ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ତାଙ୍କ ସ୍କୁଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଶେଷକରି ତାଙ୍କ ପ୍ରଶଂସକ ଏବଂ କିଛି ଫିଲ୍ମ କଳାକାର ଆଦୌ ବିଶ୍ୱାସ କରୁନାହାନ୍ତି। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ସୋସିଆଲ ମିଡିଆରେ ଲଗାତର ଫଟୋ, ଭିଡିଓ ଶେୟାର କରି ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ସୁଶାନ୍ତ ପଢୁଥିବା ସ୍କୁଲରେ ମଧ୍ୟ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ସୁଶାନ୍ତ ପାଟନାର ସେଣ୍ଟ କରେନ୍‌ ହାଇସ୍କୁଲରେ ପଢୁଥିଲେ। ସ୍କୁଲର ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଏକ ପୁରୁଣା ଫଟୋ ଶେୟାର କରାଯାଇଛି। ଯେଉଁଥିରେ ସୁଶାନ୍ତ ସ୍କୁଲ ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି। ସ୍କୁଲ ପକ୍ଷରୁ ୨ଟି ପୁରୁଣା ଫଟୋ ଶେୟାର କରାଯାଇଛି।

ଗୋଟିଏ ଫଟୋରେ ସୁଶାନ୍ତ ସହପାଠୀଙ୍କ ସହ ନଜର ଆସିଥିବା ବେଳେ ଆଉ ଏକ ଫଟୋରେ ସାଙ୍ଗମାନଙ୍କ ସହ ନଜର ଆସିଛନ୍ତି। ଏହି ଫଟୋ ଶେୟାର କରି ସ୍କୁଲ ପକ୍ଷରୁ କୁହାଯାଇଛି, ଜଣା ନାହିଁ ତୁମେ କ’ଣ ପାଇଁ ଏମିତି କଲ? କିନ୍ତୁ ଏହା ଠିକ୍‌ ନୁହେଁ, ତୁମେ ସବୁବେଳେ ମନେ ପଡ଼ିବ। ତୁମର ଆତ୍ମାକୁ ଶାନ୍ତି ମିଳୁ।

ସୋସିଆଲ ମିଡିଆରେ ଏହି ଫଟୋ ଦେଖି ସୁଶାନ୍ତଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଜୁନ୍‌ ୧୪ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଯାହାକୁ ଆଜି ବି କେହି ବିଶ୍ୱାସ କରିପାରୁନାହାନ୍ତି। ସେ କାହିଁକି ଏପରି ପଦକ୍ଷେପ ନେଲେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ହୋଇରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ ସୁପରହିଟ୍‌କୁ ନେଇ ନିର୍ମାଣ ହୋଇଛି ଦକ୍ଷିଣ ଭାରତୀୟ ସିନେମା: ତାଲିକାରେ ଅଛି ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’, ‘ଜବ୍‌ ଉଇ ମେଟ୍‌’…

ମୁମ୍ବାଇ: ବଲିଉଡ୍‌ରେ ଦକ୍ଷିଣ ଭାରତୀୟ ସିନେମାର ରିମେକ୍‌ ହେବା ନୂଆ କଥା ନୁହେଁ। ସୁପରଷ୍ଟାର ସଲମାନ ଖାନ୍‌ ଏବଂ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅନେକ ଫିଲ୍ମ...

ଡାକ୍ତର-ପୋଲିସଙ୍କୁ ଅସମ୍ମାନ ଜଣାଉଥିବା ବ୍ୟକ୍ତିଙ୍କୁ ଭାଇଜାନ୍‌ଙ୍କ ଭତ୍ସନା: କହିଲେ ‘କିଛି ଜୋକର୍‌ଙ୍କ ପାଇଁ ଭାରତରେ ବ୍ୟାପିବାରେ ଲାଗିଛି କରୋନା’

ବମ୍ବେ: କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ଏବଂ ପୋଲିସ କର୍ମଚାରୀ। ପୋଲିସ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ସଂକ୍ରମିତଙ୍କ...

ସ୍ତ୍ରୀ ମୀରାଙ୍କ ପ୍ରଶଂସାରେ ଶତମୁଖ ଶାହିଦ

ପ୍ରଥମେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା ପରେ ହଠାତ୍‌ ମୀରା ରାଜପୁତଙ୍କୁ ବିବାହ କରି ସମସ୍ତଙ୍କୁ ଚକିତ କରିଥିଲେ ଅଭିନେତା ଶାହିଦ କପୁର। ଫିଲ୍ମ ଜଗତ ସହ...

ରଙ୍ଗ ବରଷିବ ଟୁପୁରୁ ଟୁପୁରୁ

ଚଳିତ ମାସ ୨୬ରେ ପରଦା ଉପରକୁ ଆସୁଛି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ତଥା ଜିତେନ୍ଦ୍ର ନାଥ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ...

ମନ୍ଥନ ପାଇଁ…

ବଲିଉଡ୍‌ର ଅନ୍ୟତମ ନାମୀ ନିର୍ଦ୍ଦେଶକ ଶ୍ୟାମ ବେନେଗଲ। ତାଙ୍କ ନିର୍ଦ୍ଦେଶିତ ପ୍ରତିଟି ସିନେମା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଥାଏ। ୧୯୭୬ରେ ସେ ନିର୍ମାଣ କରିଥିଲେ କଳାତ୍ମକ...

ଅନ୍ତର୍ଜାତୀୟ ଯୋଗ ଦିବସ: ଯୋଗରେ ନିମଗ୍ନ ବଲିଉଡ୍‌ର କିଛି ସେଲିବ୍ରିଟି

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସାଧାରଣତଃ ଲୋକେ ସୁସ୍ଥ ରହିବାକୁ ଯୋଗ କରିଥାନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ସୁସ୍ଥ ଏବଂ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା...

ବିନା ଅନୁମତିରେ ବିଜ୍ଞାପନରେ ଅଭିନେତ୍ରୀଙ୍କ ଫଟୋ ଦେଇ କ୍ଷମା ମାଗିଲା ଫ୍ୟାଶନ କମ୍ପାନୀ

ମୁମ୍ବାଇ: ‘ଶୁଭମଙ୍ଗଳ ଜ୍ୟାଦା ସାବ୍‌ଧାନ’ର ଅଭିନେତ୍ରୀ ମାନଭି ଗାଗାରୁଙ୍କୁ ଏକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀ କ୍ଷମା ମାଗିଛି। ମାନ୍‌ଭିଙ୍କ ବିନା ଅନୁମତିରେ ଏକ କମ୍ପାନୀ ବିଜ୍ଞାପନ...

ବଲିଉଡ୍‌ ଫିଲ୍ମରେ ହୋଲିର ଝଲକ୍‌

ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି...

Coronavirus Update


Archives

Model This Week

Why Dharitri