Posted inଜାତୀୟ

ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟିଂ, ମଇଦାନରେ ୪୧୨ ପ୍ରାର୍ଥି

ଶିମଲା,୧୨ ।୧: ହିମାଚଳ ପ୍ରଦେଶର ସମସ୍ତ ୬୮ ବିଧାନସଭା ଆସନ ଲାଗି ଶନିବାର ଭୋଟିଂ ହେବ । ସାରା ରାଜ୍ୟରେ ଏଥିପାଇଁ ୭,୮୮୪ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ରାଜ୍ୟର ୪୧୨ ଜଣ ପ୍ରାର୍ଥିଙ୍କ ଭାଗ୍ୟ ଶନିବାର ଇଭିଏମରେ ବନ୍ଦ ହୋଇଯିବ । ବିଧାନସଭା ନିର୍ବାଚନର ଫଳାଫଳ ୮ ଡିସେମ୍ବରରେ ଆସିବ । ରାଜ୍ୟରେ ମୋଟ ୫୫,୯୨,୮୨୮ ଭୋଟର ଥିବା ବେଳେ ଏମାନଙ୍କ ମଧ୍ୟରେ ୨୮.୫୪,୯୪୫ ପୁରୁଷ ଓ ୨୭,୩୭,୮୫ ମହିଳା ଭୋଟର ରହିଛନ୍ତି । ଏହା ବ୍ୟତୀତ ପ୍ରାୟ ୩୮ ଜଣ ଥାର୍ଡ ଜେଣ୍ଡର ବି ଭୋଟ ଦେବେ । ରାଜ୍ୟରେ ୨୦୧୭ରେ ୭୫.୫୭ ପ୍ରତିଶତ ମତଦାନ ହୋଇଥିଲା, ଏହା ୨୦୧୨ର ବିଧାନସଭା ନିର୍ବଚନରେ ୭୩.୫ ପ୍ରତିଶତ ମତଦାନଠାରୁ ଅଧିକ ଥିଲା ।
ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ଟ୍ରେଣ୍ଡ ରହି ଆସିଛି ପ୍ରତିଥର ନିର୍ବାଚନରେ ସରକାର ବଦଳି ଥାଆନ୍ତି । ଅର୍ଥାତ୍ ଶାସକ ଦଳ ପରାଜୟ ସ୍ୱୀକାର କରିଥାଆନ୍ତି । ସେଥିପାଇଁ ଏଥର ନିର୍ବାଚନ ପ୍ରଚାରରେ ଭାରତୀୟ ଜନତା ପାର୍ଟି(ଭାଜପା) ନୂଆ ଉପାୟ ଆପଣେଇଥିଲା । ଭାଜପାର ସ୍ଲୋଗାନ ଥିଲା, ‘ ରାଜ ନେହିଁ, ରିୱାଜ ବଦଲେଙ୍ଗେ । ଅର୍ଥାତ୍ ସରକାର ନୁହେଁ ପୁରୁଣା ପରମ୍ପରାକୁ ବଦଳାଇ ଦେବା । ଏବେ ରାଜ୍ୟରେ ଭାଜପା ସରକାର ଥିବା ବେଳେ ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏହା ପୂର୍ବରୁ ଏଠାରେ ୨୦୧୨ରେ କଂଗ୍ରେସ ସରକାର ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨…

ନା ସ୍ମାର୍ଟଫୋନ ନା କାର୍ଡ; ପାପୁଲିରେ କରିବେ ପେମେଣ୍ଟ, UPI କୁ ଟକ୍କର ଦେବ ପାମ ସ୍କାନ!

ନୂଆଦିଲ୍‌ଲୀ,୧୬।୯: ଡିଜିଟାଲ ପେମେଣ୍ଟ ଦୁନିଆରେ ଯେଉଁଠି ଭାରତର ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି, ସେଇଠି ଚାଇନା କାରବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?