Posted inଫୁରସତ

ଐତିହାସିକ ସହର ଓର୍ଚ୍ଛା

ମଧ୍ୟ ପ୍ରଦେଶର ଏକ ଐତିହାସିକ ସହର ଭାବେ ଓର୍ଚ୍ଛା ପରିଚିତ। ପର୍ଯ୍ୟଟନ ହେଉ ଅବା ଅର୍ଥନୀତି କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ଏହାର ନିଜସ୍ବ ଏକ ପରିଚୟ ରହିଛି। ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ୧୫୩୧ ମସିହା ବେଳକୁ ରାଜପୁତ୍‌୍‌ ଶାସକ ରୁଦ୍ର ପ୍ରତାପ ସିଂଙ୍କ ଦ୍ୱାରା ଏହି ସହରଟି ଗଢିଉଠିଥିଲା। କେବଳ ସେତିକି ନୁହେଁ, ଏହି ଶାସକ ଏଠାରେ ଓର୍ଚ୍ଛା ଦୁର୍ଗ ମଧ୍ୟ ନିର୍ମାଣ କରାଇଥିଲେ। ତା’ଛଡ଼ା ଓର୍ଚ୍ଛାର ରାଣୀ ବି ଏଠାରେ କେତେକ ମନ୍ଦିର ନିର୍ମାଣ କରାଇଥିବାର ମଧ୍ୟ ପ୍ରମାଣ ରହିଛି। ଏଠାରେ ଦେଖିବାକୁ ମିଳୁଥିବା ଚର୍ତୁଃଭୂଜ ମନ୍ଦିର ହେଉଛି ରାଣୀଙ୍କ ଦ୍ୱାରା ନିର୍ମିତ ଏକ ଅନନ୍ୟ ଆଧ୍ୟାତ୍ମିକ ସ୍ଥଳୀ।

କ’ଣ ଦେଖିବେ
ଓର୍ଚ୍ଛା ଉପରେ କେବଳ ରାଜପୁତ୍‌ ଶାସକ ରୁଦ୍ର ପ୍ରତାପ ସିଂଙ୍କର ଅଧିକାର ଥିଲା ତାହା ନୁହେଁ, ପ୍ରର୍ଯ୍ୟାୟକ୍ରମେ ଏହି ସହର ଉପରେ ଅନେକ ରାଜା ମଧ୍ୟ ଶାସନ କରିଥିଲେ; ଯେଉଁଥିପାଇଁ ଏଠାରେ ଏକାଧିକ ମହଲ, ଦୁର୍ଗ ତଥା ମନ୍ଦିର ଥିବାର ଦେଖିବାକୁ ମିଳିଥାଏ। ଯେମିତିକି ଓର୍ଚ୍ଛା ଦୁର୍ଗ, ଚର୍ତୁଃଭୂଜ ମନ୍ଦିର, ଜାହାଙ୍ଗୀର ମହଲ, ରାଜ ମହଲ, ରାମ ରାଜା ମହଲ, ରାୟ ପ୍ରବୀଣ ମହଲ, ସୁନ୍ଦର ମହଲ, ଲକ୍ଷ୍ମୀନାରାୟଣ ମନ୍ଦିର, ଫୁଲବାଗ୍‌ ଇତ୍ୟାଦି। କହିବାକୁ ଗଲେ ପର୍ଯ୍ୟଟକ ଓର୍ଚ୍ଛା ବୁଲିଆସିଲେ ଏଠାରେ ବହୁ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ଦେଖିବା ସହ ଅନେକ ନିଆରା ଅନୁଭୂତି ସାଉଁଟି ପାରିବେ, ଏଥିରେ ସନ୍ଦେହ ନାହିଁ।

ଅର୍ଥନୀତି
ଓର୍ଚ୍ଛାର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭର କରିଥାଏ। ତା’ଛଡ଼ା ଏଠାକାର ଅଧିକାଂଶ ଲୋକ ମଧ୍ୟ ବେଶ୍‌ ଶିକ୍ଷିତ। ଉଚ୍ଚ ଉଚ୍ଚ ପଦବୀରେ ରହି ନିଜ ସହରର ଉନ୍ନତି ପାଇଁ ଚେଷ୍ଟା କରିବାରେ ସେମାନେ ବେଶ୍‌ ଆନନ୍ଦ ପାଇଥାନ୍ତି ବୋଲି ସୂଚନା ରହିଛି। କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ଗଢିବାରେ ବି ଏଠାକାର ଲୋକେ ବେଶ୍‌ ସିଦ୍ଧହସ୍ତ। ଏଥିରୁ ବି ସେମାନଙ୍କର ବେଶ୍‌ ଭଲ ଆୟ ହୋଇଥାଏ।

ଅନ୍ୟାନ୍ୟ ଆକର୍ଷଣ
ଏହି ସହର ନିକଟ ଦେଇ ବେତଓ୍ବା ନାମକ ଏକ ନଦୀ ପ୍ରବାହିତ ହୋଇଥାଏ। ପର୍ଯ୍ୟଟକ ଚାହିଁଲେ ଏହି ନଦୀର ଅପୂର୍ବ ଆକର୍ଷଣକୁ ମଧ୍ୟ ନିକଟରୁ ଉପଭୋଗ କରିପାରିବେ। ତା’ଛଡ଼ା ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏହି ନଦୀରେ ବେଳେବେଳେ ବୋଟିଂର ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ। କେବଳ ସେତିକି ନୁହେଁ ନିକଟରେ ଥିବା ଇକୋ ପଏଣ୍ଟରେ ନିଜ ସ୍ବରକୁ ପୁର୍ନବାର ଶୁଣିବାର ଅପୂର୍ବ ଆନନ୍ଦ ବି ଲଭିପାରିବେ ପର୍ଯ୍ୟଟକ। ତା’ସହିତ ଏଠାକାର କିଛି ଅଞ୍ଚଳରେ ଥିବା ଜଙ୍ଗଲ ପରିବେଶରେ ବହୁ ଔଷଧୀୟ ବୃକ୍ଷ ଥିବାର ମଧ୍ୟ ଦେଖାଯାଏ।

କେବେ ଓ କେମିତି ଯିବେ
ପର୍ଯ୍ୟଟନ ଦୃଷ୍ଟିକୋଣରୁ ଦେଖିଲେ, ଓର୍ଚ୍ଛାକୁ ବର୍ଷର ଯେ କୌଣସି ସମୟରେ ବୁଲି ଯାଇହେବ। କିନ୍ତୁ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡି ବାକି ଅନ୍ୟ ଯେ କୌଣସି ସମୟରେ ଏଠାକୁ ବୁଲିଗଲେ ଭରପୂର ମଜା ନେଇହେବ। ସେହିପରି ଓର୍ଚ୍ଛା ଯିବାପାଇଁ ଗମନାଗମନର ମଧ୍ୟ ବେଶ୍‌ ଭଲ ସୁବିଧା ରହିଛି। ଓର୍ଚ୍ଛା ସହରଠାରୁ ମାତ୍ର ୧୭୦ କି.ମି ଦୂରରେ ରହିଛି ଖଜୁରାହୋ ଏୟାରପୋର୍ଟ; ଯେଉଁଠାକୁ ଦେଶର କେତେକ ପ୍ରମୁଖ ସହରରୁ ନିୟମିତ ବ୍ୟବଧାନରେ ବିମାନ ଚଳାଚଳ କରିଥାଏ। ସେହିପରି ଗ୍ବାଲିୟର୍‌ ଏୟାରପୋର୍ଟ ହେଉଛି ଓର୍ଚ୍ଛାର ଅନ୍ୟତମ ନିକଟବର୍ତ୍ତୀ ବିମାନବନ୍ଦର। ଏହାଛଡ଼ା ଓର୍ଚ୍ଛା ଯିବାପାଇଁ ଟ୍ରେନ୍‌ ଓ ବସ୍‌ର ମଧ୍ୟ ସୁବିଧା ଉପଲବ୍ଧ ଅଛି। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଓର୍ଚ୍ଛାରେ ପହଞ୍ଚତ୍ ବୁଲାବୁଲି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri