Posted inଖେଳ

ଇତିହାସ ରଚିଲେ ହଦାଦ ମାଇଆ

ପ୍ୟାରିସ୍‌,୬ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ୍‌ ଫ୍ରେଞ୍ଚ ଓପନରେ ଇତିହାସ ରଚିଛନ୍ତି ବ୍ରାଜିଲଲ ବିଟ୍ରିଜ୍‌ ହଦାଦ ମାଇଆ। ୧୯୬୮ ମସିହା ପରେ ଦେଶର ପ୍ରଥମ ଖେଳାଳି ଭାବରେ ସେ କୌଣସି ଗ୍ରାଣ୍ଡସ୍ଲାମ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୯୬୮ରେ ଶେଷ ଥର ପାଇଁ ମାରିଆ ବୁଏନୋ ୟୁଏସ୍‌ ଓପନ ସେମିରେ ପ୍ରବେଶ କରିଥିଲେ। ମହିଳା ସିଙ୍ଗଲ୍ସରେ ବିଟ୍ରିଜଙ୍କ ବ୍ୟତୀତ ଓନ୍ସ ଜାବେର ଓ କୋକୋ ଗଫ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ପକ୍ଷରେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଗ୍ରୀସ୍‌ର ଷ୍ଟିଫାନୋସ୍‌ ସିତ୍‌ସିପାସ, ସ୍ପେନ୍‌ର କାର୍ଲୋସ ଅଲକାରାଜ ଗାର୍ଫିଆ ଓ କାସ୍ପର ରୁଡ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
ବିଶ୍ୱ ମାନ୍ୟତାର ୧୪ ନମ୍ବର ସ୍ଥାନରେ ଥିବା ବିଟ୍ରିଜ୍‌ ସ୍ପେନ୍‌ର ସାରା ସୋରିବେସ ଟୋର୍ମୋଙ୍କୁ ୭-୬(୭-୩), ୩-୬ ଓ ୫-୭ ସେଟରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ଟି ଟାଇବ୍ରେକରକୁ ଯାଇଥିବା ବେଳେ ସାରା ଏହାକୁ ଜିତି ନେଇଥିଲେ। ତେବେ ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତିବା ସହିତ ବିଟ୍ରିଜ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲେ। କୋର୍ଟ ଫିଲିପ୍‌ ଚାର୍ଟରରେ ଖେଳା ଯାଉଥିବା ଅନ୍ୟ ଏକ ୪ର୍ଥ ରାଉଣ୍ଡ ମ୍ୟାଚରେ ଆମେରିକାର ବର୍ନାର୍ଡା ପେରାଙ୍କୁ ୬-୩, ୬-୧ ସେଟରେ ହରାଇଛନ୍ତି ଟ୍ୟୁନିସିଆର ଓନ୍ସ ଜାବେର। ପେରାଙ୍କ ସର୍ଭରେ୧୬ରୁ ୧୫ ପଏଣ୍ଟ ସଂଗ୍ରହ କରିଥିଲେ ଜାବେର। ତେବେ ଜାବେରଙ୍କ ସର୍ଭରୁ ମଧ୍ୟ ୮ ପଏଣ୍ଟ ସଂଗ୍ରହ କରିଥିଲେ ପେରା। ଏହି ମ୍ୟାଚ୍‌ ପରେ ଜାବେର କହିଥିଲେ ପେରାଙ୍କ ଆକ୍ରମଣାତ୍ମକ ଖେଳ ତାଙ୍କୁ ଚାପରେ ରଖିଥିଲେ। ତେବେ ପେରା ୩୩ଟି ଅନଫୋର୍ସଡ ଏରର ବଳରେ ଜାେqବର ଏହି ମ୍ୟାଚ୍‌କୁ ଜିତି ନେଇଥିଲେ। ଜଂଘ ଆଘାତରୁ ପ୍ରତ୍ୟାବର୍ତ୍ତନ କରୁଥିବା ଜାବେର ଦ୍ୱିତୀୟ ଆଫ୍ରିକୀୟ ମହିଳା ଭାବରେ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସେ ବ୍ରାଜିଲର ବିଟ୍ରିଜ୍‌ ହଦାଦ ମାଇଆଙ୍କୁ ଭେଟିବେ। ଅନ୍ୟ ଏକ ମ୍ୟାଚରେ ଆମେରିକାର କୋକୋ ଗଫ୍‌ ୭-୫ ଓ ୬-୨ ସେଟ୍‌ରେ ଆନ୍ନା କାରୋଲିନା ସିମେଡ୍ଲୋଭାଙ୍କୁ ଭେଟିବେ।
ସେହିପରି ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ ୭-୫, ୬-୩ ଓ ୬-୦ ସେଟରେ ଅଷ୍ଟ୍ରିଆର ସେବାଷ୍ଟିଆନ୍‌ ଅଫ୍‌ନରଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ମାନ୍ୟତାର ୫ନମ୍ବର ସ୍ଥାନରେ ଥିବା ସିତ୍‌ସିପାସ ପରବର୍ତ୍ତୀ ମ୍ୟାଚରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା କାର୍ଲୋସ ଅଲକାରାଜ ଗାର୍ଫିଆଙ୍କୁ ଭେଟିବେ। ରବିବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ୪ର୍ଥ ରାଉଣ୍ଡ ମ୍ୟାଚରେ ଅଲକାରାଜ ବିଶ୍ୱ ମାନ୍ୟତାର ୧୭ ନମ୍ବର ଖେଳାଳି ଲରେଞ୍ଜୋ ମୁସେଟିଙ୍କୁ ୬-୩, ୬-୨ ଓ ୬-୨ ସେଟ୍‌ରେ ପରାସ୍ତ କରିଥିଲେ। ସେହିପରି ସୋମବାର ନରଓ୍ବେର କାସ୍ପର ରୁଡ୍‌ ଚିଲିର ନିକୋଲାସ ଜାରିଙ୍କୁ ୭-୬(୭-୩) , ୭-୫ ଓ ୭-୫ ସେଟରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌ ଟାଇବ୍ରେକରରେ ଫଇସଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri