Posted inଖେଳ

ହକି କିମ୍ବଦନ୍ତୀ କେଶବ ଦତ୍ତଙ୍କ ପରଲୋକ

ନୂଆଦିଲ୍ଲୀ, ୮।୭(ପି.ଟି.)- ଦୁଇଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ହକି କିମ୍ବଦନ୍ତୀ କେଶବ ଦତ୍ତଙ୍କର ବୁଧବାର ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁ ବରଣ କରିଥିବା କେଶବଙ୍କୁ ୯୫ ବର୍ଷ ହୋଇଥିଲା। ତାଙ୍କ ସ୍ତ୍ରୀ, ୨ ପୁଅ ଏବଂ ଝିଅ ବିଦେଶରେ ରହୁଛନ୍ତି। କୋଲକାତାସ୍ଥିତ ସନ୍ତୋଷପୁରରେ ଏକାକୀ ରହୁଥିବା କେଶବଙ୍କର ନିଜ ବାସଭବନରେ ଅପରାହ୍ନ ୧୨ଟା ୩୦ରେ ପରଲୋକ ଘଟିଥିଲା। ”ଆମ ପରିବାର ପାଇଁ ଅତ୍ୟନ୍ତ ଦୁଃଖ ସମୟ। ବର୍ଷରେ ମୁଁ ୩-୪ ଥର ତାଙ୍କ ନିକଟକୁ ଯାଇଥାଏ, ମାତ୍ର କରୋନା ମହାମାରୀ ପାଇଁ ୨୦୧୯ ପରଠାରୁ ତାଙ୍କୁ ଆଉ ଦେଖି ପାରିନାହିଁ“ ବୋଲି ସମ୍ପ୍ରତି କୋପେନହାଗେନରେ ରହୁଥିବା ତାଙ୍କ ଝିଅ ଅଞ୍ଜଳି କେଶବ ପୌଲସେନ ପ୍ରକାଶ କରିଛନ୍ତି। ୧୯୨୫ ଡିସେମ୍ବର ୨୯ରେ ଜନ୍ମଗ୍ରହଣ କରିଥିବା କେଶବ ଭାରତୀୟ ହକିର ସୁବର୍ଣ୍ଣ ଯୁଗର ଅଂଶୀଦାର ଥିଲେ। ସେ ଜଣେ ଦକ୍ଷ ହାଫ୍‌-ବ୍ୟାକ୍‌ଭାବେ ପରିଚିତ ଥିଲେ। ଲଣ୍ଡନର ଓ୍ବେମ୍ବଲି ଷ୍ଟାଡିୟମରେ ଅନୁଷ୍ଠିତ ୧୯୪୮ ଅଲିମ୍ପିକ୍ସର ଫାଇନାଲରେ ଘରୋଇ ବ୍ରିଟେନ ଦଳକୁ ୪-୦ ଗୋଲରେ ହରାଇ ଭାରତୀୟ ଦଳ ସ୍ବାଧୀନତା ପରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲା। ସେ ଏହି ଦଳର ସଦସ୍ୟ ଥିଲେ। ୧୯୪୮ ପୂର୍ବରୁ ସେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ୧୯୪୭ରେ ଇଷ୍ଟ ଆଫ୍ରିକା ଯାତ୍ରା କରିଥିଲେ। ୧୯୫୨ ହେଲସିଙ୍କି ଗେମ୍ସର ଫାଇନାଲରେ ନେଦରଲାଣ୍ଡ୍ସକୁ ୬-୧ ଗୋଲରେ ହରାଇ କ୍ରମାଗତ ୫ଥର ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ପକ୍ଷରୁ ସେ ପ୍ରତିନିଧିତ୍ୱ କରିଥିଲେ।
୧୯୪୮ ଓ ୧୯୫୨ ଅଲିମ୍ପିକ୍ସ ଖେଳିଥିବା ଭାରତୀୟ ଦଳର ସଦସ୍ୟଭାବେ କେଶବ ଏକମାତ୍ର ଜୀବିତ ଥିଲେ। ତାଙ୍କ ମୃତ୍ୟୁରେ ଏକ ଯୁଗର ଅବସାନ ଘଟିଲା ବୋଲି ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗୋମବାମ୍‌ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ”ବିଶ୍ୱ ହକି ଆଜି ଜଣେ ପ୍ରକୃତ କିମ୍ବଦନ୍ତୀଙ୍କୁ ହରାଇଲା। ସେ ଭାରତ ଏବଂ ବେଙ୍ଗଲର ଜଣେ ଚାମ୍ପିୟନ ଖେଳାଳି ଥିଲେ। ତାଙ୍କ ପରଲୋକରେ ମୁଁ ବହୁତ ଦୁଃଖିତ“ ବୋଲି ମମତା କହିଛନ୍ତି। ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ସଦସ୍ୟ ବ୍ୟତୀତ କେଶବ ୧୯୫୧-୫୩ ଏବଂ ୧୯୫୭-୫୮ରେ ମୋହନ ବାଗାନ ହକି ଦଳର ଅଧିନାୟକ ଥିଲେ। ମୋହନ ବାଗାନ ଖେଳାଳିଭାବେ ସେ ୧୦ ବର୍ଷ ମଧ୍ୟରେ ୬ ଥର ହକି ଲିଗ୍‌ ଏବଂ ୩ ଥର ବେଟନ କପ୍‌ ଟାଇଟଲ ଜିତିଥିଲେ। ୨୦୧୯ରେ ତାଙ୍କୁ ମୋହନବାଗାନ ରନତ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜଣେ ଅଣ ଫୁଟବଲ ଖେଳାଳିଭାବେ ସେ ଏହି ସମ୍ମାନ ପାଇବାରେ ପ୍ରଥମ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ମଧ୍ୟ କେଶବଙ୍କ ପରଲୋକରେ ଶୋକ ପ୍ରକାଶ କରାଯାଇଛି। ଟେନିସ ତାରକା ଲିଆଣ୍ଡର ପେସ୍‌, ତାଙ୍କ ବାପା ତଥା ପୂର୍ବତନ ହକି ଅଲିମ୍ପିଆନ ଭେସ୍‌ ପେସ୍‌, କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରମୁଖ କେଶବଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri