ହୋଲିରେ ମସ୍‌ଗୁଲ୍‌ ଗାଁଠୁ ସହର

ବାଲିଗୁଡ଼ା,୮ା୩(ଡି.ଏନ୍‌.ଏ.): ଆଜି ରଙ୍ଗର ପର୍ବ ହୋଲି। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସିଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ। ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ। ଗୀତ ନାଚର ଆସର ବି ଜମିଥିଲା । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସ୍‌ଗୁଲ ହୋଇଥିଲେ।

ହୋଲି ଖେଳ ପଛରେ ପୌରାଣିକ ତତ୍ତ୍ୱ ବି ରହିଛି। ସମସ୍ତଙ୍କୁ ଭାବର ରଙ୍ଗରେ ରଙ୍ଗୀନ କରିବାକୁ ବର୍ଷକ ପରେ ଆସିଛି ଭାଇଚାରାର ମହାନ ପର୍ବ ହୋଲି। ଅବିର ମାଧ୍ୟମରେ ଶାନ୍ତି, ପ୍ରୀତି, ମୈତ୍ରୀ, ସଦ୍‌ଭାବନାର ବାର୍ତ୍ତା ବିଞ୍ଚି ଚାଲିଛି ଏହି ମହାନ ପର୍ବ। ଏ ନେଇ କନ୍ଧମାଳ ଜିଲାର ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଛି ହୋଲି ପର୍ବ। ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ଅଭିବାଦନ ଜଣାଇଛନ୍ତି ଆବାଳ ବୃଦ୍ଧ ବନିତା। କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଛନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜି ଯାଇଥିଲେ ନାଚ, ଗୀତରେ। ଏହି ହୋଲି ପର୍ବସହ ଯୋଡ଼ି ହୋଇଛି ଅନେକ ପୌରାଣିକ କଥା। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ଏହି ହୋଲି ଉତ୍ସବ। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ। ଏ ନେଇ ଆଜି ସକାଳୁ ଅଞ୍ଚଳର ସମସ୍ତ ମନ୍ଦିର ସମେତ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବକୁ ଧୂମ୍‌ଧାମରେ ପାଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲୋରିନ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ:ଜେଏସ୍‌ପିଏଲ୍‌ ପଦକ୍ଷେପକୁ ପ୍ରଶଂସା

ଅନୁଗୋଳ ଅଫିସ, ୨୬।୧୧ ଫାକ୍ଟ୍ରିଜ ଆଣ୍ଡ ବଏଲର୍ସ ଅନୁଗୋଳ ଜୋନ ସହ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)...

ଜାରକା ବିଟ୍‌ ହାଉସ ନିକଟରେ ହେବ ଫ୍ଲାଏ ଓଭରବ୍ରିଜ୍‌

ଧର୍ମଶାଳା,୨୨।୨(ଡିଏନଏ): ଜାତୀୟ ରାଜପଥ ଜାରକା ଛକରେ ହେବାକୁ ଥିବା ଫ୍ଲାଏ ଓଭରବ୍ରିଜକୁ ନେଇ ଚାଲିଥିବା ବିଭିନ୍ନ କଳ୍ପନାଜଳ୍ପନାର ଅବସାନ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଜାତୀୟ ରାଜପଥ...

କାଜୁ ଜଙ୍ଗଲ ଲିଜ୍‌କୁ ନେଇ ବୋମାମାଡ଼, ଜଣେ ମୃତ

ବେଗୁନିଆପଡା,୨୦ା୪(ଡି.ଏନ.ଏ.)- କାଜୁ ଜଙ୍ଗଲ ଲିଜ୍‌କୁ ନେଇ ବେଗୁନିଆପଡା ବ୍ଲକ ଖିଡିଙ୍ଗିଠାରେ ସୋମବାର ୨ଗୋଷ୍ଠୀ ମୁହଁାମୁହିଁ ହେବା ସହ ବୋମାମାଡରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

କରୋନା ଯୋଦ୍ଧାଙ୍କ ସୁରକ୍ଷା ଚିନ୍ତା: ସଂକ୍ରମଣ ନିରୋଧୀ ୩ ଶହ ପିପିଇ ପ୍ରଦାନ

ବଲାଙ୍ଗୀର ଅଫିସ,୨୮ା୪- ବଲାଙ୍ଗୀର ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିବାକୁ ଥିବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌ଙ୍କ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ୩...

ମା’ କନକଦୁର୍ଗା ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଶିଳ୍ପାଞ୍ଚଳ ପାର୍ଶ୍ୱ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ଠାକୁରାଣୀ ଯାତ୍ରା ବୁଧବାର ରାତ୍ରରୁ ଆରମ୍ଭ ହୋଇଛି। ତେଣୁ ମହାନଗରର ୪୦ନଂ. ୱାର୍ଡ...

ଛତିଶଗଡ଼ରେ ମିଶିବାକୁ ଚେତାବନୀ

ନୂଆପଡା ଅଫିସ,୧୩।୩: କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ୨ଟି...

ଶିକ୍ଷାରେ ଶିକ୍ଷକ ସଙ୍କଟ

କାମାକ୍ଷାନଗର, ୩ା୯(ଡି.ଏନ୍‌.ଏ.) କରୋନା ମହାମାରୀ ସମୟରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ କଟକଣା ମଧ୍ୟରେ ଆରମ୍ଭ ହୋଇଛି...

ମୋହନା ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଆର.ଉଦୟଗିରି,୩୦ା୩(ଡି.ଏନ.ଏ.): ମୋହନା ଗ୍ରାମରେ ଥିବା ମୁଖ୍ୟ ବଜାର ଓ ସାହିଗୁଡ଼ିକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ମୋହନା ସଦର ମହକୁମା ହୋଇଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା...

Advertisement
Archives

Model This Week