Posted inଜାତୀୟ

କ୍ଷମତା ପାଇଁ ହିନ୍ଦୁତ୍ୱ ସହିତ ପ୍ରତାରଣା କରାଯିବ ନାହିଁ…

ମୁମ୍ବାଇ, ୨୧।୬ : ଶିବସେନାର ବହୁ ବିଧାୟକଙ୍କ ସହ ସୁରଟରେ ପହଞ୍ଚିଥିବା ଏକନାଥ ସିନ୍ଦେଙ୍କ ବିରୋଧରେ ଉଦ୍ଧବ ଠାକୁର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ଶିବସେନାର ବିଧାନସଭା ଦଳର ନେତା ପଦରୁ ହଟାଇ ଦିଆଯାଇଛି। ଏହି କାର୍ଯ୍ୟର କିଛି ସମୟ ପରେ ଏକନାଥ ସିନ୍ଦେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଉଦ୍ଧବ ଠାକରେଙ୍କୁ ହିନ୍ଦୁତ୍ୱକୁ କ୍ଷମତା ପାଇଁ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି।

ଏକନାଥ ସିନ୍ଦେ ଟୁଇଟ କରି କହିଛନ୍ତି, ’ଆମେ ବାଲାସାହେବ ଠାକରେର ଶିବ ସୈନିକ । ବାଲାସାହେବ ଆମକୁ ହିନ୍ଦୁତ୍ୱ ବିଷୟରେ ଶିକ୍ଷା ଦେଇଥିଲେ । ହିନ୍ଦୁତ୍ୱ ପ୍ରତି ଆମେ କେବେ ବି ବିଶ୍ୱାସଘାତକତା କରିବୁ ନାହିଁ। ବାଲାସାହେବ ଠାକରେ ଯାହା ଶିଖାଇଛନ୍ତି, ସେହି ନୀତି ସହିତ ଆମେ ଅଛୁ।

ଏକନାଥ ସିନ୍ଦେଙ୍କ ଟୁଇଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଭାଜପା ସହ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ବାଲାସାହେବଙ୍କ ହିନ୍ଦୁତ୍ୱ ଶିକ୍ଷା ବିଷୟରେ ଉଦ୍ଧବ ଠାକରେଙ୍କୁ ମନେ ପକାଇ ଏକନାଥ ସିନ୍ଦେ ସ୍ପଷ୍ଟ କରିଛନ୍ତି ଯେ ସେ ଶିବସେନା ମିଳିତ ସରକାରରେ ସନ୍ତୁଷ୍ଟ ନୁହଁନ୍ତି। ଏକନାଥ ସିନ୍ଦେ ବାଲାସାହେବ ଠାକରେଙ୍କ ଜଣେ ବିଶ୍ୱସ୍ତ ନେତା ଭାବରେ ବିବେଚିତ ହୋଇଥିଲେ। ଏଭଳି ପରିସ୍ଥିତିରେ ବାଲାସାହେବ ଠାକରେଙ୍କ ଶିକ୍ଷାକୁ ଦର୍ଶାଇ ସେ ଉଦ୍ଧବ ଠାକରେଙ୍କ ଉପରେ ସେ ଆକ୍ରମଣ କରିଛନ୍ତି।

ଏନସିପିକୁ ମିଳିତ ମଞ୍ଚରେ ଅଧିକ ଗୁରୁତ୍ୱ ଦିଆ ଯାଉଥିବାରୁ ସେ ବିରକ୍ତ ହୋଇଥିଲେ। ଗୋଟିଏ ପଟେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ମନ୍ତ୍ରୀ ପଦ ପାଇଥିଲେ, କିନ୍ତୁ ଶିବ ସୈନିକଙ୍କ ସମସ୍ୟା ଶୁଣିବା ପାଇଁ କୌଣସି ନେତା ଉପଲବ୍ଧ ନ ଥିଲେ। ଏହିପରି ସମସ୍ତ ପ୍ରସଙ୍ଗରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା । ଏହା ମଧ୍ୟ କୁହାଯାଉଛି ଯେ ଏକନାଥ ସିନ୍ଦେ ନିଜକୁ ମୁଖ୍ୟମନ୍ତ୍ରୀ ହେବାକ ଚାହୁଁଥିଲେ, କିନ୍ତୁ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ ଯୋଗୁ ଅପ୍ରତ୍ୟାଶିତ ଭାବରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ଇଣ୍ଡୋନେସିଆରେ ପୁଣି ୫.୭ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା,୨୦।୮: ଇଣ୍ଡୋନେସିଆର ରୁଟେଙ୍ଗ ନିକଟରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଛି। USGS ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ରୁଟେଙ୍ଗର ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ରେ ୧୦…

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

GEN-Z ,ଆଲ୍ଫାଙ୍କ ମନ ଜିତିବାକୁ ମୋଦି ସରକାରଙ୍କ ମାଷ୍ଟରପ୍ଲାନ୍‌: କଲେ ଏମିତି କାମ, ଦେଶରେ ଚହଳ

ନୂଆଦିଲ୍ଲୀ,୨୦।୮: ଜନ୍ତର-ମନ୍ତରରେ ନିକଟରେ ହୋଇଥିବା ପ୍ରତିବାଦ ପରେ ଜେନ ଜି ଓ ଜେନ ଆଲ୍ଫା ପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏକ…

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri