Posted inଫୁରସତ

ଏକତାର ପ୍ରତୀକ ହିନ୍ଦୀ

କୌଣସି ଦେଶର ବିକାଶରେ ଭାଷା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଦେଶର ସ୍ବତନ୍ତ୍ର ପରିଚୟ ହେଉଛି ଭାଷା। ଭାରତର ବିଭିନ୍ନ ଭାଷା ଏବଂ ଉପଭାଷା ଶକ୍ତି ଓ ଏକତାର ପ୍ରତୀକ ଭାବେ ଉଭା ହୋଇଛନ୍ତି। ଅନ୍ୟ ଭାଷା ମଧ୍ୟରେ ରାଜଭାଷା ହିନ୍ଦୀ ଭାରତୀୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଥାଏ। ଶତାବ୍ଦୀ ଧରି ସମଗ୍ର ଦେଶକୁ ଏକୀକରଣ କରିବାରେ ହିନ୍ଦୀ ଭାଷା କାର୍ଯ୍ୟ କରିଆସୁଛି। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତିବର୍ଷ ସେପ୍ଟେମ୍ବର ୧୪କୁ ଜାତୀୟ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି।

ସ୍ବାଧୀନ ହେବା ପରେ ଭାଷାକୁ ନେଇ ବଡ଼ ପ୍ରଶ୍ନ ଉଠିଥିଲା। କାରଣ ଭାରତ ଭଳି ଭିନ୍ନତା ମଧ୍ୟରେ ଏକତା ଦେଶରେ ଅନେକ ଭାଷାଭାଷୀର ଲୋକ ରହିଛନ୍ତି। ଅନେକ ବିଚାରବିମର୍ଶ ପରେ ହିନ୍ଦୀଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ମିଳିଥିଲା। ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲେଖାଯାଇଥିବା ହିନ୍ଦୀ ଭାଷାକୁ ରାଷ୍ଟ୍ରର ଭାଷା ରୂପେ ସ୍ବାକାର କରିଥିଲେ । ସମ୍ବିଧାନ ସଭାରେ ୧୪ ସେପ୍ଟେମ୍ବର ୧୯୪୯ରେ ହିନ୍ଦୀକୁ ସରକାରୀ ଭାଷା ଭାବରେ ଗ୍ରହଣ କରାଯାଇଥିଲା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ୧୪ ସେପ୍ଟେମ୍ବରକୁ ହିନ୍ଦୀ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୪ ସେପ୍ଟେମ୍ବର ୧୯୫୩ରେ ଦେଶରେ ପ୍ରଥମଥର ପାଇଁ ହିନ୍ଦୀ ଦିବସ ପାଳନ କରାଯାଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ ବିଶ୍ୱାସ କରୁଥିଲେ ହିନ୍ଦୀ ହେଉଛି ଜନସାଧାରଣଙ୍କ ଭାଷା। ସେ ହିନ୍ଦୀକୁ ଜାତୀୟ ଭାଷା କରିବା ସପକ୍ଷରେ ଥିଲେ। ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ପ୍ରଗତିଶୀଳ ବ୍ୟବହାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାରୀ ଭାଷା ବିଭାଗ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଭାରତ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି।

ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଭାଷାମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହିନ୍ଦୀ। ଏହା ଭାରତର କୋଟି କୋଟି ଲୋକଙ୍କର ମାତୃଭାଷା। ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଏହି ଦିବସ ଅବସରରେ ଏହି ଭାଷାର ପ୍ରଚାର ଓ ପ୍ରସାର ପାଇଁ ସଚେତନତା ସୃଷ୍ଟି କରାଯାଇଥାଏ। ହିନ୍ଦୀ ଏହାର ନାମ ପାର୍ସୀ ଶବ୍ଦ ହିନ୍ଦ୍‌ରୁ ପାଇଛି, ଯାହାର ଅର୍ଥ ହେଉଛି ‘ଇନ୍ଦସ ନଦୀର ଭୂମି।’ ହିନ୍ଦୀ ଦୁନିଆର ତୃତୀୟ ସର୍ବାଧିକ ଭାଷା ଭାବରେ ପରିଗଣିତ ହୁଏ। ଭାରତ ବ୍ୟତୀତ ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଅନ୍ୟ ପଡ଼ୋଶୀ ଦେଶରେ ହିନ୍ଦୀ ଭାଷାରେ ଅନେକ ଲୋକ କଥାବାର୍ତ୍ତା କରିଥାନ୍ତି।ହିନ୍ଦୀ ହଜାର ବର୍ଷରୁ ଊର୍ଦ୍ଧ୍ୱ ଏକ ପୁରାତନ ଭାଷା। କେହି କେହି ମତ ଦିଅନ୍ତି ସଂସ୍କୃତ ଭାଷା ସହ ଯୋଡ଼ିହେଇ ହିନ୍ଦୀ ଭାଷା ବଳିଷ୍ଠ ହୋଇଛି। ଖ୍ରୀଷ୍ଟପୂର୍ବ ୧୫୦୦ ଶତାବ୍ଦୀରେ ପ୍ରାଚୀନ ଭାରତର ବୈଦିକ ଶାସ୍ତ୍ରର ଅଧ୍ୟୟନ ନିମନ୍ତେ ସଂସ୍କୃତ ଭାଷାର ବ୍ୟବହାର ହେଉଥିଲା। ସେତେବେଳେ ଲୋକେ କଥାବାର୍ତ୍ତା ପ୍ରାକୃତ ଭାଷାରେ କରୁଥିଲେ। ପ୍ରାକୃତ ଭାଷା କାଳକ୍ରମେ ଅପଭ୍ରଂଶ ହିନ୍ଦୀ ଭାଷାର ରୂପ ନେଇଥିବା ଅନୁମାନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri