Posted inଖେଳ

ଇତିହାସ ରଚିଲେ ହଦାଦ ମାଇଆ

ପ୍ୟାରିସ୍‌,୬ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ୍‌ ଫ୍ରେଞ୍ଚ ଓପନରେ ଇତିହାସ ରଚିଛନ୍ତି ବ୍ରାଜିଲଲ ବିଟ୍ରିଜ୍‌ ହଦାଦ ମାଇଆ। ୧୯୬୮ ମସିହା ପରେ ଦେଶର ପ୍ରଥମ ଖେଳାଳି ଭାବରେ ସେ କୌଣସି ଗ୍ରାଣ୍ଡସ୍ଲାମ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୯୬୮ରେ ଶେଷ ଥର ପାଇଁ ମାରିଆ ବୁଏନୋ ୟୁଏସ୍‌ ଓପନ ସେମିରେ ପ୍ରବେଶ କରିଥିଲେ। ମହିଳା ସିଙ୍ଗଲ୍ସରେ ବିଟ୍ରିଜଙ୍କ ବ୍ୟତୀତ ଓନ୍ସ ଜାବେର ଓ କୋକୋ ଗଫ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ପକ୍ଷରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଗ୍ରୀସ୍‌ର ଷ୍ଟିଫାନୋସ୍‌ ସିତ୍‌ସିପାସ, ସ୍ପେନ୍‌ର କାର୍ଲୋସ ଅଲକାରାଜ ଗାର୍ଫିଆ ଓ କାସ୍ପର ରୁଡ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ବିଶ୍ୱ ମାନ୍ୟତାର ୧୪ ନମ୍ବର ସ୍ଥାନରେ ଥିବା ବିଟ୍ରିଜ୍‌ ସ୍ପେନ୍‌ର ସାରା ସୋରିବେସ ଟୋର୍ମୋଙ୍କୁ ୭-୬(୭-୩), ୩-୬ ଓ ୫-୭ ସେଟରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ଟି ଟାଇବ୍ରେକରକୁ ଯାଇଥିବା ବେଳେ ସାରା ଏହାକୁ ଜିତି ନେଇଥିଲେ। ତେବେ ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତିବା ସହିତ ବିଟ୍ରିଜ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲେ। କୋର୍ଟ ଫିଲିପ୍‌ ଚାର୍ଟରରେ ଖେଳା ଯାଉଥିବା ଅନ୍ୟ ଏକ ୪ର୍ଥ ରାଉଣ୍ଡ ମ୍ୟାଚରେ ଆମେରିକାର ବର୍ନାର୍ଡା ପେରାଙ୍କୁ ୬-୩, ୬-୧ ସେଟରେ ହରାଇଛନ୍ତି ଟ୍ୟୁନିସିଆର ଓନ୍ସ ଜାବେର। ପେରାଙ୍କ ସର୍ଭରେ୧୬ରୁ ୧୫ ପଏଣ୍ଟ ସଂଗ୍ରହ କରିଥିଲେ ଜାବେର। ତେବେ ଜାବେରଙ୍କ ସର୍ଭରୁ ମଧ୍ୟ ୮ ପଏଣ୍ଟ ସଂଗ୍ରହ କରିଥିଲେ ପେରା। ଏହି ମ୍ୟାଚ୍‌ ପରେ ଜାବେର କହିଥିଲେ ପେରାଙ୍କ ଆକ୍ରମଣାତ୍ମକ ଖେଳ ତାଙ୍କୁ ଚାପରେ ରଖିଥିଲେ। ତେବେ ପେରା ୩୩ଟି ଅନଫୋର୍ସଡ ଏରର ବଳରେ ଜାେqବର ଏହି ମ୍ୟାଚ୍‌କୁ ଜିତି ନେଇଥିଲେ। ଜଂଘ ଆଘାତରୁ ପ୍ରତ୍ୟାବର୍ତ୍ତନ କରୁଥିବା ଜାବେର ଦ୍ୱିତୀୟ ଆଫ୍ରିକୀୟ ମହିଳା ଭାବରେ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେ ବ୍ରାଜିଲର ବିଟ୍ରିଜ୍‌ ହଦାଦ ମାଇଆଙ୍କୁ ଭେଟିବେ। ଅନ୍ୟ ଏକ ମ୍ୟାଚରେ ଆମେରିକାର କୋକୋ ଗଫ୍‌ ୭-୫ ଓ ୬-୨ ସେଟ୍‌ରେ ଆନ୍ନା କାରୋଲିନା ସିମେଡ୍ଲୋଭାଙ୍କୁ ଭେଟିବେ।
ସେହିପରି ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ ୭-୫, ୬-୩ ଓ ୬-୦ ସେଟରେ ଅଷ୍ଟ୍ରିଆର ସେବାଷ୍ଟିଆନ୍‌ ଅଫ୍‌ନରଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ମାନ୍ୟତାର ୫ନମ୍ବର ସ୍ଥାନରେ ଥିବା ସିତ୍‌ସିପାସ ପରବର୍ତ୍ତୀ ମ୍ୟାଚରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା କାର୍ଲୋସ ଅଲକାରାଜ ଗାର୍ଫିଆଙ୍କୁ ଭେଟିବେ। ରବିବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ୪ର୍ଥ ରାଉଣ୍ଡ ମ୍ୟାଚରେ ଅଲକାରାଜ ବିଶ୍ୱ ମାନ୍ୟତାର ୧୭ ନମ୍ବର ଖେଳାଳି ଲରେଞ୍ଜୋ ମୁସେଟିଙ୍କୁ ୬-୩, ୬-୨ ଓ ୬-୨ ସେଟ୍‌ରେ ପରାସ୍ତ କରିଥିଲେ। ସେହିପରି ସୋମବାର ନରଓ୍ବେର କାସ୍ପର ରୁଡ୍‌ ଚିଲିର ନିକୋଲାସ ଜାରିଙ୍କୁ ୭-୬(୭-୩) , ୭-୫ ଓ ୭-୫ ସେଟରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌ ଟାଇବ୍ରେକରରେ ଫଇସଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri