ହିନ୍ଦୋଳ ରାଜନୀତି ଚଳଚଞ୍ଚଳ

ହିନ୍ଦୋଳ, ୧।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିରେ ଆସନ୍ତା ଏପ୍ରିଲ ୩ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପଟେ ନିର୍ବାଚନୀ ବିଗୁଲ୍‌ ବାଜିବା ପରେ ସହରାଞ୍ଚଳ ରାଜନୈତିକ ବାତାବରଣରେ ଉଷ୍ମତା ପରିଲକ୍ଷିତ ହୋଇଛି।
୧୬ ଓ୍ବାର୍ଡ ବିଶିଷ୍ଟ ହିନ୍ଦୋଳ ଏନ୍‌ଏସିର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୨ରେ ଶେଷ ହେଉଛି। ଏଥିପୂର୍ବରୁ ୩ ତାରିଖରେ ପୌରାଞ୍ଚଳବାସୀ ସେମାନଙ୍କ ଜନପ୍ରତିନିଧିଙ୍କୁ ବାଛିବେ। ନିର୍ବାଚନ ଲାଗି ମଙ୍ଗଳବାରଠାରୁ ଏପ୍ରିଲ ୫ ଯାଏ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୩ରୁ ୧୫ ଯାଏ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ୧୭ ତାରିଖରେ ଏହାର ଯାଞ୍ଚ କରାଯିବ। ୨୦ ତାରିଖ ମଧ୍ୟରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଏପ୍ରିଲ୍‌ ୩ରେ ଭୋଟଗ୍ରହଣ ଦିନଧାର୍ଯ୍ୟ କରାଯାଇଥିବାବେଳେ ୫ ତାରିଖରେ ଗଣତି ସହ ଫଳାଫଳ ଘୋଷଣା କରାଯିବ। ୧୯ ତାରିଖରେ ଉପାଧ୍ୟକ୍ଷ ପଦବୀରେ ନିର୍ବାଚନ ହେବ।
ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଲାଗି ଡିସେମ୍ବର ୫ରେ ୱାର୍ଡଗୁଡିକର ସୀମା ନିର୍ଦ୍ଧାରଣ କରାଯାଇଥିଲା। ଏଥିସହ କାଉନ୍‌ସିଲର ଏବଂ ନଗରପାଳ ପଦବୀ ଲାଗି ଆସନ ସଂରକ୍ଷଣ ଚୂଡ଼ାନ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ସେହିପରି ଗତ ଫେବୃୟାରୀ ୨୧ରେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇଥିଲା। ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗ ଲାଗି ସଂରକ୍ଷିତ ରହିଥିବାବେଳେ ନୂତନ ନିୟମ ଅନୁଯାୟୀ ଏଥିଲାଗି ସିଧାସଳଖ ମତଦାନ ହେବ। ଭୋଟରମାନେ ନଗରପାଳ ଓ କାଉନସିଲର ପଦବୀ ଲାଗି ଦୁଇଟି ଭୋଟ ଦେବେ।
ସୂଚନାଯୋଗ୍ୟ, ଗତ ନିର୍ବାଚନରେ ହିନ୍ଦୋଳ ଏନ୍‌ଏସି ବିଜେଡି କବ୍‌ଜାରେ ଥିଲା। ତେବେ ଦଳୀୟ କାଉନ୍‌ସିଲରଙ୍କ ଅନାସ୍ଥାରେ ନଗରପାଳ ରୀନାରାଣୀ ବେହେରା ହାରିବା ଏବଂ ଏହି ମାମଲା ହାଇକୋର୍ଟ ଯାଏ ଯିବା ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ଏହାପରଠାରୁ ଉପନଗରପାଳ ଟିମା ବେହେରା ନଗରପାଳ ଦାୟିତ୍ୱ ତୁଲାଉଛନ୍ତି। ଏନ୍‌ଏସିରେ ରାଜନୈତିକ ଗୋଷ୍ଠୀକନ୍ଦଳ ବିକାଶରେ ବାଧକ ସାଜିଥିବା ଅଭିଯୋଗ ହେଉଥିବାବେଳେ ଏହି ନିର୍ବାଚନ ଆଶାୟୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri