ସଫଳତା, ପ୍ରସିଦ୍ଧି ପ୍ରଦାନ କରିଥାଏ ଜାତକର ଏହି ନକ୍ଷତ୍ର: ପ୍ରଧାନମନ୍ତ୍ରୀ ମୋଦି ବି ଏଥିରେ ଜନ୍ମ

ପ୍ରତ୍ୟେକ ବ୍ୟକ୍ତିର ରାଶି ଏବଂ ନକ୍ଷତ୍ର ଭିନ୍ନ। ସମସ୍ତ ନକ୍ଷତ୍ର ମଧ୍ୟରୁ ଅନୁରାଧା ନକ୍ଷତ୍ର ବହୁତ ଶୁଭ। ଏହା ୨୭ ନକ୍ଷତ୍ରଙ୍କ ମଧ୍ୟରେ ୧୭ନଂ ସ୍ଥାନରେ ଆସିଥାଏ। ଅନୁରାଧା ନକ୍ଷତ୍ରର ସ୍ବାମୀ ଶନି ଦେବ। ଏହି ନକ୍ଷତ୍ର ଥିଲେ ବ୍ୟକ୍ତି ବ୍ୟକ୍ତି ବିଛା ରାଶିର ହୋଇଥାଏ। ମଙ୍ଗଳ ଏହି ରାଶିର ସ୍ବାମୀ ଗ୍ରହ। ଏଣୁ ଅରୁରାଧା ନକ୍ଷତ୍ରଧାରୀଙ୍କ ଜାତକରେ ମଙ୍ଗଳ ଏବଂ ଶନି ଉଭୟଙ୍କ ପ୍ରଭାବ ରହିଥାଏ। ବିଶେଷକରି ଏମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ନକ୍ଷତ୍ର ମଧ୍ୟ ଅନୁରାଧା।

-ଏହି ନକ୍ଷତ୍ରରେ ଜନ୍ମିତ ଲୋକ ସ୍ପଷ୍ଟବାଦୀ ହୋଇଥାନ୍ତି। ଏମାନଙ୍କ ମନରେ ଯାହା ଚାଲେ ସେ ସଫାସଫା କହି ଦେଇଥାନ୍ତି। ସଫଳତା ଏମାନଙ୍କ ପାଦ ଚୁମେ। ଏମାନେ ବିଦେଶ ଯାତ୍ରା କରିଥାନ୍ତି। ଅନ୍ୟ ଉପରେ ସହଜରେ ଏମାନେ ପ୍ରଭାବ ପକାଇଥାନ୍ତି। କମ୍‌ ବୟସରୁ ଏମାନେ ରୋଜଗାର କରିବା ଆରମ୍ଭ କରିଥାନ୍ତି। ସଂଘର୍ଷ କରିବାକୁ ଏମାନେ ଭଲ ପାଇଥାନ୍ତି। ଅନ୍ୟର ସହାୟତା କରିବାକୁ ଏମାନେ ସର୍ବଦା ପ୍ରସ୍ତୁତ ଥାନ୍ତି। ନିଜର ଲକ୍ଷ୍ୟ ହାସଲ କରିବାକୁ ଏମାନେ ଚେଷ୍ଟା ଜାରି ରଖିଥାନ୍ତି। ଯେତେ ବାଧାବିଘ୍ନ ଆସୁ ନା କାହିଁକି ଏମାନେ ସଫଳତା ହାସଲ କରିଥାନ୍ତି।

-ଏମାନେ ଚାକିରିଠାରୁ ଅଧିକ ବ୍ୟାପାରରେ ରୁଚି ରଖିଥାନ୍ତି। ହେଲେ ଏମାନଙ୍କ କଥା କଟୁ ଲାଗିଥାଏ। ଏହି କାରଣରୁ ଲୋକଙ୍କୁ ଏମାନଙ୍କ କଥା ଖରାପ ଲାଗିଥାଏ। ଏମାନେ ଧର୍ମକୁ ଜାବୁଡ଼ି ଧରିଥାନ୍ତି। ଏମାନେ ଦେଖାଇହେବାକୁ ବିଲ୍‌କୁଲ ପସନ୍ଦ କରନ୍ତି ନାହିଁ। ଜୀବନର ଅନୁଭବରୁ ଏମାନେ ନିଜର ଅନୁଶାସନପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି। ଧନସମ୍ପଦ ମାମଲାରେ ଏମାନେ ଭାଗ୍ୟବାନ ହୋଇଥାନ୍ତି।

-ଏହି ରାଶିରେ ଜନ୍ମିତ ବ୍ୟକ୍ତିମାନେ ସମାଜର କଲ୍ୟାଣ ପାଇଁ କାମ କରିଥାନ୍ତି। ଏମାନଙ୍କ ଭିତରେ ଧୌର୍ଯ୍ୟ ଗୁଣ ବିଶେଷଭାବେ ରହିଥାଏ। ଏମାନେ ଉଦାର ବ୍ୟକ୍ତିତ୍ୱର ହୋଇଥାନ୍ତି। ଏଣୁ ଏମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri