ଇତିହାସ ବଦଳିବ ନାହିଁ

ବିଚିତ୍ର ବିଶ୍ୱାଳ

ଗାନ୍ଧୀଙ୍କୁ ଗୁଳିରେ ମାରି ହୁଏନି କି ମୂର୍ତ୍ତି ତିଆରି କରି ନାଥୁରାମକୁ ମହାନ୍‌ କରି ହୁଏନି। ବର୍ତ୍ତମାନକୁ ହୁଏତ ରଙ୍ଗ ମାଖି ଲୁଚାଇ ଦିଆଯାଇପାରେ, କିନ୍ତୁ ନିଷ୍ଠୁର ଇତିହାସ ସମସ୍ତଙ୍କ ମୁଖା ଖୋଲିଦିଏ। ଇତିହାସ ଗାନ୍ଧୀ ଓ ନାଥୁରାମଙ୍କୁ ନିଜ ନିଜ ସ୍ଥାନରେ ରଖିଦେଇଛି ଓ ଯୁଗ ଯୁଗ ଯାଏ ରଖିଥିବ ମଧ୍ୟ। ଇତିହାସକୁ କିଛି କ୍ଷଣ ପାଇଁ ବିକୃତ କରାଯାଇପାରେ କିନ୍ତୁ ଇତିହାସକୁ ବଦଳା ଯାଇପାରିବ ନାହିଁ। ଇତିହାସକୁ ବିକୃତ କରିବାର ଧାରା ସଂପ୍ରତି ଖୁବ୍‌ ଯୋଜନାବଦ୍ଧ ଭାବେ କରାଯାଉଛି। କିନ୍ତୁ ଏହା କହିବା ନିଷ୍ପ୍ରୟୋଜନ ଯେ, ଏହା କେବଳ ଏକ ନିଷ୍ଫଳ ପ୍ରୟାସ ହୋଇ ହିଁ ରହିଯିବ।
ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗର ଏକ ଦୁର୍ଗାପୂଜାରେ ମହିଷାସୁରର ଚେହେରାକୁ ଏପରି ତିଆରି କରାଯାଇଥିଲା ଯେ ତାହା ମହାତ୍ମା ଗାନ୍ଧୀଙ୍କ ଚେହେରା ସହିତ ପ୍ରାୟ ମିଶୁଥିଲା। ମୋଟାମୋଟି ଭାବେ କହିଲେ ସେହି ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କ ଦ୍ୱାରା ଗାନ୍ଧୀଙ୍କୁ ହତ୍ୟା କରାଯାଉଥିବା ଦେଖାଯାଇଥିଲା। ମହିଷାସୁରର ଚେହେରାକୁ ଗାନ୍ଧୀଙ୍କ ଭଳି ତିଆରି କରି ଆୟୋଜକମାନେ କେବଳ ଦେବୀଙ୍କୁ ଅପମାନିତ କରିନାହାନ୍ତି, ମହିଷାସୁରକୁ ମାନବୀୟ ରୂପ ପ୍ରଦାନ କରି ନିଜ ସ୍ଖଳିତ ନୀତି ଓ ଆଦର୍ଶର ଖୋଲା ପରିଚୟ ଦେଇଛନ୍ତି। ସାରା ଦେଶରେ ଏପରି କାମର ବିରୋଧ ହେବାରୁ ଶେଷରେ ଆୟୋଜକମାନେ ଗାନ୍ଧୀଙ୍କ ଭଳି ଦିଶୁଥିବା ମହିଷାସୁର ମୂର୍ତ୍ତିରେ ଚୁଟି, ଦାଢ଼ି ଓ ନିଶ ଲଗାଇ ନିଜ ଦୋଷ ଲୁଚେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆୟୋଜକମାନଙ୍କ କୁତ୍ସିତ ଉଦ୍ଦେଶ୍ୟ ଲୁଚି ନ ଥିଲା। କେବଳ ସେହି ଦୁର୍ଗାପୂଜାର ଆୟୋଜକ ନୁହନ୍ତି, ପୂର୍ବରୁ ଆହୁରି କେତେ ଲୋକ ଗାନ୍ଧୀଙ୍କ ଫଟୋ ଉପରେ ଗୁଳି ଚଳାଇଛନ୍ତି, ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମର ମହିମାଗାନ କରିଛନ୍ତି। କିନ୍ତୁ ଏହା ସତ୍ୟ ଯେ, ଯେତେ ଯେତେ ଗାନ୍ଧୀଙ୍କୁ ମାରିବାର ପ୍ରୟାସ କରାଯାଇଛି, ସେତେ ସେତେ ଗାନ୍ଧୀଙ୍କ ବିଚାର କୋଇଲା ଭିତରେ ହୀରା ପରି ଅଧିକ ଚକ୍‌ଚକ୍‌ କରିଛି।
