ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ: ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନର ମୂଳଦୁଆ

୭୮ତମ ସ୍ବାଧୀନତା ଦିବସ ଉପଲକ୍ଷେ ମୁଁ ସମଗ୍ର ଭାରତବାସୀଙ୍କ ସହିତ ପ୍ରତ୍ୟେକ ଓଡ଼ିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସ୍ବାଧୀନତା ଦିବସ କେବଳ ଏକ ଉତ୍ସବ ପାଳନର ଅବସର ନୁହେଁ, ଏହା ହେଉଛି ଅଗଣିତ ନାମହୀନ ବୀର ସଂଗ୍ରାମୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳିର ଦିବସ। ଏହା ହେଉଛି, ଆମ ଦେଶର ନିର୍ଭୀକ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଏବଂ ଦେଶଭକ୍ତିର ଜ୍ୱଳନ୍ତ ପ୍ରତୀକ।
ସ୍ବତନ୍ତ୍ରତା ସେନାନୀ ବୀର ସାବରକର ୧୮୫୭ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଅଭିହିତ କରିଥିବା ଘଟଣାବଳୀଠୁ ଆରମ୍ଭ କରି ୧୯୪୨ର ଭାରତ ଛାଡ଼ ଆନ୍ଦୋଳନ ଏବଂ ଶେଷରେ ନେତାଜୀ ସୁଭାଷ ବୋଷଙ୍କ ଭାରତୀୟ ରାଷ୍ଟ୍ରୀୟ ସେନା (ଆଇଏନ୍‌ଏ)ର ବିପ୍ଳବ ଭାରତବର୍ଷକୁ ବ୍ରିଟିଶ କବଳରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସଂଗ୍ରାମର ଏହି ଲମ୍ବା ଇତିହାସରେ ଜାତୀୟ ସ୍ତର ସହିତ ଆଞ୍ଚଳିକ, ବ୍ୟକ୍ତିଗତ ସ୍ତରରେ ମଧ୍ୟ ବିଭିନ୍ନ ବ୍ୟକ୍ତିବିଶେଷ, ସଂଗଠନ ବ୍ରିଟିଶ ବିରୋଧରେ ସଂଗ୍ରାମ କରିଥିଲେ। ସମସ୍ତେ ଆମ୍ଭମାନଙ୍କର ଚିର ନମସ୍ୟ।
ବିଶ୍ୱ ଇତିହାସରେ ଭାରତର ସ୍ବାଧୀନତା ସଂଗ୍ରାମର କାହାଣୀ ବିରଳ ଓ ଅନନ୍ୟ। ”ସ୍ବରାଜ୍ୟ ଆମର ଜନ୍ମସିଦ୍ଧ ଅଧିକାର“ ଏହା ହିଁ ଥିଲା ପ୍ରେରଣାର ଉତ୍ସ। ଏହି ଅଧିକାର ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ‘ସତ୍ୟ’ ଓ ‘ଅହିଂସା’କୁ ମୁଖ୍ୟ ଅସ୍ତ୍ର ଭାବେ ବାଛି ନେଇଥିଲେ। ତାଙ୍କ ନେତୃତ୍ୱରେ ସେତେବେଳେ ବିଭିନ୍ନ ବିଚାରଧାରାରେ ବିଶ୍ବାସ ରଖୁଥିବା ବ୍ୟକ୍ତିତ୍ୱ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ସମସ୍ତଙ୍କର ଗୋଟିଏ ଉଦ୍ଦେଶ୍ୟ ଥିଲା ଏକ ସ୍ବାଧୀନ ଦେଶର ପରିକଳ୍ପନା। ପ୍ରାୟ ଏକ ଦଶନ୍ଧିର ଲମ୍ବା ସଂଘର୍ଷର ଫଳ ସ୍ବରୂପ ଅଠସ୍ତରି ବର୍ଷ ତଳେ ଆଜିର ଦିନରେ ଆମେ ଏକ ସ୍ବତନ୍ତ୍ର ଓ ସ୍ବାଧୀନ ଦେଶରେ ପ୍ରଥମ ଥର ପାଇଁ ନିଃଶ୍ୱାସ ନେଇଥିଲୁ। ଆଉ ସେଇ ଦିନଠାରୁ ଆରମ୍ଭ ହୋଇଥିଲା ଏକ ସଶକ୍ତ ଏବଂ ଆଧୁନିକ ଭାରତର ନିର୍ମାଣ ଦିଗରେ ପ୍ରୟାସ। ପ୍ରାୟ ସତୁରି ବର୍ଷ ପରେ ଆଜି ଭାରତବର୍ଷ ସମଗ୍ର ବିଶ୍ବରେ ନିଜର ହୃତ ଗୌରବକୁ ପ୍ରତିପାଦିତ କରିବା ସହ ବିଶ୍ୱକୁ ନେତୃତ୍ୱ ଦେବାର କ୍ଷମତା ରଖୁଛି। ଭାରତକୁ ପୁନର୍ବାର ବିଶ୍ୱଗୁରୁ ଭାବେ ଆମ ମହାପୁରୁଷମାନେ ଦେଖିଥିବା ସ୍ବପ୍ନ ଆଜି ଚରିତାର୍ଥ ହେଉଛି।
ଦେଶର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶା ଏହି ଆନ୍ଦୋଳନରେ ଉତ୍ସାହର ସହିତ ସାମିଲ ହୋଇଥିଲା। ଓଡ଼ିଶାରେ ବ୍ରିଟିଶ ଶାସନ ବିରୋଧୀ ଆନ୍ଦୋଳନର ମୂଳଦୁଆ ପକାଇଥିଲେ ବିପ୍ଳବୀ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁ। ମାଧବ ରାଉତରାୟ, କୃତ୍ତିବାସ ପାଟ୍ଟଶାଣୀ, ଚକରା ବିଶୋଇ, ବିର୍ସା ମୁଣ୍ଡା, ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ, ବୀର ସୁରେନ୍ଦ୍ର ସାଏ, ମାଧୋ ସିଂ, ରଘୁ – ଦିବାକର, ବାଜି ରାଉତ, ପରୀ ବେୱା, ସପନି ଜେନା, ମାୟାଧର ଭୂୟାଁ, ହାଡିବନ୍ଧୁ ପଣ୍ଡା, ସାଉଣ୍ଟି ମଳିକ, ସାନନ୍ଦ ସ୍ବାଇଁ, ଲକ୍ଷ୍ମଣ ନାୟକଙ୍କ ବଳିଦାନ ସହିତ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ମା’ ରମାଦେବୀ, ମାଳତୀ ଚୌଧୁରୀ, ହରେକୃଷ୍ଣ ମହତାବ ଓ ଅନ୍ୟ ବହୁ ଯୋଗଜନ୍ମା ବ୍ୟକ୍ତିବିଶେଷ ସଂଗ୍ରାମର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇ ଆନ୍ଦୋଳନକୁ ସାର୍ବଜନୀନ କରିଥିଲେ। କିନ୍ତୁ, ଯେତେବେଳେ ବି ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଇତିହାସ ଲେଖାଯିବ, ରକ୍ତତୀର୍ଥ ‘ଇରମ’ କଥା ଉଲ୍ଲେଖ ନ କଲେ, ତାହା ପରିପୂର୍ଣ୍ଣ ହେବ ନାହିଁ । ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିବା ଶାନ୍ତିପ୍ରିୟ ଆନ୍ଦୋଳନକାରୀଙ୍କ ଉପରେ ଗୁଳିବର୍ଷା କରାଇ ସେମାନଙ୍କୁ ଶହୀଦ କରି ଦିଆଗଲା। ତେଣୁ ‘ଇରମ’କୁ ଯଥାର୍ଥରେ ଭାରତର ଦ୍ୱିତୀୟ ଜାଲିଆନାଓ୍ବାଲାବାଗ ଭାବେ ଅଭିହିତ କରାଯାଏ।
ଗୋଟିଏ ପଟେ ଚାଲିଥିଲା ସ୍ବାଧୀନତା ଆନ୍ଦୋଳନ, ଅନ୍ୟପଟେ ଚାଲିଥିଲା ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ କରିବାର ଦୁର୍ବାର ପ୍ରୟାସ। ରାଜାରାଜୁଡ଼ାଙ୍କ କଠୋର ଶାସନରୁ ମୁକ୍ତି ପାଇବା ନିମନ୍ତେ ଠିକ୍‌ ସେହି ସମୟରେ ମଧ୍ୟ ଜାରିରହିଥିଲା ପ୍ରଜାମଣ୍ଡଳ ଆନ୍ଦୋଳନ। ଓଡ଼ିଶାର ସାମାଜିକ ପରିବେଶ ବିପ୍ଳବୀମାନଙ୍କ ବହ୍ନିମାନ ଆହ୍ବାନ ଓ କାର୍ଯ୍ୟକଳାପ ଭିତରେ ତାତିଉଠିଥିଲା। ଓଡ଼ିଶା ପାଇଁ ଗର୍ବର କଥା ଥିଲା ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମଗ୍ରହଣ କରିଥିଲେ କଟକରେ। ସ୍ବାଧୀନତା ସଂଗ୍ରାମକୁ ତାଙ୍କ ଅବଦାନ ଅବିସ୍ମରଣୀୟ। ସେ ଥିଲେ ଏକାକୀ ଅଶ୍ୱାରୋହୀ। ନିର୍ବାସନରେ ଥାଇ ଗଢ଼ିଥିଲେ ସରକାର, ଆଜାଦ ହିନ୍ଦ୍‌ ଫୌଜ, ପ୍ରଚଳନ କରିଥିଲେ ମୁଦ୍ରା ଓ ସ୍ଥାପନ କରିଥିଲେ ରେଡିଓ ପ୍ରସାରଣ ବ୍ୟବସ୍ଥା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଜାତୀୟ ପତାକା ଉତ୍ତୋଳନ କରି ନେତାଜୀ ବ୍ରିଟିଶ ଶାସକ ଗୋଷ୍ଠୀକୁ ବିବ୍ରତ କରିଦେଇଥିଲେ। ନେତାଜୀଙ୍କ ବିପ୍ଳବର ଅନ୍ତୁଡ଼ିଶାଳ ଥିଲା ଓଡ଼ିଶା।
୧୯୩୬ରେ ଉତ୍କଳ ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା ଏବଂ ଦେଶ ସ୍ବାଧୀନ ହୋଇଥିଲା ୧୯୪୭ରେ। ଅସଂଖ୍ୟ ଦେଶଭକ୍ତ ସଂଗ୍ରାମୀଙ୍କ ତ୍ୟାଗପୂତ ବଳିଦାନର ପରିଣାମ ଥିଲା ଆମ ସ୍ବାଧୀନତା। ରାଜନୈତିକ ସ୍ବାଧୀନତା ସହିତ ସଂଯୁକ୍ତ ଥିଲା ଅର୍ଥନୈତିକ ଓ ସାମାଜିକ ସ୍ବାଧୀନତା। ସମତା, ସମାନତା, ନ୍ୟାୟ ଓ ସମ୍ପଦର ସୁଷମ ବଣ୍ଟନ ବିନା ନାଗରିକଙ୍କ ପାଇଁ ସ୍ବାଧୀନତା ଅର୍ଥହୀନ।
ପୁଣ୍ୟାତ୍ମା ଗୋପବନ୍ଧୁ ଲେଖିଛନ୍ତି –
ସ୍ବାଧୀନତା ମାନବର ଜନ୍ମ ଅଧିକାର
ସ୍ବାଧୀନ ଭାଷଣ ଆଉ ସ୍ବାଧୀନ ବିଚାର ।
ସ୍ବାଧୀନ ଜୀବନ ପୁଣି ସ୍ବାଧୀନ ସମିତି
ଚାରି ସ୍ତମ୍ଭେ ମାନବର ସମାଜ ସଂସ୍ଥିତି।
ନିରବଚ୍ଛିନ୍ନ ସତର୍କତା ହିଁ ସ୍ବାଧୀନତାର ସବୁଠାରୁ ବଡ଼ ଆବଶ୍ୟକତା। ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ, ଐତିହ୍ୟର ସୁରକ୍ଷା ହିଁ ସ୍ବାଧୀନତାକୁ ସମୃଦ୍ଧ କରେ। ଲୋକଙ୍କ ସରକାର ଅସ୍ମିତା, ସ୍ବାଭିମାନ ଓ ଜାତୀୟତା ପ୍ରତି ଦୃଷ୍ଟି ଦେବା ଦ୍ୱାରା ଲୋକ ସ୍ବାର୍ଥ ସୁରକ୍ଷିତ ହୁଏ ଓ ଲୋକେ ସରକାରଙ୍କ ସହିତ ଯୋଡ଼ି ହୋଇଯାନ୍ତି। ଆମ ପୂର୍ବପୁରୁଷ, ମହାମନୀଷୀମାନେ ଯେଉଁ ସାଂସ୍କୃତିକ ଐତିହ୍ୟ ଓ କୀର୍ତ୍ତି ସବୁକୁ ଆମକୁ ପ୍ରଦାନ କରିଯାଇଛନ୍ତି, ସେସବୁର ସୁରକ୍ଷା ଆମର ପ୍ରାଥମିକ କର୍ତ୍ତବ୍ୟ। ସ୍ବାଧୀନତାର ଅର୍ଥ ସ୍ବେଚ୍ଛାଚାର ନୁହେଁ। ସ୍ବାଧୀନତା ଆମକୁ ଦାୟିତ୍ୱବାନ ଓ କର୍ତ୍ତବ୍ୟପରାୟଣ କରେ। ଆମର ପୂର୍ବପୁରୁଷମାନେ ଏ ଦେଶକୁ ସମୃଦ୍ଧ କରିବା ପାଇଁ ଦେଇଯାଇଛନ୍ତି ଦେଶର ସମ୍ବିଧାନ ଯାହା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ ଧର୍ମଗ୍ରନ୍ଥ। ଭାରତୀୟ ଗଣତନ୍ତ୍ର ଗତ ସତୁରି ଦଶକରୁ ଅଧିକ କାଳଖଣ୍ଡ ଭିତରେ ଆହୁରି ସୁଦୃଢ଼ ହୋଇଛି ଏବଂ ବର୍ତ୍ତମାନ ଆମ ଦେଶ ଅମୃତ କାଳ ଦେଇ ଗତି କରୁଛି। ଏହି ଅମୃତ କାଳରେ ଦେଶକୁ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ କରି ଗଢି ତୋଳିବାକୁ ଏ ଦେଶର ଜନତା ଶପଥ ନେଇଛନ୍ତି ଏବଂ ଏହି ଶପଥକୁ ଚରିତାର୍ଥ କରିବା ପାଇଁ ବର୍ତ୍ତମାନର ଜାତୀୟ ନେତୃମଣ୍ଡଳୀ କଠିନ ପରିଶ୍ରମ କରୁଛନ୍ତି।
ରାଜ୍ୟରେ ମଧ୍ୟ ଏକ ଲୋକାଭିମୁଖୀ ସରକାର ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ପ୍ରତିଶ୍ରୁତିବଦ୍ଧ। ୨୦୩୬ ମସିହାରେ ଯେତେବେଳେ ରାଜ୍ୟ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଶତ ବାର୍ଷିକୀ ପାଳନ କରିବ, ଓଡ଼ିଶା ବିକାଶର ନୂଆ ଶିଖରକୁ ଛୁଇଁଥିବ। ଓଡ଼ିଶା ଏକ ଦେବଭୂମି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମ୍ପଦ, କୀର୍ତ୍ତିରାଜି, ଆଧ୍ୟାତ୍ମିକ ଦର୍ଶନ, ଲୋକସଂସ୍କୃତି, ସାଧାରଣ ଲୋକଙ୍କ ଜୀବନର ସରଳତା ହିଁ ଓଡ଼ିଶାର ସ୍ବତନ୍ତ୍ରତା। ଆମେ ଯେତେବେଳେ ସ୍ବାଧୀନତାର ଗୁରୁତ୍ୱ ସମ୍ପର୍କରେ ସଚେତନ ହେଉ, ସ୍ବତଃପ୍ରବୃତ୍ତ ଭାବରେ ମନକୁ ଆସିଯାଏ ଅସଂଖ୍ୟ ବିପ୍ଳବୀ ଓ ସ୍ବାଧୀନତା ସେନାନୀଙ୍କ ସ୍ମୃତି। ତା’ ସହିତ ଭରିଯାଏ ଦୃଢ଼ ସଙ୍କଳ୍ପ ଯେ ଆମେ ଓଡ଼ିଶାର ଜାତୀୟ ସ୍ବାର୍ଥକୁ, ଓଡ଼ିଶାର ଅର୍ଥନୈତିକ ବିକାଶକୁ ଓ ଓଡ଼ିଶାର ଅସ୍ମିତାକୁ ଆହୁରି ବିକଶିତ ଓ ପ୍ରତିପାଦିତ କରିବା।
ମାତୃଭୂମି ପାଇଁ ତ୍ୟାଗ ଏବଂ ମାତୃଭାଷା ଲାଗି ମମତା ହେଉଛି ଆମ ସମସ୍ତଙ୍କର କାମ୍ୟ। ଆମେ ସମସ୍ତେ ନିଜ ଦେଶ, ନିଜ ଜନ୍ମଭୂମି, ନିଜ ଭାଷା ଏବଂ ନିଜ ସଂସ୍କୃତି ପାଇଁ ଗର୍ବ କରିବା ଉଚିତ। ଏହି ନିଚ୍ଛକ ସତ୍ୟକୁ ସ୍ବଭାବ କବି ଗଙ୍ଗାଧର ମେହେର ଚମତ୍କାର ଭାବେ ନିଜ ଲେଖନୀରେ ଲେଖିଯାଇଛନ୍ତି-
ମାତୃଭୂମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ,
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ ନାହିଁ ।
ବର୍ତ୍ତମାନର ରାଜ୍ୟ ସରକାର ମଧ୍ୟ ବିକାଶ ଓ ଓଡ଼ିଆ ଅସ୍ମିତାକୁ ପାଥେୟ କରି ରାଜ୍ୟର ଜନସାଧାରଣଙ୍କ ବିକାଶ ଦିଗରେ କାର୍ଯ୍ୟରତ। ଏକ ପଛୁଆ ରାଜ୍ୟର ପରିଚୟକୁ ପଛରେ ପକାଇ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ କରିବା ନୂଆ ସରକାରଙ୍କ ଲକ୍ଷ୍ୟ। ଏହି ସଂକଳ୍ପ ସହିତ ଓଡ଼ିଶା ତଥା ଭାରତବାସୀଙ୍କୁ ପୁନର୍ବାର ସ୍ବାଧୀନତା ଦିବସର ଅନେକ ଅନେକ ଅଭିନନ୍ଦନ ଜଣାଉଛି।
ବନ୍ଦେ ଉତ୍କଳ ଜନନୀ।
ବନ୍ଦେ ମାତରମ୍‌।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?