ତାଙ୍କ ଘର ହାଲ୍‌ଚାଲ୍‌

ତୁଷାରକାନ୍ତ

ପ୍ରଥମେ ଗପଟିଏ : ଜଣେ ମେଷପାଳକ ନିଜର ମଇଳା ଶରୀରଧାରୀ ମେଷ ବା ମେଣ୍ଢାଟିକୁ ବିକିବାପାଇଁ ତାକୁ ସାବୁନ ଇତ୍ୟାଦି ଲଗେଇ ଧୋଇଲା ବେଳେ ତା’ର ସବୁ ଲୋମ ଉପୁଡ଼ିଯାଇ ବିକ୍ରୟଯୋଗ୍ୟ ହୋଇପାରି ନ ଥିଲା, ଯାହା ‘ମେଣ୍ଢା ଧୋଉ ଧୋଉ ନିର୍ବାଳ’ ରୂପକ ଢଗଟିଏ ଜରିଆରେ ପ୍ରଚଳିତ। ସେହିପରି ଆମ ନେତାମାନେ ରାଜନୀତିରୁ ଅପରାଧୀମାନଙ୍କୁ ନିପାତ କରିବେ ବୋଲି ସ୍ଲୋଗାନ ଦେଇ ଆସି ଯାହା କରିଥାନ୍ତି, ତାହାର କିଛି ସଦ୍ୟତମ ତଥ୍ୟ ଉଦାହରଣ ସହ କୁହାଯାଉଛି। ଟେଲିକମ୍‌ ସମ୍ରାଟ ମିତ୍ତଲ ୨୦୦୯ରେ କହିଥିଲେ,”ମୋଦିଜୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ। ୨୦୧୩ ସେପ୍ଟେମ୍ବରରେ, ପରବର୍ତ୍ତୀ ସମୟରେ ରାଫାଲ ଚୁକ୍ତିର Offset Partner ବନିଥିବା ଅନୀଲ ଅମ୍ବାନୀ ମୋଦିଜୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ”ଲୋକଙ୍କ ଭଗବାନ୍‌, ନେତାଙ୍କ ନେତା ଓ ରାଜାଙ୍କ ରାଜା।“ ଅନ୍ୟତମ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କହିଥିଲେ, ”ଗୁଜରାଟରୁ ଶିକ୍ଷା ନେଇ ଚାଇନା ପ୍ରଗତି କରିଛି ବୋଲି ଲୋକେ କହୁଛନ୍ତି।“ ୨୦୦୧ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଧୀରୁଭାଇ ଅମ୍ବାନୀ କହିଥିଲେ,”ମୋଦି ବହୁତ ବାଟ ଯିବେ।“ ନିଏଲସନ ସଂସ୍ଥା ତରଫରୁ ଇକୋନୋମିକ୍ସ ଟାଇମ୍ସ ପାଇଁ କରାଯାଇଥିବା ଆକଳନ ଅନୁଯାୟୀ, ଶିଳ୍ପକ୍ଷେତ୍ରର ୧୦୦ଜଣ ପ୍ରମୁଖଙ୍କ ଭିତରୁ ୮୦ଜଣ ମୋଦି ପ୍ରଧାନମନ୍ତ୍ରୀ ହେବା ଚାହିଁଥିଲେ। ପଶ୍ଚିମବଙ୍ଗର ସିଙ୍ଗୁରରେ ଗଣ୍ଡଗୋଳ ଘଟି ସେଠି ଟାଟାଙ୍କ ନାନୋ କାର୍‌ ଫ୍ୟାକ୍ର୍ଟି ହୋଇ ନ ପାରିବାର ପରିସ୍ଥିତିରେ ମୋଦି ୯୬ ଘଣ୍ଟାରେ ଗୁଜରାଟର ସାନନ୍ଦଠାରେ ତାହା କରାଇବାକୁ ଚୁକ୍ତି କରେଇଥିଲେ ଓ ରତନ ଟାଟା ତାଙ୍କୁ ଖୁସିରେ କୁଣ୍ଢେଇ ଧରିଥିଲେ।
୧୩ ସେପ୍ଟେମ୍ବର ୨୦୧୩ରେ ଗୋଆରେ ଅନୁଷ୍ଠିତ ଭାଜପା କାର୍ଯ୍ୟକାରିଣୀ ବୈଠକରେ ରାଜନାଥ ସିଂହ ଘୋଷଣା କରିଥିଲେ, ଭାଜପା ୨୦୧୪ ନିର୍ବାଚନ ଜିତିଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ଓ ଏହା ଗୃହୀତ ହୋଇଥିଲା। ତା’ପରେ ମୋଦି ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଭାଷଣ ଦେଇ ବିଭିନ୍ନ ପ୍ରତିଶ୍ରୁତି ଦେଉଥିଲେ ଓ ଉପସ୍ଥିତ ଜନତାଙ୍କୁ ପଚାରୁଥିଲେ ‘ଏପରି ହେବା ଉଚିତ କି ନୁହେଁ’ ଓ ହଜାର ହଜାର ଜନତା ଏକସ୍ବରରେ ଉତ୍ତର ଦେଉଥିଲେ ‘ହଁ, ହଁ, ହଁ’। ୨୫ ଅକ୍ଟୋବର ୨୦୧୩ର The Economic Times Online ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଅନ୍ତର୍ଗତ ଝାନ୍‌ସୀର ଏକ ନିର୍ବାଚନୀ ସଭାରେ ମୋଦି କହିଥିଲେ, ”ଆପଣମାନେ କଂଗ୍ରେସ ଦଳକୁ ୬୦ବର୍ଷ କ୍ଷମତାସୀନ କରେଇଛନ୍ତି, ଭାଜପାକୁ ୬୦ମାସ ପାଇଁ କରାନ୍ତୁ। ଆମେ ଭାରତବର୍ଷର ଭାଗ୍ୟ ବଦଳେଇଦେବୁ ଏବଂ ୬୦ ମାସରେ ପ୍ରଗତି ଆଣିବୁ। ମୋତେ ପ୍ରଧାନମନ୍ତ୍ରୀ ନୁହେଁ, ଜଗୁଆଳି ରୂପେ ବାଛନ୍ତୁ, ମୁଁ ଭାରତର ଅର୍ଥ ଚୋରି କରିବାକୁ କାହାରିକୁ ପ୍ରଶ୍ରୟ ଦେବିନାହିଁ।“ ଲୋକେ ସମସ୍ବରରେ କହିଥିଲେ, ‘ବାଛିବୁ, ବାଛିବୁ’। ୩୦ ମାର୍ଚ୍ଚ ୨୦୧୪ରେ ମହାରାଷ୍ଟ୍ରର ସାନ୍ଦେଡ଼ରେ ମୋଦି ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ କହିଥିଲେ, ”ମୁଁ ଶାସନକୁ ଆସିଲେ ସ୍ବତନ୍ତ୍ର କୋର୍ଟ ତିଆରି କରି ଦୁର୍ନୀତିଗ୍ରସ୍ତ ଓ ଫୌଜଦାରି ମାମଲାରେ ଜଡ଼ିତ ସାଂସଦ, ବିଧାୟକ ଓ ନେତାମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରିବି। ଦଳ ଓ ମତ ନିର୍ବିଶେଷରେ କଂଗ୍ରେସ ସରକାର ଏ ବାବଦରେ କିଛି କରିନାହାନ୍ତି ଓ ଆଗ୍ରହୀ ବି ନାହାନ୍ତି।“ ୨୦୧୪ ଏପ୍ରିଲ ୧୫ରେ The Times of India Web Portalରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୁଜରାଟର ଅହମଦାବାଦ/ଲକ୍ଷ୍ମଣଗଡ଼ (ସିକରି) ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ମୋଦି କହିଥିଲେ, ”ମୋତେ ପାଞ୍ଚବର୍ଷ ପାଇଁ କ୍ଷମତା ଦେଲେ ମୁଁ ଭାରତୀୟ ରାଜନୀତିକୁ ଏକଦମ ସଫା କରିଦେବି, ଦଳ ଓ ମତ ବାଛବିଚାର ନ କରି ସଙ୍ଗିନ ଅଭିଯୋଗରେ ଅଭିଯୁକ୍ତ ସମସ୍ତଙ୍କୁ ଜେଲ ପଠେଇଦେବି।“ ଏବଂ ଏ ସବୁ ପ୍ରତିଶ୍ରୁତିର ଫଳ କ’ଣ ହୋଇଛି;
୧୯୯୯ରେ ପ୍ରତିଷ୍ଠିତ Association for Democratic Reforms ନାମକ ଏକ ସଂସ୍ଥାର ଆକଳନ ଅନୁଯାୟୀ, (୧)୨୦୧୯ରେ ଲୋକ ସଭାକୁ ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରୁ ୪୩%ଙ୍କ ଉପରେ ସଙ୍ଗିନ ଓ ଫୌଜଦାରି ମାମଲା ରୁଜୁ ହୋଇଥିଲା। (୨)ଭାଜପାର ୩୦୩ ସାଂସଦଙ୍କ ମଧ୍ୟରୁ ୧୧୬ଜଣ ଓ କଂଗ୍ରେସର ୫୫ଜଣଙ୍କ ମଧ୍ୟରୁ ୨୯ଜଣଙ୍କ ନାମରେ ସଙ୍ଗିନ ଅପରାଧ ଥିଲା। ଜେଡିୟୁର ୧୩(୮୧%), ଡିଏମ୍‌କେର ୧୦ ଓ ତୃଣମୂଳ କଂଗ୍ରେସର ୯(୪୧%) ଥିଲେ। (୩) ଏହା ୨୦୧୪ ସଂସଦୀୟ ନିର୍ବାଚନ ତୁଳନାରେ ୨୬% ଅଧିକ। ୫୩୯ ଜଣ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୨୩୩ ଜଣ (୪୩%)ଙ୍କ ନାମରେ ସଙ୍ଗିନ ମାମଲା ଥିଲା, ଯେତେବେଳେ କି ୨୦୧୪ରେ ଏପରି ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ୧୮୫(୩୪%)ଥିଲା, ୨୦୦୯ରେ ୧୬୨(୩୦%) ପାଖାପାଖି ଥିଲା। (୪)୨୦୧୯ରେ ନିର୍ବାଚିତ ସାଂସଦମାନଙ୍କ ଭିତରୁ ୨୯%ଙ୍କ ନାମରେ ବଳାତ୍କାର, ହତ୍ୟା, ହତ୍ୟା ପାଇଁ ଧମକ ଦିଆଯିବା, ମହିଳାଙ୍କ ବିରୋଧରେ ହତ୍ୟା ଓ ଧମକ ଅଭିଯୋଗମାନ ଅଛି। (୫)୨୦୦୯ ତୁଳନାରେ ୨୦୧୯ରେ ସାଂସଦମାନଙ୍କ ନିଜ ମନୋନୟନପତ୍ରରେ ଘୋଷଣା ଅନୁଯାୟୀ, ସଙ୍ଗିନ ଅପରାଧୀଙ୍କ ସଂଖ୍ୟାରେ ୧୦୯% ବୃଦ୍ଧି ଘଟିଛି। (୬)ଭାଜପାର ୫ଜଣ, ବିଏସ୍‌ପିର ୨ଜଣ, ଏନ୍‌ସିପି/ଓ୍ବାଇଏସ୍‌ଆର୍‌ କଂଗ୍ରେସ (ଆନ୍ଧ୍ରପ୍ରଦେଶ) ଏବଂ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନାମରେ ହତ୍ୟା ଅଭିଯୋଗ ଅଛି। (୭)ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟମାନଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ନାମରେ ସଙ୍ଗିନ ମାମଲା ଥିବା ସେହି ବିଧାୟକମାନେ ନିଜ ଆଫିଡେଭିଟ୍‌ରେ ଜଣାଇଛନ୍ତି।
୨୦୨୧ ଅଗଷ୍ଟ ୨୪ରେ ଏକ ଜାତୀୟ ସ୍ତରର ଟିଭିରେ ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡ଼ା ଟିପ୍ପଣୀ ବାବଦରେ ଆଲୋଚନା ଚାଲିଥିବା ସମୟରେ ଜଣେ ଭାଜପା ପ୍ରବକ୍ତା କହିଥିଲେ, ”ନ୍ୟାୟ ଆଖିରେ ସମସ୍ତେ ସମାନ, ରାଜନେତାଙ୍କ ପାଇଁ ସ୍ବତନ୍ତ୍ର କୋର୍ଟ ବ୍ୟବସ୍ଥା କାହିଁକି।“ ଅର୍ଥାତ୍‌ ସେ ନିଜ ନେତା ମୋଦିଙ୍କ ଦ୍ୱାରା ପ୍ରଥମରୁ ବର୍ଣ୍ଣିତ ଘୋଷଣାର ବିରୁଦ୍ଧାଚରଣ କରିଥିଲେ। ରାଜନୀତିରୁ ଅପରାଧୀଙ୍କୁ ବିଦାକଲେ ‘ମେଣ୍ଢା ଧୋଉ ଧୋଉ ନିର୍ବାଳ’ ଭୟରେ ଏପରି କରାଯାଉ ନାହିଁ କି?
ମୋ : ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?