ଇତିହାସ କଥା କହେ

ରବିନାରାୟଣ ସାମଲ

 

ବାହାର ବାନୁ ବେଗମ୍‌ ଥିଲେ ସମ୍ରାଟ୍‌ ଜାହାଙ୍ଗୀରଙ୍କ କନିଷ୍ଠା କନ୍ୟା। ଏକଦା ସେ ଅସୁସ୍ଥ ହୋଇପଡ଼ିଲେ। ଭାରତୀୟ ଚିକିତ୍ସା ତାଙ୍କୁ ଆରୋଗ୍ୟ କରିପାରିଲା ନାହିଁ। ଜାହାଙ୍ଗୀରଙ୍କ ଅନୁମତି ନେଇ ଓ୍ବିଲିୟମ୍‌ ହକିନ୍ସ ବ୍ରିଟେନ୍‌ରୁ ଡାକ୍ତର ଆଣି ତାଙ୍କୁ ଚିକିତ୍ସା କଲେ ଏବଂ ସେ ସୁସ୍ଥ ହେଲେ। ଏହାର ସୁଯୋଗ ନେଇ ଭାରତରେ ବାଣିଜ୍ୟ କାରବାର କରିବାକୁ ହକିନ୍ସ ଜାହାଙ୍ଗୀରଙ୍କ ଅନୁମତି ଚାହିଁଲେ। ଅନିଚ୍ଛା ସତ୍ତ୍ୱେ ଜାହାଙ୍ଗୀର ସ୍ବୀକୃତି ପ୍ରଦାନ କଲେ। ଫଳରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀକୁ ବାଣିଜ୍ୟ କୋଠି ସ୍ଥାପନ କରିବାକୁ ରାସ୍ତା ପରିଷ୍କାର ହୋଇଯାଇଥିଲା। ତା’ପରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ଭାରତକୁ କିପରି ଶାସନାଧୀନ କଲା, ଆମେ ସମସ୍ତେ ଅଳ୍ପ ବହୁତେ ଜାଣନ୍ତି। ଏହି କଥା ଇତିହାସ କହୁଛି। ୧୮୮୫ ଡିସେମ୍ବର ୨୮ ତାରିଖରେ ଅକ୍ଟାଭିଆନ୍‌ ହ୍ୟୁମ୍‌, ଦାଦାଭାଇ ନାରୋଜୀ ଓ ସାର୍‌ ଦିନ୍‌ସା ଇଦୁଲ୍‌ଜୀ ଓ୍ବାଚା ଭାରତରେ ଜାତୀୟ କଂଗ୍ରେସ ଗଠନ କରିଥିଲେ। ୧୯୧୭ରେ ଉତ୍କଳମଣି ଗୋପବନ୍ଧୁ ମହାଭାରତୀୟ ଜାତୀୟ ସଭା କଂଗ୍ରେସରେ ଯୋଗଦାନ କରି ଓଡ଼ିଶାରେ ପ୍ରଥମ କଂଗ୍ରେସର ଭିତ୍ତି ସ୍ଥାପନ କରିଥିଲେ। ଏହା ଇତିହାସ କହୁଛି।
ମାତାପିତାଙ୍କ ଗୁଣକୁ ସନ୍ତାନସନ୍ତତିମାନେ ଉତ୍ତରାଧିକାର ସୂତ୍ରରେ ବହନ କରିଥାଆନ୍ତି। ମଟର ଗଛରେ ପରାଗସଙ୍ଗମ କରି ଅଷ୍ଟ୍ରିଆର ବୈଜ୍ଞାନିକ ଗ୍ରିଗର ମେଣ୍ଡେଲ୍‌ ଏହି ପ୍ରାକୃତିକ ନିୟମରେ ପହଞ୍ଚତ୍ ପାରିଥିଲେ। ସାରା ଜୀବନ ଦୁରାରୋଗ୍ୟ ସ୍ନାୟବିକ ରୋଗରେ ପୀଡ଼ିତ ଥାଇ ମଧ୍ୟ ଷ୍ଟିଫେନ୍‌ ହକିଙ୍ଗ୍‌ସ କୃଷ୍ଣଗର୍ତ୍ତ ବିକିରଣ ସମ୍ପର୍କରେ ଚମକପ୍ରଦ ତଥ୍ୟ ଆବିଷ୍କାର କରି ସାରା ବିଶ୍ୱରେ ଅମର ହୋଇ ରହିଥିଲେ। ରାୟ ବାହାଦୁର ଦୟାରାମ ସାହାଣୀଙ୍କ ନାମ ଆମ ମାନସପଟରେ ନାହିଁ। ସେ ୧୯୨୦ରେ ମାଟିତଳୁ ଆବିଷ୍କାର କରିଥିଲେ ହରପ୍ପା ସଭ୍ୟତା। ପୋଡ଼ା ଇଟାରେ ସ୍ନାନାଗାର, ପାଇଖାନା, ନର୍ଦ୍ଦମା ନାଳି ଆଦି ଉନ୍ନତମାନର ନକ୍ସାଭିତ୍ତିକ ଗୃହ ସେତେବେଳେ ନିର୍ମିତ ହେଉଥିଲା ବୋଲି ଏଥିରୁ ପ୍ରମାଣ ମିଳିଥିଲା। ସେହିପରି ମହେଞ୍ଜୋଦାରୋ ସଭ୍ୟତା ମଧ୍ୟ ପରେ ପରେ ଆବିଷ୍କୃତ ହୋଇଥିଲା। ଓଡ଼ିଆ ଭାଷାର ପ୍ରଥମ ଶବ୍ଦ ‘ଗଇଠ’ ବା ଗୋଠ। ନୂଆପଡ଼ାର ଯୋଗୀମଠରେ ରହିଛି ଦଶ ହଜାର ବର୍ଷର ଚିତ୍ରଲିପି। ଚାରୋଟି ପଶୁ ସହିତ ଜଣେ ମଣିଷର ଚିତ୍ର ଥାଇ ଲେଖା ହୋଇଛି ଏହି ‘ଗଇଠ’ ଶବ୍ଦ। ଅନ୍ୟପକ୍ଷରେ ବିଶ୍ୱର ସର୍ବପୁରାତନ ଭାଷା ହେଉଛି ‘ତାମିଲ’। ଏହା ଥିଲା ଦ୍ରାବିଡ଼ମାନଙ୍କର ଭାଷା। ଅନ୍ୟ ଭାଷା ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିଲା। ଏ ଇତିହାସର କଥା ।
ଫାସିବାଦ ଶାସକ ହିଟ୍‌ଲରଙ୍କୁ ପ୍ରାୟ ସମସ୍ତେ ଜାଣନ୍ତି। ମିଥ୍ୟା ପ୍ରଚାର ପ୍ରହେଳିକା ସୃଷ୍ଟି କରି ସେ ନିଜର ଶାସନ ଚଳାଇ ରଖିଥିଲେ। ସେ ତାଙ୍କ ଆମତ୍ଜୀବନୀ ‘ମେ କାମ୍ଫ୍‌’ରେ ଏହି ତତ୍ତ୍ୱ ଉଲ୍ଲେଖ କରିଛନ୍ତି। ଏହି ‘ମେ କାମ୍ଫ୍‌’ ପୁସ୍ତକ ସେତେବେଳେ ଏଗାରଟି ଭାଷାରେ ଅନୁବାଦ ହୋଇଥିଲା ଏବଂ ସର୍ବାଧିକ ସଂଖ୍ୟାରେ ମଧ୍ୟ ବିକ୍ରି ହୋଇଥିଲା। ଧରାକୁ ସରା ମଣୁଥିବା ହିଟ୍‌ଲର ଶେଷକୁ ସିୟାନାଇଡ୍‌ ବିଷ ଖାଇ ଏବଂ ନିଜ ବନ୍ଧୁକରୁ ଗୁଳି ଚଳାଇ ଆମତ୍ହତ୍ୟା କରିଥିଲେ। ଏ କଥା ଇତିହାସରେ ଲେଖାଅଛି।
ଚିକିତ୍ସା ବିଜ୍ଞାନର ଇତିହାସ ଖୁବ୍‌ ସୁଦୀର୍ଘ। ପ୍ରାଗ୍‌ ଐତିହାସିକ ଯୁଗରୁ ଏହାର ବିକାଶ ହୋଇଆସିଅଛି। ମହାମାରୀ ରୂପ ନେଇଥିବା ଊନବିଂଶ ଶତାବ୍ଦୀର ବସନ୍ତ ରୋଗ ଓ ବିଂଶ ଶତାବ୍ଦୀରେ ପୋଲିଓକୁ ବୈଜ୍ଞାନିକମାନେ ସାରା ବିଶ୍ୱରୁ ମୂଳୋପତ୍ାଟନ କରିପାରିଛନ୍ତି। ଏବେ ମହାମାରୀ କରୋନାର ପ୍ରତିଷେଧକ ଉଦ୍ଭାବନ ହୋଇ ସାରିଲାଣି। ଏହା ଇତିହାସର ମଧ୍ୟ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ।
ଇତିହାସର ପରିସର ସୁବିସ୍ତୀର୍ଣ୍ଣ। ଏହାର ଅନ୍ତ ନାହିଁ। ଯାହା ଅତୀତ ହୋଇଗଲା ତାହା ଇତିହାସ। ଐତିହାସିକମାନେ ଅତୀତର ଗର୍ଭ ବିଦୀର୍ଣ୍ଣ କରି ଅନେକ କିଛି ଅବଦାନ ବିଶ୍ୱକୁ ଦେଇଯାଇଛନ୍ତି। ରାଜନୈତିକ ଇତିହାସ, କୂଟନୈତିକ ଇତିହାସ, ସାଂସ୍କୃତିକ ଇତିହାସ, ଅର୍ଥନୈତିକ ଇତିହାସ, ସାମାଜିକ ଇତିହାସ, ବୌଦ୍ଧିକ ଇତିହାସ ଏମିତି ବହୁଧା ଭାବରେ ଇତିହାସକୁ ବିଭକ୍ତ କରାଯାଇପାରେ। ଇତିହାସକୁ ବାଦ୍‌ ଦେଇ ଭବିଷ୍ୟତ ଚିନ୍ତା କରାଯାଇ ପାରେନାହିଁ। ରାଜନୈତିକ ଇତିହାସକୁ ଆମେ ଯଦି ପର୍ଯ୍ୟାଲୋଚନା କରିବା, ତେବେ ଏହି କଥା ଜାଣିପାରିବା। ରାଜତନ୍ତ୍ର, ଗଣତନ୍ତ୍ର, ଫାସିବାଦ, ସାମନ୍ତବାଦ, ସାମ୍ରାଜ୍ୟବାଦ, ସମାଜବାଦ ଆଦି ଗୋଟିଏ ଗୋଟିଏ ରାଜନୈତିକ ସମାଜ ବ୍ୟବସ୍ଥା। ଏହାକୁ ଅଧ୍ୟୟନ ନ କରି ଆମେ ମାନବ ସଭ୍ୟତାର ରୂପରେଖ ଜାଣିପାରିବା ନାହିଁ। ଭବିଷ୍ୟତ ପିଢ଼ିଙ୍କ ହାତରେ ଏକ ସୁସ୍ଥ ସୁନ୍ଦର ସମାଜ ବ୍ୟବସ୍ଥା ଟେକି ଦେଇପାରିବା ନାହିଁ। ଭାରତର ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଯେଉଁମାନେ ଅବଗତ ନ ଥିବେ, ସେମାନେ ଏକ ନୂତନ ଭାରତର ସୂର୍ଯ୍ୟୋଦୟର ପରିକଳ୍ପନା କରିପାରିବେ ନାହିଁ। ଆମ ଦେଶର ରାଜନୈତିକ ଇତିହାସ ଆଜି ସଙ୍କଟ ଭିତର ଦେଇ ଗତି କରୁଛି। ଏହାକୁ ବିକୃତ କରିବାକୁ ଦଳେ ଚେଷ୍ଟା ଚଳାଇଛନ୍ତି। ପୁରାଣକୁ ଇତିହାସ ସହିତ ଫେଣ୍ଟି ଏକ ଭୁଲ୍‌ ତଥ୍ୟ ଦେବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି। କିନ୍ତୁ ଆମକୁ ଏଠାରେ ମନେରଖିବାକୁ ହେବ ଯେ, ଇତିହାସ ଏକ ବିଜ୍ଞାନ; ଏହା ବାହାର କଳ୍ପନା ନୁହେଁ। ଶାସକ ବଦଳରେ ଆମ ଦେଶରେ ଇତିହାସ ବଦଳୁଥିବାର ଲକ୍ଷ୍ୟ କରାଯାଏ। କାରଣ ଶାସକ ଗୋଷ୍ଠୀ ନିଜ ସପକ୍ଷରେ ଇତିହାସ ଲେଖିବାକୁ ଚେଷ୍ଟା କରିଥାଏ। ଇତିହାସରେ ମିଥ୍ୟା ତଥ୍ୟ ଉପସ୍ଥାପନା କରି ନୂତନ ପିଢ଼ିଙ୍କ ଉପରେ ବୌଦ୍ଧିକ ଆକ୍ରମଣ କରିଥାଏ। ତେଣୁ କରି ଆମକୁ ସତର୍କ ରହିବାକୁ ପଡ଼ିବ। କୌଣସି ପରିସ୍ଥିତିରେ ଇତିହାସର ଯେପରି ବିକୃତୀକରଣ ନ ହୁଏ, ସେ ଦିଗ ପ୍ରତି ଆମକୁ ଯନତ୍ବାନ୍‌ ହେବାକୁ ହେବ। ନଚେତ୍‌ ଇତିହାସ ଆମକୁ କ୍ଷମା ଦେବ ନାହିଁ। ଇତିହାସରେ ଆମେ କଳଙ୍କିତ ହୋଇ ରହିଯିବା।
ମୋ- ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri