Posted inଜାତୀୟ

ବିକାଶ ନିଶାରୁ ଧ୍ୱଂସାଭିମୁଖୀ ହିମାଳୟ

ପ୍ରସ୍ତୁତି: ଜିତେନ୍ଦ୍ର କୁମାର ନାୟକ:  ଭାରତୀୟ ପରିବେଶ ପରିସଂସ୍ଥାନକୁ ଜାବୁଡ଼ି ଧରିବାରେ ଏହାକୁ ପ୍ରକୃତିର ଏକ ଅନନ୍ୟ ଅବଦାନ ଭାବେ ବିବେଚନା କରାଯାଇଥାଏ। କିନ୍ତୁ ଗତ କିଛି ଦଶନ୍ଧି ହେବ ଏହାର ବକ୍ଷ ବିଦୀର୍ଣ୍ଣ ହେବାରେ ଲାଗିଛି। ବରଫାବୃତ ଏହାର ଶୃଙ୍ଗର ଉଚ୍ଚତା ଦିନକୁ ଦିନ କମୁଛି। ବିକାଶ ନାମରେ ହିମାଳୟ ପାଦଦେଶରେ ନିଆଯାଉଥିବା ପରିବେଶ ପ୍ରତିକୂଳଜନିତ ପଦକ୍ଷେପ ପାହାଡ଼ିଆ ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷତି ଘଟାଇ ଚାଲିଛି। କେଉଁଠି ପୋଲ ଭୁଶୁଡ଼ିପଡ଼ୁଛି ତ ଅନ୍ୟ କେଉଁଠି ରାସ୍ତା ଧୋଇ ହୋଇଯାଉଛି। ବାଦଲଫଟା ବର୍ଷା ଯୋଗୁ ସୃଷ୍ଟ ବନ୍ୟାରେ ବଡ଼ କୋଠା ନଦୀରେ ଭାସି ଯାଉଥିବା ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। ଏହି ଭଙ୍ଗୁର ପରିବେଶ ଭୂଖଣ୍ଡ ସହ ତାଳଦେଇ ଚାଲିବା ଅପେକ୍ଷା ମଣିଷ ଆକାଂକ୍ଷିତ ବିକାଶମୂଳକ ପ୍ରକଳ୍ପ ଗଢ଼ୁଥିବାରୁ ପ୍ରକୃତି ତାହାକୁ ସହିପାରୁ ନାହିଁ। ଉତ୍ତରାଖଣ୍ଡର ଚାମୋଲିରେ ଭୂସ୍ଖଳନ ଓ ଜୋଷୀମଠ ଦବିବା ଏବଂ ହିମାଚଳ ପ୍ରଦେଶର ସଡ଼କରେ ବଡ଼ ଗର୍ତ୍ତ ସୃଷ୍ଟି ହେବା, ଚାରଧାମ ରାସ୍ତାରେ କ୍ରମାଗତ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବାର ଖବର ବାରମ୍ବାର ଶୁଣିବାକୁ ମିଳୁଛି। ଦେବଭୂମିରେ ଘଟୁଥିବା ବିପର୍ଯ୍ୟୟ ପ୍ରାୟ ନିତିଦିନିଆ ହୋଇଗଲାଣି ।
୨୦୧୬ରେ ଉତ୍ତରାଖଣ୍ଡର ଗରଓ୍ବାଲ ଅଞ୍ଚଳ ଓ କୁମାଉନ ମଧ୍ୟରେ ୯୦୦ କିଲୋମିଟର ବ୍ୟାପ୍ତ ଦୁଇ ଲେନ୍‌ ବିଶିଷ୍ଟ ବୃହତ୍‌ ଭିତ୍ତିଭୂମି ପ୍ରକଳ୍ପ ‘ଚାରଧାମ ମହାମାର୍ଗ ବିକାଶ ପରିଯୋଜନା’ କାର୍ଯ୍ୟକାରୀ କରାଯାଇଥିଲା। ଏଥିପାଇଁ ଅନେକ ଲକ୍ଷ ଗଛ ଓ ବହୁ ଜଙ୍ଗଲ ଅଞ୍ଚଳ ବଳିପଡ଼ିଥିଲା। କେବଳ ସେତିକି ନୁହେଁ, ଏହି ଭିତ୍ତିଭୂମି ବିକାଶ କରାଯିବା ବେଳେ ଅନେକ ମଣିଷ ଓ ଜୀବଜନ୍ତୁଙ୍କ ଜୀବନ ମଧ୍ୟ ଯାଇଥିଲା। ଏହି କାର୍ଯ୍ୟ ଯୋଗୁ ଉତ୍ପନ୍ନ ଅନେକ ଟନ୍‌ ବର୍ଜ୍ୟ ମିଶିଯିବାରୁ ତାହା ଜଳ ଉତ୍ସକୁ ରୋଧି ଦେଇଛି। ବିଡ଼ମ୍ବନାର ବିଷୟ ଯେ, ହିମାଳୟ ଅଞ୍ଚଳରେ ବିକଶିତ ଅନେକ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ (ଇଆଇଏ) ବା ପରିବେଶଗତ ମଞ୍ଜୁରୀକୁ ଅଣଦେଖା କରି ଗଢ଼ିଉଠିଛି। ସେଥିପାଇଁ ଦେବଭୂମିର ଚମ୍ବା, ଶିବପୁରି, ଦୁଦ୍ରପ୍ରୟାଗ, ଚାମୋଲି, ଅଗୁଷ୍ଟମୁନି, କର୍ନପ୍ରୟାଗ ଓ କୁଣ୍ଡ (ସବୁ ଉତ୍ତରାଖଣ୍ଡର)ଏବଂ ଅନ୍ୟାନ୍ୟ ରସାଳ ସବୁଜ ଅଞ୍ଚଳ ଉଭାନ ହେବାରେ ଲାଗିଛି। ଚାରଧାମ ମହାମାର୍ଗ ବିକାଶ ପରିଯୋଜନା ଯୋଗୁ ଲୁଣ୍ଠିତ ପ୍ରକୃତି କୋଳରେ କେବଳ ଭାଗୀରଥି ଇକୋ ସେନ୍‌ସିଟିଭ୍‌ ଜୋନ୍‌ (ବିଇଏସ୍‌ଜେଡ୍‌) ଅକ୍ଷୁଣ୍ଣ ରହିଯାଇଛି। ବିଇଏସ୍‌ଜେଡ୍‌କୁ ଗଙ୍ଗାର ଏକ ପ୍ରାକୃତିକ ପ୍ରବହମାନ ଅଞ୍ଚଳ ଭାବେ ଅଭିହିତ କରାଯାଇ ଏନ୍‌ଭାଇରନ୍‌ମେଣ୍ଟ ପ୍ରୋଟେକ୍‌ଶନ ଆକ୍ଟ-୧୯୮୬ ଅଧୀନରେ ଏହାକୁ ଡିସେମ୍ବର ୨୦୧୨ରେ ସୁରକ୍ଷିତ କ୍ଷେତ୍ର କରାଯାଇଥିଲା।
ବିକାଶ ନାମରେ ପ୍ରକୃତିକୁ ଧ୍ୱଂସ କରିବାର ଯେଉଁ ପଦକ୍ଷେପ ନିଆଯାଉଛି, ତାହା ମଣିଷର ବିନାଶକୁ ଡାକିଆଣୁଛି। ପରିବେଶକୁ କ୍ଷତି ପହଞ୍ଚାଇଲା ଭଳି ସ୍ଥାନ ଦେଇ ସଡ଼କ ଭିତ୍ତିଭୂମି ଉନ୍ନତି କରାଯିବ ନାହିଁ ବୋଲି ସଡ଼କ ପରିବହନ ମନ୍ତ୍ରଣାଳୟ କହିଆସିଥାଏ। ହେଲେ ବିନା ଆବଶ୍ୟକତାରେ ରାସ୍ତାଗୁଡ଼ିକୁ ପ୍ରଶସ୍ତ କରାଯିବା ଲାଗି ସମ୍ପୃକ୍ତ ମନ୍ତ୍ରଣାଳୟ ଅନୁମତି ଦେବା ନିଜେ ନିଜ ବିଜ୍ଞପ୍ତିକୁ ଅସ୍ବୀକାର କଲା ଭଳି ପ୍ରତୀୟମାନ ହେଉଛି। ଏମିତି ଦେଖାଯାଉଛି, ଯେଉଁଠାରେ ରାସ୍ତା ପ୍ରଶସ୍ତୀର ଆବଶ୍ୟକତା ନାହିଁ ସେଠାରେ ବିକାଶ ନାମରେ ଲେନ୍‌ ସଂଖ୍ୟା ବଢ଼ାଇ ଦିଆଯାଉଛି। ବିଇଏସ୍‌ଜେଡ୍‌ରେ ଡବଲ୍‌ ଲେନ୍‌ ରୋଡ୍‌ କରିବା ଲାଗି ସଡ଼କ ପରିବହନ ମନ୍ତ୍ରଣାଳୟ ପ୍ରଥମେ ଅନୁମତି ଦେଇଥିଲା। କିନ୍ତୁ ଏହି ପ୍ରସ୍ତାବର ଦୁଇ ମାସ ପରେ ସେଥିରେ ପରିବର୍ତ୍ତନ ଆଣିଥିଲା। ଇଏଆଇର ବିନା ଅନୁମତିରେ କିଭଳି ରାସ୍ତା ପ୍ରଶସ୍ତୀକରଣକୁ ଅନୁମତି ଦିଆଯାଉଥିଲା, ତାହା ଏବେ ହିମାଳୟସମ ପ୍ରଶ୍ନବାଚୀ ହୋଇରହିଛି।
ଗଙ୍ଗୋତ୍ରୀ ପୀଠକୁ ଯିବା ଲାଗି ବିଇଏସ୍‌ଜେଡ୍‌ ବିଜ୍ଞପ୍ତି ଅନୁଯାୟୀ ଗାଡ଼ି ଚଳାଚଳକୁ ନିୟନ୍ତ୍ରଣ ଭିତରେ ରଖାଯାଇଥିଲା। ହେଲେ ମୌସୁମୀ ପୂର୍ବରୁ ଉତ୍ତରାଖଣ୍ଡ ସରକାର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ଯାଇ ଚାରଧାମ ରାସ୍ତାରେ ଦୈନିକ ୯,୦୦୦ ଯାତ୍ରୀ ଯିବା ଲାଗି ବ୍ୟବସ୍ଥା କରିଦେବା ସାଧାରଣ ନିୟମର  ଉଲ୍ଲଂଘନ। ଏଥିରୁ ସ୍ପଷ୍ଟ ବୁଝିହେଉଛି ଯେ, ସରକାର ଅତ୍ୟଧିକ ରାଜସ୍ବ ସଂଗ୍ରହ ଲକ୍ଷ୍ୟ ନେଇ ଅଧିକ ପର୍ଯ୍ୟଟକଙ୍କ ଯିବାଆସିବା ସକାଶେ ରାସ୍ତାଗୁଡ଼ିକୁ ପ୍ରଶସ୍ତ କରିବା ନିଶାରେ  ପଡ଼ିଛନ୍ତି। ସେଥିପାଇଁ ହିମାଳୟର ନରମା ଅଞ୍ଚଳରେ ମଧ୍ୟ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରଖାଯାଇଛି। ପ୍ରକୃତି ତା’ର କୋପ ଦେଖାଇଥିଲେ ମଧ୍ୟ ଉଭୟ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ସରକାର ପର୍ଯ୍ୟଟନ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ଲାଗି ସୁପ୍ରିମକୋର୍ଟ ମଧ୍ୟ ଏକ କମିଟି ଗଠନ କରିଛନ୍ତି। କିନ୍ତୁ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ, ଏଭଳି ସୁପାରିସ କାର୍ଯ୍ୟକାରୀ କରାଯିବ ନା ନାହିଁ।
ଗଙ୍ଗା ପୁନରୁଦ୍ଧାର ପାଇଁ ପ୍ରମୁଖ ଆହ୍ବାନ ଭାବେ ଗଙ୍ଗୋତ୍ରୀ ଗ୍ଲେସିୟରର ସଂରକ୍ଷଣ ନିତାନ୍ତ ଆବଶ୍ୟକ। କାରଣ ଏଠାକାର ହିମବାହ କ୍ଷୀପ୍ର ଗତିରେ ତରଳିବାରେ ଲାଗିଛି। ଅତ୍ୟଧିକ ଯାନବାହନ ଚଳାଚଳ, ଜଙ୍ଗଲ ନିଆଁ, ଅଳନ୍ଧୁମିଶା ଅଙ୍ଗାରକାମ୍ଳ ବୃଦ୍ଧି ଗ୍ଲେସିୟର ଉପରେ ପ୍ରଭାବ ପକାଉଛି। ରାଜନେତା, ଅମଲାତନ୍ତ୍ରୀ ଓ ରିୟଲ ଇଷ୍ଟେଟ୍‌ ବେପାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ହିମାଳୟ ଜଙ୍ଗଲ, ନଦୀ ଓ ବାସିନ୍ଦାଙ୍କ କ୍ଷତି ଘଟି ଚାଲିଛି। ଅନ୍ୟପଟେ ତଥାକଥିତ ‘ପରିବେଶ ବନାମ ବିକାଶ’ ବିତର୍କ ଜାରି ରହିଛି। ବିକାଶ ନାମରେ ଗଢ଼ାଯାଉଥିବା ଭିତ୍ତିଭୂମି ଓ ପ୍ରକଳ୍ପ ସଂଖ୍ୟାକୁ ହ୍ରାସ କରାଯାଇପାରିଲେ ବିନାଶକୁ ରୋକିବାରେ କିଛିଟା ସାମାଧାନର ସୂତ୍ର ବାହାରିପାରନ୍ତା। ଆମେ ଏବେ ଏକ ଜଟିଳ ସ୍ଥିତି ଦେଇ ଗତି କରୁଛେ। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତିରେ ବ୍ୟାପକ ପରିବର୍ତ୍ତନ ଦେଖାଦେବା ସହ ମଣିଷ ଦହଗଞ୍ଜ ହୋଇଚାଲିଛି। ଭବିଷ୍ୟତ ବଂଶଧର ଓ ଅନେକ ନିୟୁତ ଲୋକଙ୍କ ଜୀବନରେଖା ପାଲଟିଥିବା ହିମାଳୟ ଅଞ୍ଚଳକୁ ନଷ୍ଟ କରିଦିଆଗଲେ କଦାପି କୌଣସି ବିକାଶ ଘଟିପାରିବ ନାହିଁ।
(‘ଦି ହିନ୍ଦୁ’ରୁ ସଂଗୃହୀତ ତଥ୍ୟ)

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?