ପରିବେଶ ପାଇଁ ବୈଶ୍ୱିକ ସ୍ବର ପାଲଟିଥିବା ଯୋଦ୍ଧା ହିତା ଲଖାନୀ

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ପରିବେଶ ଯୋଦ୍ଧା, କ୍ଲାଇମ୍‌ଆକ୍ଟ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ହିତା ଲଖାନୀ। ସେ ପୃଥିବୀର ଅନେକ ବୈଶ୍ୱିକ ମଞ୍ଚରେ ଭାରତୀୟ ଜଳବାୟୁ ପରିବର୍ତ୍ତନ ଆକ୍ଟିଭିଷ୍ଟମାନଙ୍କ ପ୍ରତିନିଧିତ୍ୱ କରିଆସିଛନ୍ତି। ଓମେନ୍ସ କ୍ଲାଇମେଟ୍‌ କଲେକ୍ଟିଭ୍‌ ସଦସ୍ୟା ଏହି ମହିଳା ପରିବେଶବିତ୍‌ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟରତ। ପରିବେଶ ସୁରକ୍ଷା ଏବଂ ଏଥିରେ ଯୁବପିଢ଼ିର ଭୂମିକା ନେଇ ସେମାନଙ୍କୁ ସଚେତନ କରାଇବାକୁ ହିତା ନିଜ ଉତ୍ତରଦାୟିତ୍ୱ ବୋଲି ବିବେଚନା କରିଥାନ୍ତି। ହିତାଙ୍କ ପ୍ରମୁଖ କାର୍ଯ୍ୟ ମଧ୍ୟରେ ରହିଛି, ପିଲାଙ୍କ ଭବିଷ୍ୟତର ସୁରକ୍ଷା। ପିଲାବେଳୁ ହିତାଙ୍କର ପରିବେଶ ପ୍ରତି ଆବେଗିକ ସମ୍ପର୍କ ରହିଆସିଛି। ପୃଥିବୀ ମାତାର ସୁରକ୍ଷା ଲାଗି ସେ ଅନେକ ସ୍ବଳ୍ପବୟସ୍କ ପିଲାଙ୍କୁ ବ୍ରତୀ ହେବା ପାଇଁ ଅନୁପ୍ରାଣିତ କରିଥିଲେ। ହିତା ନିଜ କ୍ୟାରିୟରର ଲକ୍ଷ୍ୟ ହାସଲ ପାଇଁ ବିଶ୍ୱସ୍ତରୀୟ ଉଦ୍ୟମ ଚଳାଇ ସଫଳତାର ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ପିଲାବେଳେ ଜେଜେମା’ବାପାଙ୍କ ଚାଷଜମିରେ ସମୟ ବିତାଇବା ହିତାଙ୍କୁ ବାହ୍ୟ ଦୁନିଆ ପ୍ରତି ଆକର୍ଷିତ କରିଥିଲା। ସେବେଠୁ ସେ ପ୍ରକୃତି ପ୍ରେମରେ ପଡ଼ିଯାଇଥିଲେ। ଏକଦା ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ରେ ଉପୁଡ଼ି ପଡ଼ିଥିବା ସୁଦୃଶ୍ୟ ନଡ଼ିଆଗଛ ତାଙ୍କୁ ଗଭୀର ମର୍ମାହତ କରିଥିଲା। ସେହି ଘଟଣା ପରବର୍ତ୍ତୀ ସମୟରେ ତାଙ୍କୁ ଜଳବାୟୁ ପରିବର୍ତ୍ତନ କ୍ଷେତ୍ର ଓ ପରିବେଶ ସୁରକ୍ଷା ପାଇଁ କିଛି କରିବାକୁ ପ୍ରେରିତ କରିଥିଲା। ସେହି ସମୟର ସ୍ମୃତିକୁ ମନେପକାଇ ହିତା କୁହନ୍ତି, ସେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ ସ୍କୁଲରୁ ଘରକୁ ଫେରୁଥିଲେ। ନଡ଼ିଆ ଗଛଟିଏ ମୂଳରୁ ଉପୁଡ଼ି ଏକ ଟ୍ରେଲର ଉପରେ ପଡ଼ିରହିଥିଲା। ବିଶାଳକାୟ ବୃକ୍ଷଟି ଦଣ୍ଡାୟମାନ ହେବା ପରିବର୍ତ୍ତେ ସମାନ୍ତରାଳ ଅବସ୍ଥାରେ ରହିଥିଲା। ସେହି ଚିତ୍ର ତାଙ୍କ ମନକୁ ବହୁ ସମୟ ଧରି ଆନ୍ଦୋଳିତ କରିଥିଲା। ଥରେ ଆମ ପରିବାରର ଜଣେ ସଦସ୍ୟ ମୋତେ ପ୍ରଶ୍ନ କରିଥିଲେ, ଏହାକୁ ନେଇ ତୁମେ ଯଦି ଏତେ ଚିନ୍ତିତ ତେବେ ପରିବେଶବିତ୍‌ ହେଉନ କାହିଁକି? ସେହି ପ୍ରଶ୍ନ ହିଁ ମୋତେ ଜୀବନରେ କିଛି ହେବା ପାଇଁ ନିଷ୍ପତ୍ତି ନେବାକୁ ବାଟ କଢ଼ାଇଥିଲା। ସେ ମନେ ମନେ ସ୍ଥିର କରିଥିଲେ ଜଣେ ‘ଗ୍ଲୋବାଲ୍‌ ଇଣ୍ଡିଆନ୍‌’ ହୋଇ ପରିବେଶ ସୁରକ୍ଷା ଦିଗରେ ବ୍ରତୀ ହେବାକୁ।
ହିତା ପରିବେଶ ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପାଇଁ ନୂଆଦିଲ୍ଲୀସ୍ଥିତ ଟିଇଆର୍‌ଆଇରେ ଅଧ୍ୟୟନକରି ଏହି କ୍ଷେତ୍ରରେ ନିଜ କ୍ୟାରିୟରର ମୂଳଦୁଆ ପକାଇଥିଲେ। ସେ କୁହନ୍ତି ସେହି ସମୟରେ ଏକ ବନ୍ୟପ୍ରାଣୀ ସଂରକ୍ଷଣ ସଙ୍ଗଠନ ସହ ଜଡ଼ିତ ରହି ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥାଏ। ଏହା ସାଙ୍ଗକୁ ଜର୍ମାନୀ ଭାଷା ମଧ୍ୟ ପଢ଼ୁଥାଏ। କୋର୍ସ ସାରିବା ପରେ ମୁଁ ଟିସିଏସ୍‌ରେ ଜଣେ ଭାଷାବିତ୍‌ ଭାବେ ନିଯୁକ୍ତି ପାଇଲି। କିନ୍ତୁ ପରିବେଶ ପ୍ରତି ମୋ ଆକର୍ଷଣ ଅତୁଟ ରହିଥାଏ। ୨୦୧୫ରେ ପ୍ୟାରିସ୍‌ରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୧ରେ ଯୋଗଦେଇଥିଲେ। ସେଠାରୁ ଫେରିବା ପରେ ପରିବେଶ ପାଇଁ କିଛି କରିବାକୁ ପ୍ରେରଣା ପାଇଥିଲେ। ହିତା ୟୁଏନ୍‌ଏଫ୍‌ସିସିସି ସହ ଜଡ଼ିତ ବୈଶ୍ୱିକ ନେଟ୍‌ଓ୍ବର୍କ ୟଙ୍ଗୋ ପାଇଁ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରି ଛୋଟ ପିଲା ଓ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଆସିଛନ୍ତି। ଏପରି କି ସେ ନିଜ ଦାୟିତ୍ୱ ସମ୍ପାଦନ ସହ ପ୍ରକଳ୍ପଭିତ୍ତିକ କାର୍ଯ୍ୟ ମଧ୍ୟ କରିଛନ୍ତି। ୨୦୧୯ରେ ହିତା ୧୭୦ ଦେଶ ସଦସ୍ୟ ରହିଥିବା ୟଙ୍ଗୋର ଗ୍ଲୋବାଲ ଫୋକାଲ ପଏଣ୍ଟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଏହି ସଙ୍ଗଠନର ମୁଖ୍ୟ ଭାବେ ସେ ୧୦,୦୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଓ ସଙ୍ଗଠନ ସହିତ ଯୋଗସୂତ୍ର ରଖି ପରବର୍ତ୍ତୀ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହିତା ୨୦୨୨ରେ କ୍ଲାଇମ୍‌ଆକ୍ଟ ଫାଉଣ୍ଡେଶନ ପ୍ରତିଷ୍ଠାକରି ଭାରତୀୟ ଯୁବପିଢ଼ିକୁ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ସେ ୟୁଥ୍‌ ନେଗୋସିଏଟର୍ସ ଏକାଡେମୀର ମଧ୍ୟ ସହ ପ୍ରତିଷ୍ଠାତା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?