ, ଏଠାରେ କୁଆଡ଼େ ବଙ୍ଗଳା, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ମିଶ୍ରିତ ସଂସ୍କୃତିର ଝଲକ ଦେଖିବାକୁ ମିଳେ। ଏଠାରେ ପାଳିତ ହେଉଥିବା ପ୍ରତିଟି ପର୍ବ ସମୟରେ ପାରମ୍ପରିକ ନୃତ୍ୟକଳା ପରିବେଷଣ କରିବା ଏଠାକାର ଏକ ସ୍ବତନ୍ତ୍ରତା। ଖାସ୍‌ କରି ହୋଲି ସମୟରେ ଏଠାରେ ବସନ୍ତ ଉତ୍ସବ ପାଳିତ ହେଉଥିବାର ସୂଚନା ରହିଛି। ଏହି ଅବସରରେ ସ୍ଥାନୀୟ ବାସିନ୍ଦା ରଙ୍ଗବେରଙ୍ଗର ଅବିର ସାଥେ ହୋଲି ଖେଳିବା ସହିତ ବିଭିନ୍ନ ପ୍ରକାର ଲୋକକଳା ପରିବେଷଣ କରିବାକୁ ବେଶ୍‌ ଉତ୍ସାହିତ ଥା’ନ୍ତି। ଏହି ଲୋକକଳା ମଧ୍ୟରେ ଛଉନୃତ୍ୟ, ଝୁମର, ଟୁସୁ ଇତ୍ୟାଦି ଅନ୍ୟତମ। ରଙ୍ଗ ଖେଳିବା ସଙ୍ଗେସଙ୍ଗେ ପାରମ୍ପରିକ ଲୋକକଳାକୁ ନିକଟରୁ ଦେଖିବା ଓ ଜାଣିବାର ସୁଯୋଗ ଥିବାରୁ ହୋଲି ଖେଳିବା ପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ପୁରୁଲିଆ ଆସିବା ପାଇଁ ଇଚ୍ଛା କରିଥା’ନ୍ତି।

ଉଦୟପୁରର ହୋଲି: ରାଜସ୍ଥାନର ଉଦୟପୁରରେ ହୋଲି ଅବସରରେ ହୋଲିକା ଦହନ ପାଳନ କରାଯାଇଥାଏ। ଏହାକୁ ମୁଖ୍ୟତଃ ମଓ୍ବୋଡ୍‌ ରାଜ ପରିବାରର ବଂଶଧରମାନେ ପାଳନ କରିଥାନ୍ତି। ହୋଲିକା ଦହନ ପାଇଁ ଯିବା ପୂର୍ବରୁ ରାଜ ପରିବାରର ପ୍ରତ୍ୟେକ ସଦସ୍ୟ ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି। ସେମାନଙ୍କ ସହିତ ସୁସଜ୍ଜିତ ଘୋଡ଼ା ଏବଂ ରୟାଲ୍‌ ବ୍ୟାଣ୍ଡ ମଧ୍ୟ ଶୋଭାଯାତ୍ରାରେ ଯାଇଥାଏ; ଯାହା ଏଠାକାର ଏକ ମୁଖ୍ୟ ହୋଲି ଆକର୍ଷଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?