ଏଠାରେ ପ୍ରଶ୍ନ ଉଠୁଛି, ଦେବୀ ଦୁର୍ଗାଙ୍କ ଦ୍ୱାରା ଗାନ୍ଧୀଙ୍କୁ ହତ୍ୟା କରାଯାଉଥିବା ଦେଖାଯିବାର କାରଣ କ’ଣ? ଗାନ୍ଧୀ ତାଙ୍କ ଜୀବନ ସାରା ସତ୍ୟ, ଅହିଂସା ଓ ସର୍ବଧର୍ମ ସମନ୍ବୟର କଥା କହିଛନ୍ତି, ସେଇ କ’ଣ ତାଙ୍କର ଅପରାଧ! ଅସଲ କଥା ହେଉଛି, କିଛି ଲୋକଙ୍କ ପାଇଁ ତଥା କିଛି ସଂଗଠନ ଲାଗି ସତ୍ୟ, ଅହିଂସା ଓ ସର୍ବଧର୍ମ ସମନ୍ବୟ ହଜମ ହେଉନାହିଁ। କାରଣ ସେମାନେ ଘୃଣାର ସୌଦାଗର ଓ ଧର୍ମକୁ ଘୃଣା ବନେଇବା ପାଇଁ ବ୍ୟବହାର କରି ଆସୁଛନ୍ତି। ଗାନ୍ଧୀଙ୍କ ହତ୍ୟାର ଦଶଦିନ ପୂର୍ବରୁ ଜାନୁଆରୀ ୨୦ ତାରିଖ ଦିନ ଗାନ୍ଧୀଙ୍କ ପ୍ରାର୍ଥନା ସଭା ଉପରକୁ ବମ୍‌ ପକାଯାଇଥିଲା। ଲୋକମାନେ ଦୌଡ଼ ଆରମ୍ଭ କରିଦେବା ଯୋଗୁ ସେତେବେଳେ ଗାନ୍ଧୀ କହିଥିଲେ, ନାହିଁ ଡର ନାହିଁ। ନାଥୁରାମର ତିନୋଟି ଗୁଳିକୁ ଛାତିରେ ଧରିବା ପରେ ତାଙ୍କ ମୁହଁରୁ ବାହାରିଥିଲା, ହେ ରାମ। ଯେଉଁ ବ୍ୟକ୍ତି ବମ୍‌ ପଡ଼ିବା ପରେ ନ ଡରିବା ପାଇଁ ଆହ୍ବାନ କରନ୍ତି, ଛାତିରେ ଗୁଳି ଖାଇବା ପରେ ବି ହେ ରାମ କହିପାରନ୍ତି, ତାଙ୍କୁ ଡରେଇବା ବା ମାରିବା ଏତେ ସହଜ ନୁହେଁ। ଗାନ୍ଧୀଙ୍କ ଜୀବନ କାଳରେ ତାଙ୍କୁ ମାରିବା ପାଇଁ ସମୁଦାୟ ପାଞ୍ଚ ଥର ପ୍ରୟାସ ହୋଇଛି। ପାକିସ୍ତାନକୁ ୫୫ କୋଟି ଟଙ୍କା ଦେବା କଥାରେ ଗାନ୍ଧୀ ରାଜି ହୋଇଯିବା ଯୋଗୁ ତାଙ୍କୁ ମାରିବା ପାଇଁ ନାଥୁରାମ ନିଷ୍ପତ୍ତି ନେଲା ବୋଲି ଯାହା କୁହାଯାଉଛି, ତାହା କେବଳ ଏକ ବାହାନା। କାରଣ ଯେତେବେଳେ ଜମାରୁ ବି ୫୫ କୋଟି ଟଙ୍କାର ପ୍ରସଙ୍ଗ ଆସି ନ ଥିଲା, ସେତେବେଳେ ବି ତାଙ୍କୁ ମାରିବାକୁ ପ୍ରୟାସ କରାଯାଇଛି। ମୁଖ୍ୟ କଥା ହେଉଛି, ଗାନ୍ଧୀ ମାନବିକତାର କଥା କହୁଥିଲେ, ଅହିଂସା ଓ ଭିନ୍ନ ଭିନ୍ନ ଧର୍ମ ଭିତରେ ଭାଇଚାରାର କଥା କହୁଥିଲେ। ଗାନ୍ଧୀ ବଞ୍ଚି ରହିଥିଲେ ଧର୍ମ ନାମରେ ଘୃଣାକୁ ବଞ୍ଚେଇବାର ସେମାନଙ୍କ ରାଜନୀତି ସଫଳ ହୋଇ ନ ଥାନ୍ତା। ତେଣୁ ସେମାନେ ଗାନ୍ଧୀଙ୍କୁ ମାରିବାର ସହଜ ରାସ୍ତା ବାଛିଲେ ଓ ଇତିହାସ ସେମାନଙ୍କୁ ସେମାନଙ୍କ ସ୍ଥାନରେ ରଖିଦେଲା। ଗାନ୍ଧୀଙ୍କୁ ମାରିବା ଏତେ ସହଜ ନୁହେଁ। ଯେତେ ଦିନ ଯାଏ, ସତ୍ୟ ଓ ପ୍ରେମର ମୂଲ୍ୟବୋଧ ଘୃଣା ଓ ହିଂସାଠାରୁ ଉପରେ ରହିଥିବ, ସେତେଦିନ ଯାଏ ଗାନ୍ଧୀ ଏକ ଉଜ୍ଜ୍ୱଳ ନକ୍ଷତ୍ର ପରି ସାରା ଦୁନିଆର ଆକାଶରେ ଚକ୍‌ଚକ୍‌ କରୁଥିବେ। ଯେତେଦିନ ଯାଏ ମଣିଷ ଭିତରେ ମଣିଷପଣିଆ ଟିକକ ଥିବ, ସେତେଦିନ ଯାଏ ଗାନ୍ଧୀ ଓ ନାଥୁରାମର ଫରକ ବାରିହୋଇପଡ଼ିବ। କିଛି ଲୋକ ନାଥୁରାମକୁ ଦେଶପ୍ରେମୀ ବୋଲି ବୃଥା ଆସ୍ଫାଳନ କରନ୍ତି। ଗାନ୍ଧୀ ନ ମରିଥିଲେ ସେମାନଙ୍କର ଧର୍ମ ନାମରେ ରାଜନୀତି କରିବା ସମ୍ଭବ ହୋଇ ନ ଥାନ୍ତା। ଆଜି ଧର୍ମ ନାମରେ ଯେପରି ରାଜନୀତି ଚାଲୁଛି ଗାନ୍ଧୀ ଆଉ କିଛି ଦିନ ବଞ୍ଚିଥିଲେ ହୁଏତ ସମ୍ଭବପର ହୋଇ ନ ଥାନ୍ତା।
ଗାନ୍ଧୀ କହୁଥିଲେ, ଯିଏ ଅସଲ ହିନ୍ଦୁର ଅର୍ଥ ବୁଝିଯିବ, ଯିଏ ଗୀତାର ମହତ୍ତ୍ୱକୁ ବୁଝିଯିବ, ସେ ଆଉ କେବଳ ହିନ୍ଦୁ ହୋଇ ରହିବ ନାହିଁ। ସେ ମଣିଷ ହୋଇଯିବ। ସେମିତି ଯିଏ ମୁସଲମାନର ଅର୍ଥ ବୁଝିଯିବ, ଯିଏ କୋରାନର ତତ୍ତ୍ୱକୁ ହୃଦୟଙ୍ଗମ କରିଯିବ, ସେ ଆଉ କେବଳ ମୁସଲମାନ ହୋଇ ରହିବ ନାହିଁ। ସେ ମଣିଷ ହୋଇଯିବ। କିନ୍ତୁ ଯେଉଁମାନଙ୍କ ମୁଣ୍ଡରେ ସାଂପ୍ରଦାୟିକତା ବସା ବାନ୍ଧିଛି ଓ ଦେଶକୁ ସାଂପ୍ରଦାୟିକତାର ବିଷ ବଳୟରେ ଘାଣ୍ଟିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସଚ୍ଚା ହିନ୍ଦୁ ଓ ସଚ୍ଚା ମୁସଲମାନ ଉଭୟ ଅଡ଼ୁଆ। କାରଣ ସେମାନଙ୍କ ରୁଗ୍‌ଣ ମାନସିକତା ରାସ୍ତାରେ ସତ୍ୟ, ଅହିଂସା ଓ ସର୍ବଧର୍ମ ସମାନତା ଏକ ସକାରାତ୍ମକ ପ୍ରତିବାଦ, ଯାହା ଗାନ୍ଧୀ କରୁଥିଲେ। ଗାନ୍ଧୀଙ୍କ ହତ୍ୟା ପରେ ଆମ ଦେଶରେ ସେହି ଘୃଣା ସୃଷ୍ଟିକାରୀ ଗୋଷ୍ଠୀଙ୍କ କୁତ୍ସିତ ଉଦ୍ଦେଶ୍ୟ ଏଯାଏ ସାଧିତ ହୋଇପାରିନାହିଁ। କିନ୍ତୁ ସେମାନେ ଅତ୍ୟନ୍ତ ନିଷ୍ଠାର ସହିତ ନିଜ ପ୍ରୟାସ ଜାରି ରଖିଛନ୍ତି। ଆମକୁ ବୁଝିବା ଦରକାର , ବ୍ରିଟିଶ ବିରୋଧରେ ସଂଗ୍ରାମ କରି ଗାନ୍ଧୀ ପ୍ରାଣ ହରେଇ ନାହାନ୍ତି। ଗାନ୍ଧୀ ପ୍ରାଣ ହରାଇଛନ୍ତି, ମାନବିକତାର ଜୟଗାନ କରିବାର ଅପରାଧରେ। ଗାନ୍ଧୀ ଗୁଳି ଖାଇଛନ୍ତି ଘୃଣା ପରିହାର କରି ସର୍ବଧର୍ମ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବାର ପ୍ରୟାସରେ। ଆଜିର ସମାଜ ନିଶ୍ଚୟ ବିଚାର କରିବ, ଘୃଣା ଜରୁରୀ ନା ପ୍ରେମ! ଧର୍ମ ନାମରେ ସାଂପ୍ରଦାୟିକତାବାଦ ଦରକାର ନା ସର୍ବଧର୍ମ ସମନ୍ବୟର ଭାବନା ଦରକାର!
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri