Posted inଜାତୀୟ

ହିମାଚଳ: କଂଗ୍ରେସକୁ କ୍ରସ୍‌ ଭୋଟିଂ କାଳ

ନୂଆଦିଲ୍ଲୀ,୨୮।୨: ଉତ୍ତରପ୍ରଦେଶ, କର୍ନାଟକ ଏବଂ ହିମାଚଳପ୍ରଦେଶରୁ ମୋଟ ୧୫ ଆସନ ପାଇଁ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉତ୍ତରପ୍ରଦେଶର ୧୦ଟି ଆସନରୁ ଭାଜପା ୮ଟିରେ ବିଜୟୀ ହୋଇଥିବାବେଳେ ସମାଜବାଦୀ ପାର୍ଟିକୁ ୨ଟି ଆସନ ମିଳିଛି। ସେହିପରି କର୍ନାଟକରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବାବେଳେ ଭାଜପା ଗୋଟିଏ ଆସନ ଜିତିଛି। ଅନ୍ୟପକ୍ଷରେ ହିମାଚଳପ୍ରଦେଶରେ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ହାରିଯାଇଛନ୍ତି। ସେଠାରେ କଂଗ୍ରେସ ବିଧାୟକଙ୍କ କ୍ରସ୍‌ ଭୋଟିଂ ଯୋଗୁ ଭାଜପା ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି।
କର୍ନାଟକରେ ୪ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଶାସକ କଂଗ୍ରେସ ୩ ଆସନରେ ଜିତିଥିବାବେଳେ ଭାଜପାକୁ ଗୋଟିଏ ଆସନ ମିଳିଛି। କଂଗ୍ରେସରୁ ଅଜୟ ମାକେନ, ଜି.ସି. ଚନ୍ଦ୍ରଶେଖର ଏବଂ ସୟେଦ ନସୀର ହୁସେନ୍‌ ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିବାବେଳେ ଭାଜପାରୁ ନାରାୟଣ କେ. ଭନ୍ଦାଗେ ଜିତିଛନ୍ତି। ୪ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତାରେ ୫ ପ୍ରାର୍ଥୀ ରହିଥିଲେ। ଜେଡିଏସ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡି. କୁପେନ୍ଦ୍ର ରେଡ୍ଡୀ ହାରିଯାଇଛନ୍ତି। ମାକେନ୍‌ଙ୍କୁ ୪୭ ଭୋଟ ମିଳିଥିବାବେଳେ ଚନ୍ଦ୍ରଶେଖର ଏବଂ ହୁସେନ୍‌ଙ୍କୁ ୪୬ଟି ଲେଖାଏ ଭୋଟ ମିଳିଥିଲା। ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ଜଣାପଡ଼ିଛି। ଭାଜପା ବିଧାୟକ ଏସ୍‌.ଟି. ସୋମଶେଖର କଂଗ୍ରେସ ପ୍ରାର୍ଥୀ ମାକେନ୍‌ଙ୍କୁ ଭୋଟ ଦେଇଥିଲେ। ଅନ୍ୟତମ ଭାଜପା ବିଧାୟକ ଏ. ଶିବରାମ ହେବ୍ବର ଭୋଟ ବେଳେ ଅନୁପସ୍ଥିତ ରହିଥିଲେ। ଦକ୍ଷିଣ ଭାରତୀୟ ରାଜ୍ୟରେ ଦଳୀୟ ବିଧାୟକଙ୍କ କ୍ରସ୍‌ ଭୋଟିଂ ଭାଜପା ପାଇଁ ଶକ୍ତ ଧକ୍କା ହୋଇଛି। କର୍ନାଟକରେ ରାଜ୍ୟ ସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସର ବିଜୟ ନୀତି, ଆଦର୍ଶ, ଗଣତନ୍ତ୍ର ଓ ନୈତିକତାର ବିଜୟ ବୋଲି ଦଳର ସାଧାରଣ ସମ୍ପାଦକ ତଥା କର୍ନାଟକ ପ୍ରଭାରୀ ରଣଦୀପ ସିଂ ସୂର୍ଯ୍ୟଓ୍ବୋଲା କହିଛନ୍ତି। ସେହିପରି ହିମାଚଳପ୍ରଦେଶର ଗୋଟିଏ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି। ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭି ହାରିଯାଇଛନ୍ତି। ଉଭୟ ପ୍ରାର୍ଥୀ ୩୪ଟି ଲେଖାଏଁ ଭୋଟ ପାଇଥିବାବେଳେ ଧର୍ମଗୁଳା ଜରିଆରେ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି। ୬୮ ସଦସ୍ୟ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସର ୪୦ ବିଧାୟକ ଥିବାବେଳେ ଭାଜପାର ୨୫ ସଦସ୍ୟ ରହିଛନ୍ତି। ଏହା ସତ୍ତ୍ୱେ ଭାଜପା ପ୍ରାର୍ଥୀ ବିଜୟୀ ହେବା କଂଗ୍ରେସ ପାଇଁ ବଡ଼ ଧକ୍କା। ଏହା କଂଗ୍ରେସର ସମ୍ମାନ ପ୍ରତି ଧକ୍କାଠାରୁ ଅଧିକ କ୍ଷତିକାରଣ ହୋଇପାରେ ବୋଲି କୁହାଯାଉଛି। କାରଣ ଏହାକୁ ଆଧାର କରି ବିରୋଧୀ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିିପାରେ। କଂଗ୍ରେସରୁ ୫ରୁ ୬ ଜଣ ବିଧାୟକଙ୍କୁ ସିଆର୍‌ପିଏଫ୍‌ ଏବଂ ହରିୟାଣା ପୋଲିସ ଅପହରଣ କରିନେଇଯାଇଥିବା ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ୯ ଜଣ କଂଗ୍ରେସ ବିଧାୟକ କ୍ରସ୍‌ ଭୋଟିଂ କରିଥିବା ଦଳୀୟ ପ୍ରାର୍ଥୀ ସିଂଘଭି ଅଭିଯୋଗ ଆଣିଛନ୍ତି।
ଉତ୍ତରପ୍ରଦେଶରେ ୧୦ ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କର୍ନାଟକରେ ୪ ଆସନ ପାଇଁ ୫ ପ୍ରାର୍ଥୀ ଏବଂ ହିମାଚଳପ୍ରଦେଶରେ ଗୋଟିଏ ଆସନ ପାଇଁ ୨ ଜଣ ପ୍ରାର୍ଥୀ ଥିବାରୁ ନିର୍ବାଚନ କରିବାକୁ ପଡ଼ିଥିଲା। ଅନ୍ୟ ରାଜ୍ୟଗୁଡ଼ିକର ୪୧ ଆସନରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ

ନୂଆଦିଲ୍ଲୀ, ୩୦।୪: ଆସନ୍ତା ମାସ ୭ରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯୫ଟି ଲୋକ ସଭା ଆସନରେ ୧୩୫୨...

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri