ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଘଟଣା ପରେ ହିଞ୍ଜିଳିକାଟୁ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ୟ ପକ୍ଷରେ ପୂଜା ପୂର୍ବରୁ ମେଢ଼ ଆୟୋଜକ, ପୋଲିସ ଓ ପ୍ରଶାସନର ମିଟିଂକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ନିୟମ ପାଳନ ପାଇଁ ମିଳିତ ବୈଠକ ଆୟୋଜନ ହେଉଥିବା ବେଳେ ନୀତିନିୟମ ପାଳନ ଓ ଏହାର ତଦାରଖ ପାଇଁ କାହାରି ମଧ୍ୟ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି।
ବୁଧବାର ସକାଳେ ହିଞ୍ଜିଳିକାଟୁ ମାଣିକନଗରସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ପକ୍ଷରୁ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ହୋଇଥିଲା। ଶିକ୍ଷକଙ୍କ ସମେତ ବହୁ ଛାତ୍ର ଘୋଡ଼ାହାଡ଼ ନଦୀ ନିକଟକୁ ଯାଇଥିଲେ। ବିସର୍ଜନ ସମୟରେ କୌଣସି କାରଣରୁ ୪ ଛାତ୍ର ନଦୀ ଭିତରକୁ ଯାଇଥିଲେ । ହଠାତ୍‌ ସମସ୍ତେ ପାଣିରେ ବୁଡ଼ିଯାଇଥିଲେ । ଛାତ୍ରମାନଙ୍କ ପାଟି ଶୁଣି ଏହି  ସ୍ଥାନୀୟ ଲୋକେ ୨ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ୨ ଜଣ ପାଣିରେ ବୁଡ଼ିଯାଇଥିଲେ । ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ପାଣିରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦ୍ୱୟ ନାବାଳକ ଛାତ୍ର ହେଲେ ବଇଞ୍ଚବଣିଆ ନେତାଜୀ ମାର୍ଗର ଆଦର୍ଶ ସାହୁ (୧୪) ଓ ଗାୟତ୍ରୀନଗରର ପ୍ରିତମ ସମେଲୀ (୧୪)। ଉଦ୍ଧାର ହୋଇଥିବା ଛାତ୍ର ଦ୍ୱୟ ହେଲେ ଓମ୍‌ ପ୍ରଧାନ ଓ ଅଂଶୁମାନ ପାଣିଗ୍ରାହୀ।
ଘଟଣା ପରେ ମୃତ ଛାତ୍ରଙ୍କ ପରିବାର ଓ ଆତ୍ମୀୟ ମେଡିକାଲରେ ପହଞ୍ଚିଥିଲେ। କାନ୍ଦବୋବାଳିରେ ମେଡିକାଲ ପରିସର ଫାଟି ପଡ଼ିଥିଲା। ଖବରପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ଦୁଇ ମୃତଦେହ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୨୧/୨୬ ଓ ୨୨/୨୬ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।
ମୃତ ଛାତ୍ରଙ୍କ ଅଭିଭାବକ କୋଚିଂ ସେଣ୍ଟର ଶିକ୍ଷକଙ୍କ ଦାୟିତ୍ୱହୀନତା ନେଇ ଅଭିଯୋଗ କରିଛନ୍ତି। ଶିକ୍ଷକ ନଦୀ କୂଳରେ ରହି ନାବାଳକ ଛାତ୍ରମାନଙ୍କୁ ନଦୀ ଭିତରକୁ ପଠାଇଥିବା ସେମାନେ କହିଛନ୍ତି। ସହରକୁ ପାନୀୟ ଜଳ ଯୋଗାଣ ପାଇଁ ଉକ୍ତ ସ୍ଥାନରେ ଇନଟେକ ଓ୍ବେଲ ରହିଛି। ପାଣି ସଂରକ୍ଷଣ କାରଣରୁ ସେଠାରେ ପ୍ରାୟ ୧୦ ଫୁଟ ଗଭୀର ପାଣି ରହିଥିବା କୁହାଯାଉଛି । ଏହାସହ ବିସର୍ଜନ ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲା କି ନାହିଁ, ତାହା ମଧ୍ୟ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ, ମୂର୍ତ୍ତି ବିସର୍ଜନ ପାଇଁ  ପୂର୍ବରୁ ପୋଲିସ ଥାନାରେ ୨୦ ତାରିଖ ସଂଧ୍ୟାରେ ସାମୁହିକ ବିସର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ଗଣେଶ ପୂଜା ଠାରୁ ବିସର୍ଜନ ଦିନ ଅଧିକ ରହିବା ଓ ପାଠପଢ଼ା ଦେଖି କୋଚିଙ୍ଗ ସେଣ୍ଟର ଗୁଡିକ ନିଜ ଇଚ୍ଛାରେ ମୂର୍ତ୍ତି ବିସର୍ଜନ ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷରେ ପୌର ପ୍ରଶାସନ ପକ୍ଷରୁ ବିସର୍ଜନ ପାଇଁ କୃତ୍ତିମ ପୋଖରୀ ବ୍ୟବସ୍ଥା କରାଯାଇନାହି । ସୁରକ୍ଷିତ ବିସର୍ଜନ ବ୍ୟବସ୍ଥା ଥିଲେ ଏଭଳି ଅଘଟଣକୁ ରୋକାଯାଇପାରିଥାନ୍ତା ବୋଲି କଂଗ୍ରେସ ନେତା ଶିବରାମ ପ୍ରଧାନ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ନିୟମ ପାଳନ ଓ ସୁରକ୍ଷିତ ପୂଜା ପାଇଁ ନିଷ୍ପତ୍ତି କେବଳ ଲୋକଦେଖାଣିଆ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି । ଏହି ଘଟଣା ପରେ ଅଞ୍ଚଳରେ ଗଭୀର ଶୋକ ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily
>

Enter your email to get our daily news in your inbox.

All Right Reserved By Dharitri.Com

WPL : ଅକ୍ଟୋବର ୨୮ରେ ହେବ ନିଲାମ; ଘୋଷଣା କରାଯାଇଛି ଭେନ୍ୟୁ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ମହିଳା ପ୍ରିମିୟର ଲିଗ (WPL) ସିଜିନ ପାଇଁ ନିଲାମର ତାରିଖ ଏବଂ ସ୍ଥାନ ଘୋଷଣା କରିଛି। BCCI…

ନା ସ୍ମାର୍ଟଫୋନ ନା କାର୍ଡ; ପାପୁଲିରେ କରିବେ ପେମେଣ୍ଟ, UPI କୁ ଟକ୍କର ଦେବ ପାମ ସ୍କାନ!

ନୂଆଦିଲ୍‌ଲୀ,୧୬।୯: ଡିଜିଟାଲ ପେମେଣ୍ଟ ଦୁନିଆରେ ଯେଉଁଠି ଭାରତର ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି, ସେଇଠି ଚାଇନା କାରବାରର…

ଗୋଟିଏ ଦିନର ବ୍ରାଣ୍ଡ ପ୍ରମୋସନ ପାଇଁ ବୈଭବ ସୂର୍ଯ୍ୟବଂଶୀ ନିଅନ୍ତି କେତେ ଟଙ୍କା? ପରିମାଣ ଶୁଣଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୯: ୧୫ ବର୍ଷୀୟ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ବୈଭବ ନିଜ ପାଇଁ ଏକ…

ବୁଧଙ୍କ ବଡ଼ ଗୋଚର: ୩ ରାଶିଙ୍କ ଫିଟିବ ଧନଲାଭର ଯୋଗ, ଚାକିରିରେ ବଡ଼ ପ୍ରମୋଶନ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ସ୍ଥିତିରେ ହେଉଥିବା ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବିଶ୍ୱାସ ରହିଛି ଯେ ବୁଧ ଗ୍ରହ ହେଉଛନ୍ତି ବୁଦ୍ଧି,…

ପାଟ୍ରୋଲିଂ ବେଳେ ମଦବେପାରୀଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏଏସ୍‌ଆଇ ଏନ. ତ୍ରିପତୀ ରେଡ୍ଡୀ, କନଷ୍ଟେବଳ ଏସ୍‌.କେ ରାଜେଶ ଉଦ୍ଦିନ, ବଳରାମ ପାତ୍ର ପ୍ରମୁଖ ସଦଳବଳ…

ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର…

୧୨ ବର୍ଷ ପରେ ଜୀବିତ ମିଳିଲେ ଶକୁନ୍ତଳା! ଯାହାଙ୍କ ମୃତ୍ୟୁକୁ ନେଇ ସ୍ବାମୀ-ଶ୍ୱଶୁରଙ୍କ ନାଁରେ ହୋଇଥିଲା କେସ୍

ପାଟନା,୧୬ା୯: ବିହାରର ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼ । ୨୦୧୪ରେ ନିଖୋଜ ହୋଇଥିବା ଶକୁନ୍ତଳା ଦେବୀଙ୍କୁ ମୃତ ଭାବି ତାଙ୍କ…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?