Posted inଜାତୀୟ

ହିନ୍ଦୁ ଅଧିକ ସନ୍ତାନ ପ୍ରସବ କରି ଦେଶକୁ ଇସଲାମିକ ହେବାରୁ ବଞ୍ଚାନ୍ତୁ

ଶିମଲା,୧୮ ।୪: ନିଜର ଉତ୍ତେଜିତ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମହନ୍ତ ଯତି ନରସିଂହାନନ୍ଦଙ୍କ ଏକ ସଙ୍ଗଠନ ଭାରତକୁ ଇସଲାମିକ ଦେଶ ହେବାରୁ ବଞ୍ଚାଇବାକୁ ହିନ୍ଦୁମାନେ ଅଧିକ ସନ୍ତ୍ରାନ ପ୍ରସବ କରନ୍ତୁ ବୋଲି କହିଛନ୍ତି । ଏହି ବିବାଦୀୟ ବୟାନ ପରେ ପୁଣିଥରେ ମହନ୍ତ ନରସିଂହାନନ୍ଦ ଚର୍ଚ୍ଚାକୁ ଆସିଛନ୍ତି । ଏହାପୂର୍ବରୁ ହରିଦ୍ୱାରରେ ଏକ ଘୃଣ୍ୟ ଭାଷଣ ମାମଲାରେ ଜାମିନରେ ଆସିଥିବା ମହନ୍ତ ଆଗାମୀ ଦଶନ୍ଧିରେ ଦେଶକୁ ହିନ୍ଦୁ ବିହିନ ହେବାରୁ ବଞ୍ଚାଇବାକୁ ଅପିଲ କରିଥିଲେ । ସେତେବେଳେ ସେ ମଥୁରାରେ ହିନ୍ଦୁମାନଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ ଅନୁରୋଧ କରିଥିଲେ । ଏବେ ହିମାଚଳ ପ୍ରଦେଶର ଉନାରେ ଆରମ୍ଭ ହୋଇଥିବା ତିନି ଦିନିଆ ଧର୍ମ ସଂସଦରେ ପୂର୍ବରୁ ପୋଲିସ ଆୟୋଜକଙ୍କୁ ଉତ୍ତେଜିତ କଲାଭଳି ଭାଷଣ ନ ଦେବାକୁ ନୋଟିସ ଜାରି କରିଥିଲା । କୌଣସି ଅପ୍ରିୟ ଘଟଣାରୁ ଦୂରେଇ ରହିବା ଓ ସୁରକ୍ଷା ଦୃଷ୍ଟିରୁ ଅଧିକ ପୋଲିସ ଫୋର୍ସ ମଗାଯାଇଛି । ବାଟେଲିନର ଦୁଇ ଦଳ ମଧ୍ୟ ସେଠାରେ ପହଞ୍ଚିଛନ୍ତି ।
ଅଖିଳ ଭାରତୀୟ ସନ୍ଥ ପରିଷଦର ହିମାଚଳ ପ୍ରଦେଶ ପ୍ରଭାରୀ ଯତି ସତ୍ୟଦେବାନନ୍ଦ ସରସ୍ୱତୀ କହିଛନ୍ତି ଭାରତ ଏକ ଲୋକତାନ୍ତ୍ରୀକ ଦେଶ, କାରଣ ଏହା ହିନ୍ଦୁ ବହୁଳ । ହିମାଚଳ ପ୍ରଦେଶରେ ଆୟୋଜିତ ୩ ଦିନିଆ ଧର୍ମ ସଂସଦ ପୂର୍ବରୁ ଦାବି କରିଥିଲେ କି ମୁସଲମାନ ନିୟୋଜିତ ଭାବେ ଅଧିକ ସନ୍ତାନ ଜନ୍ମ ଦେଇ ସେମାନଙ୍କ ସଂଖ୍ୟା ବଢାଉଛନ୍ତି । ସେଥିପାଇଁ ଆମ ସଙ୍ଗଠନ ଭାରତକୁ ଇସଲାମିକ ଦେଶ ହେବାରୁ ବଞ୍ଚି ରହିବା ପାଇଁ ହିନ୍ଦୁମାନଙ୍କୁ ଅଧିକରୁ ଅଧିକ ସନ୍ତାନ ପ୍ରସବ ପାଇଁ କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri