Posted inଖେଳ

ଇତିହାସ ରଚିଲେ ସିନ୍ଧୁ

ଟୋକିଓ,୧।୮: ଇତିହାସ ରଚିଲେ ଭାରତୀୟ ମହିଳା ଶଟଲର ପି ଭି ସିନ୍ଧୁ। ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ସିନ୍ଧୁ ଜିତିଛନ୍ତି ଦୁଇଟି ଅଲିମ୍ପିକ୍ସ ପଦକ। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟନୀ ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ହାତେଇଛନ୍ତି ବ୍ରୋଞ୍ଜ ପଦକ। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ୬ଷ୍ଠ ସିଡ୍‌ ମାନ୍ୟତା ପ୍ରାପ୍ତ ସିନ୍ଧୁ ୨୧-୧୩, ୨୧-୧୫ ଗେମ୍‌ରେ ଚାଇନାର ହେ ବିଙ୍ଗ ଜିଆଓଙ୍କୁ ହରାଇ ଦେଇଛନ୍ତି। ଆରମ୍ଭରୁ ହିଁ ସିନ୍ଧୁ ପ୍ରତିପକ୍ଷ ଶଟଲରଙ୍କ ଉପରେ ଚାପ ପକାଇଥିଲେ। ମାତ୍ର ୨୩ ମିନିଟ୍‌ ମଧ୍ୟରେ ସିନ୍ଧୁ ଜିତି ନେଇଥିଲେ ପ୍ରଥମ ଗେମ୍‌। ଦ୍ୱିତୀୟ ଗେମ୍‌ରେ ଅବଶ୍ୟ ୮ମ ସିଡ୍‌ ବିଙ୍ଗ ଜିଆଓ ମ୍ୟାଚ୍‌କୁ ଫେରିବା ପାଇଁ ଖୁବ୍‌ ପ୍ରୟାସ କରିଥିଲେ। କିନ୍ତୁ ସୁଯୋଗ ଦେଇ ନ ଥିଲେ ସିନ୍ଧୁ।

ଟୋକିଓ ଅଲିମ୍ପିକ୍ସରେ ଏହା ଭାରତର ଦ୍ୱିତୀୟ ପଦକ। ଏଥି ପୂର୍ବରୁ ଭାରତକୁ ପ୍ରଥମ ପଦକ ଆଣି ଦେଇଥିଲେ ମୀରାବାଇ ଚାନ୍ନୁ। ଓ୍ବେଟଲିଫ୍ଟର ଚାନ୍ନୁ ହାତେଇଥିଲେ ରୌପ୍ୟ ପଦକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତାଲିବାନ୍‌ ଆଗରେ ସର୍ତ୍ତ ରଖିଲା କ୍ରିକେଟ ଅଷ୍ଟ୍ରେଲିଆ

କାବୁଲ,୯।୯: ଯଦି ଆଫଗାନିସ୍ତାନରେ ମହିଳାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ନ ମିଳେ, ତେବେ ଆମେ ଐତିହାସିକ ଟେଷ୍ଟ ମ୍ୟାଚ୍‌କୁ ବାତିଲ କରିଦେବୁ। ଏଭଳି ସ୍ବରରେ ତାଲିବାନ୍‌ର...

ଟି୨୦ ସିରିଜ: ଅଷ୍ଟ୍ରେଲିଆର କ୍ଲିନ୍‌ ସୁଇପ୍‌

ମେଲବୋର୍ନ,୧।୧୧ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରଜରେ ଘରୋଇ ଅଷ୍ଟ୍ରେଲିଆ କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା...

ପ୍ରସିଦ୍ଧ ପେନାଲ୍‌ଟି କର୍ନର ଓ ଡ୍ରାଗ୍‌ଫ୍ଲିକ୍‌ ବିଶେଷଜ୍ଞ

ଗତ ଡିସେମ୍ବର ୧୬ ତାରିଖରେ ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଦେଶର ଖ୍ୟାତିସମ୍ପନ୍ନ ହକି କୋଚ୍‌ ଏବଂ କ୍ରୀଡ଼ା...

ଓଡିଆ କରୋନା ଯୋଦ୍ଧାଙ୍କ ନାଁ ଜର୍ସିରେ ଲେଖିଲେ ଏହି କ୍ରିକେଟର୍‌

ଆଇପିଏଲର ୨୦୨୦ ତୃତୀୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଏକ କାସ୍‌ ମ୍ୟାଚ୍‌ ଥିଲା। କାରଣ...

ସ୍ତ୍ରୀଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଧୋନୀ

ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ତମ ସିଜିନ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ...

ଶ୍ରେୟାସଙ୍କୁ ଗୁରୁ ଦାୟିତ୍ୱ ଦେଲା କେକେଆର୍‌

କୋଲକାତା,୧୬।୨: ଆଗାମୀ ଆଇପିଏଲ ପାଇଁ ମିଡ୍‌ଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟାରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ଏ ନେଇ...

ସାଇ’ର ଅପ୍‌ଗ୍ରେଡ୍‌ ଏସ୍‌ଓପି

ନୂଆଦିଲ୍ଲୀ, ୧୬ା୯ (ପି.ଟି.): ଜାତୀୟ କ୍ୟାମ୍ପଗୁଡ଼ିକ ଆରମ୍ଭ ହେବାପୂର୍ବରୁ କୋଭିଡ୍‌-୧୯କୁ ହାତେଇବା ଲାଗି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏହାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର...

ବଜରଙ୍ଗ ପୁନିଆ, ଭାଲାରିଭାନ୍‌ ପୁରସ୍କୃତ

ନୂଆଦିଲ୍ଲୀ, ୧୦ା୧୨ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ରେସ୍‌ଲର ବଜରଙ୍ଗ ପୁନିଆ ଓ ଶୁଟର ଇଲାଭେନିଲ ଭାଲାରିଭାନ ଏଫ୍‌ଆଇସିସିଆଇ ଇଣ୍ଡିଆ ସ୍ପୋଟର୍‌ସ ଆଓ୍ବାର୍ଡ...

Advertisement
Archives

Model This Week