ଇତିହାସ କଥା କହେ

ରବିନାରାୟଣ ସାମଲ

 

ବାହାର ବାନୁ ବେଗମ୍‌ ଥିଲେ ସମ୍ରାଟ୍‌ ଜାହାଙ୍ଗୀରଙ୍କ କନିଷ୍ଠା କନ୍ୟା। ଏକଦା ସେ ଅସୁସ୍ଥ ହୋଇପଡ଼ିଲେ। ଭାରତୀୟ ଚିକିତ୍ସା ତାଙ୍କୁ ଆରୋଗ୍ୟ କରିପାରିଲା ନାହିଁ। ଜାହାଙ୍ଗୀରଙ୍କ ଅନୁମତି ନେଇ ଓ୍ବିଲିୟମ୍‌ ହକିନ୍ସ ବ୍ରିଟେନ୍‌ରୁ ଡାକ୍ତର ଆଣି ତାଙ୍କୁ ଚିକିତ୍ସା କଲେ ଏବଂ ସେ ସୁସ୍ଥ ହେଲେ। ଏହାର ସୁଯୋଗ ନେଇ ଭାରତରେ ବାଣିଜ୍ୟ କାରବାର କରିବାକୁ ହକିନ୍ସ ଜାହାଙ୍ଗୀରଙ୍କ ଅନୁମତି ଚାହିଁଲେ। ଅନିଚ୍ଛା ସତ୍ତ୍ୱେ ଜାହାଙ୍ଗୀର ସ୍ବୀକୃତି ପ୍ରଦାନ କଲେ। ଫଳରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀକୁ ବାଣିଜ୍ୟ କୋଠି ସ୍ଥାପନ କରିବାକୁ ରାସ୍ତା ପରିଷ୍କାର ହୋଇଯାଇଥିଲା। ତା’ପରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ଭାରତକୁ କିପରି ଶାସନାଧୀନ କଲା, ଆମେ ସମସ୍ତେ ଅଳ୍ପ ବହୁତେ ଜାଣନ୍ତି। ଏହି କଥା ଇତିହାସ କହୁଛି। ୧୮୮୫ ଡିସେମ୍ବର ୨୮ ତାରିଖରେ ଅକ୍ଟାଭିଆନ୍‌ ହ୍ୟୁମ୍‌, ଦାଦାଭାଇ ନାରୋଜୀ ଓ ସାର୍‌ ଦିନ୍‌ସା ଇଦୁଲ୍‌ଜୀ ଓ୍ବାଚା ଭାରତରେ ଜାତୀୟ କଂଗ୍ରେସ ଗଠନ କରିଥିଲେ। ୧୯୧୭ରେ ଉତ୍କଳମଣି ଗୋପବନ୍ଧୁ ମହାଭାରତୀୟ ଜାତୀୟ ସଭା କଂଗ୍ରେସରେ ଯୋଗଦାନ କରି ଓଡ଼ିଶାରେ ପ୍ରଥମ କଂଗ୍ରେସର ଭିତ୍ତି ସ୍ଥାପନ କରିଥିଲେ। ଏହା ଇତିହାସ କହୁଛି।
ମାତାପିତାଙ୍କ ଗୁଣକୁ ସନ୍ତାନସନ୍ତତିମାନେ ଉତ୍ତରାଧିକାର ସୂତ୍ରରେ ବହନ କରିଥାଆନ୍ତି। ମଟର ଗଛରେ ପରାଗସଙ୍ଗମ କରି ଅଷ୍ଟ୍ରିଆର ବୈଜ୍ଞାନିକ ଗ୍ରିଗର ମେଣ୍ଡେଲ୍‌ ଏହି ପ୍ରାକୃତିକ ନିୟମରେ ପହଞ୍ଚତ୍ ପାରିଥିଲେ। ସାରା ଜୀବନ ଦୁରାରୋଗ୍ୟ ସ୍ନାୟବିକ ରୋଗରେ ପୀଡ଼ିତ ଥାଇ ମଧ୍ୟ ଷ୍ଟିଫେନ୍‌ ହକିଙ୍ଗ୍‌ସ କୃଷ୍ଣଗର୍ତ୍ତ ବିକିରଣ ସମ୍ପର୍କରେ ଚମକପ୍ରଦ ତଥ୍ୟ ଆବିଷ୍କାର କରି ସାରା ବିଶ୍ୱରେ ଅମର ହୋଇ ରହିଥିଲେ। ରାୟ ବାହାଦୁର ଦୟାରାମ ସାହାଣୀଙ୍କ ନାମ ଆମ ମାନସପଟରେ ନାହିଁ। ସେ ୧୯୨୦ରେ ମାଟିତଳୁ ଆବିଷ୍କାର କରିଥିଲେ ହରପ୍ପା ସଭ୍ୟତା। ପୋଡ଼ା ଇଟାରେ ସ୍ନାନାଗାର, ପାଇଖାନା, ନର୍ଦ୍ଦମା ନାଳି ଆଦି ଉନ୍ନତମାନର ନକ୍ସାଭିତ୍ତିକ ଗୃହ ସେତେବେଳେ ନିର୍ମିତ ହେଉଥିଲା ବୋଲି ଏଥିରୁ ପ୍ରମାଣ ମିଳିଥିଲା। ସେହିପରି ମହେଞ୍ଜୋଦାରୋ ସଭ୍ୟତା ମଧ୍ୟ ପରେ ପରେ ଆବିଷ୍କୃତ ହୋଇଥିଲା। ଓଡ଼ିଆ ଭାଷାର ପ୍ରଥମ ଶବ୍ଦ ‘ଗଇଠ’ ବା ଗୋଠ। ନୂଆପଡ଼ାର ଯୋଗୀମଠରେ ରହିଛି ଦଶ ହଜାର ବର୍ଷର ଚିତ୍ରଲିପି। ଚାରୋଟି ପଶୁ ସହିତ ଜଣେ ମଣିଷର ଚିତ୍ର ଥାଇ ଲେଖା ହୋଇଛି ଏହି ‘ଗଇଠ’ ଶବ୍ଦ। ଅନ୍ୟପକ୍ଷରେ ବିଶ୍ୱର ସର୍ବପୁରାତନ ଭାଷା ହେଉଛି ‘ତାମିଲ’। ଏହା ଥିଲା ଦ୍ରାବିଡ଼ମାନଙ୍କର ଭାଷା। ଅନ୍ୟ ଭାଷା ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିଲା। ଏ ଇତିହାସର କଥା ।
ଫାସିବାଦ ଶାସକ ହିଟ୍‌ଲରଙ୍କୁ ପ୍ରାୟ ସମସ୍ତେ ଜାଣନ୍ତି। ମିଥ୍ୟା ପ୍ରଚାର ପ୍ରହେଳିକା ସୃଷ୍ଟି କରି ସେ ନିଜର ଶାସନ ଚଳାଇ ରଖିଥିଲେ। ସେ ତାଙ୍କ ଆମତ୍ଜୀବନୀ ‘ମେ କାମ୍ଫ୍‌’ରେ ଏହି ତତ୍ତ୍ୱ ଉଲ୍ଲେଖ କରିଛନ୍ତି। ଏହି ‘ମେ କାମ୍ଫ୍‌’ ପୁସ୍ତକ ସେତେବେଳେ ଏଗାରଟି ଭାଷାରେ ଅନୁବାଦ ହୋଇଥିଲା ଏବଂ ସର୍ବାଧିକ ସଂଖ୍ୟାରେ ମଧ୍ୟ ବିକ୍ରି ହୋଇଥିଲା। ଧରାକୁ ସରା ମଣୁଥିବା ହିଟ୍‌ଲର ଶେଷକୁ ସିୟାନାଇଡ୍‌ ବିଷ ଖାଇ ଏବଂ ନିଜ ବନ୍ଧୁକରୁ ଗୁଳି ଚଳାଇ ଆମତ୍ହତ୍ୟା କରିଥିଲେ। ଏ କଥା ଇତିହାସରେ ଲେଖାଅଛି।
ଚିକିତ୍ସା ବିଜ୍ଞାନର ଇତିହାସ ଖୁବ୍‌ ସୁଦୀର୍ଘ। ପ୍ରାଗ୍‌ ଐତିହାସିକ ଯୁଗରୁ ଏହାର ବିକାଶ ହୋଇଆସିଅଛି। ମହାମାରୀ ରୂପ ନେଇଥିବା ଊନବିଂଶ ଶତାବ୍ଦୀର ବସନ୍ତ ରୋଗ ଓ ବିଂଶ ଶତାବ୍ଦୀରେ ପୋଲିଓକୁ ବୈଜ୍ଞାନିକମାନେ ସାରା ବିଶ୍ୱରୁ ମୂଳୋପତ୍ାଟନ କରିପାରିଛନ୍ତି। ଏବେ ମହାମାରୀ କରୋନାର ପ୍ରତିଷେଧକ ଉଦ୍ଭାବନ ହୋଇ ସାରିଲାଣି। ଏହା ଇତିହାସର ମଧ୍ୟ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ।
ଇତିହାସର ପରିସର ସୁବିସ୍ତୀର୍ଣ୍ଣ। ଏହାର ଅନ୍ତ ନାହିଁ। ଯାହା ଅତୀତ ହୋଇଗଲା ତାହା ଇତିହାସ। ଐତିହାସିକମାନେ ଅତୀତର ଗର୍ଭ ବିଦୀର୍ଣ୍ଣ କରି ଅନେକ କିଛି ଅବଦାନ ବିଶ୍ୱକୁ ଦେଇଯାଇଛନ୍ତି। ରାଜନୈତିକ ଇତିହାସ, କୂଟନୈତିକ ଇତିହାସ, ସାଂସ୍କୃତିକ ଇତିହାସ, ଅର୍ଥନୈତିକ ଇତିହାସ, ସାମାଜିକ ଇତିହାସ, ବୌଦ୍ଧିକ ଇତିହାସ ଏମିତି ବହୁଧା ଭାବରେ ଇତିହାସକୁ ବିଭକ୍ତ କରାଯାଇପାରେ। ଇତିହାସକୁ ବାଦ୍‌ ଦେଇ ଭବିଷ୍ୟତ ଚିନ୍ତା କରାଯାଇ ପାରେନାହିଁ। ରାଜନୈତିକ ଇତିହାସକୁ ଆମେ ଯଦି ପର୍ଯ୍ୟାଲୋଚନା କରିବା, ତେବେ ଏହି କଥା ଜାଣିପାରିବା। ରାଜତନ୍ତ୍ର, ଗଣତନ୍ତ୍ର, ଫାସିବାଦ, ସାମନ୍ତବାଦ, ସାମ୍ରାଜ୍ୟବାଦ, ସମାଜବାଦ ଆଦି ଗୋଟିଏ ଗୋଟିଏ ରାଜନୈତିକ ସମାଜ ବ୍ୟବସ୍ଥା। ଏହାକୁ ଅଧ୍ୟୟନ ନ କରି ଆମେ ମାନବ ସଭ୍ୟତାର ରୂପରେଖ ଜାଣିପାରିବା ନାହିଁ। ଭବିଷ୍ୟତ ପିଢ଼ିଙ୍କ ହାତରେ ଏକ ସୁସ୍ଥ ସୁନ୍ଦର ସମାଜ ବ୍ୟବସ୍ଥା ଟେକି ଦେଇପାରିବା ନାହିଁ। ଭାରତର ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ ଯେଉଁମାନେ ଅବଗତ ନ ଥିବେ, ସେମାନେ ଏକ ନୂତନ ଭାରତର ସୂର୍ଯ୍ୟୋଦୟର ପରିକଳ୍ପନା କରିପାରିବେ ନାହିଁ। ଆମ ଦେଶର ରାଜନୈତିକ ଇତିହାସ ଆଜି ସଙ୍କଟ ଭିତର ଦେଇ ଗତି କରୁଛି। ଏହାକୁ ବିକୃତ କରିବାକୁ ଦଳେ ଚେଷ୍ଟା ଚଳାଇଛନ୍ତି। ପୁରାଣକୁ ଇତିହାସ ସହିତ ଫେଣ୍ଟି ଏକ ଭୁଲ୍‌ ତଥ୍ୟ ଦେବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି। କିନ୍ତୁ ଆମକୁ ଏଠାରେ ମନେରଖିବାକୁ ହେବ ଯେ, ଇତିହାସ ଏକ ବିଜ୍ଞାନ; ଏହା ବାହାର କଳ୍ପନା ନୁହେଁ। ଶାସକ ବଦଳରେ ଆମ ଦେଶରେ ଇତିହାସ ବଦଳୁଥିବାର ଲକ୍ଷ୍ୟ କରାଯାଏ। କାରଣ ଶାସକ ଗୋଷ୍ଠୀ ନିଜ ସପକ୍ଷରେ ଇତିହାସ ଲେଖିବାକୁ ଚେଷ୍ଟା କରିଥାଏ। ଇତିହାସରେ ମିଥ୍ୟା ତଥ୍ୟ ଉପସ୍ଥାପନା କରି ନୂତନ ପିଢ଼ିଙ୍କ ଉପରେ ବୌଦ୍ଧିକ ଆକ୍ରମଣ କରିଥାଏ। ତେଣୁ କରି ଆମକୁ ସତର୍କ ରହିବାକୁ ପଡ଼ିବ। କୌଣସି ପରିସ୍ଥିତିରେ ଇତିହାସର ଯେପରି ବିକୃତୀକରଣ ନ ହୁଏ, ସେ ଦିଗ ପ୍ରତି ଆମକୁ ଯନତ୍ବାନ୍‌ ହେବାକୁ ହେବ। ନଚେତ୍‌ ଇତିହାସ ଆମକୁ କ୍ଷମା ଦେବ ନାହିଁ। ଇତିହାସରେ ଆମେ କଳଙ୍କିତ ହୋଇ ରହିଯିବା।
ମୋ- ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri