Posted inଜାତୀୟ

ହିମାଚଳ: କଂଗ୍ରେସକୁ କ୍ରସ୍‌ ଭୋଟିଂ କାଳ

ନୂଆଦିଲ୍ଲୀ,୨୮।୨: ଉତ୍ତରପ୍ରଦେଶ, କର୍ନାଟକ ଏବଂ ହିମାଚଳପ୍ରଦେଶରୁ ମୋଟ ୧୫ ଆସନ ପାଇଁ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉତ୍ତରପ୍ରଦେଶର ୧୦ଟି ଆସନରୁ ଭାଜପା ୮ଟିରେ ବିଜୟୀ ହୋଇଥିବାବେଳେ ସମାଜବାଦୀ ପାର୍ଟିକୁ ୨ଟି ଆସନ ମିଳିଛି। ସେହିପରି କର୍ନାଟକରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବାବେଳେ ଭାଜପା ଗୋଟିଏ ଆସନ ଜିତିଛି। ଅନ୍ୟପକ୍ଷରେ ହିମାଚଳପ୍ରଦେଶରେ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ହାରିଯାଇଛନ୍ତି। ସେଠାରେ କଂଗ୍ରେସ ବିଧାୟକଙ୍କ କ୍ରସ୍‌ ଭୋଟିଂ ଯୋଗୁ ଭାଜପା ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି।
କର୍ନାଟକରେ ୪ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଶାସକ କଂଗ୍ରେସ ୩ ଆସନରେ ଜିତିଥିବାବେଳେ ଭାଜପାକୁ ଗୋଟିଏ ଆସନ ମିଳିଛି। କଂଗ୍ରେସରୁ ଅଜୟ ମାକେନ, ଜି.ସି. ଚନ୍ଦ୍ରଶେଖର ଏବଂ ସୟେଦ ନସୀର ହୁସେନ୍‌ ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିବାବେଳେ ଭାଜପାରୁ ନାରାୟଣ କେ. ଭନ୍ଦାଗେ ଜିତିଛନ୍ତି। ୪ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତାରେ ୫ ପ୍ରାର୍ଥୀ ରହିଥିଲେ। ଜେଡିଏସ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡି. କୁପେନ୍ଦ୍ର ରେଡ୍ଡୀ ହାରିଯାଇଛନ୍ତି। ମାକେନ୍‌ଙ୍କୁ ୪୭ ଭୋଟ ମିଳିଥିବାବେଳେ ଚନ୍ଦ୍ରଶେଖର ଏବଂ ହୁସେନ୍‌ଙ୍କୁ ୪୬ଟି ଲେଖାଏ ଭୋଟ ମିଳିଥିଲା। ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ଜଣାପଡ଼ିଛି। ଭାଜପା ବିଧାୟକ ଏସ୍‌.ଟି. ସୋମଶେଖର କଂଗ୍ରେସ ପ୍ରାର୍ଥୀ ମାକେନ୍‌ଙ୍କୁ ଭୋଟ ଦେଇଥିଲେ। ଅନ୍ୟତମ ଭାଜପା ବିଧାୟକ ଏ. ଶିବରାମ ହେବ୍ବର ଭୋଟ ବେଳେ ଅନୁପସ୍ଥିତ ରହିଥିଲେ। ଦକ୍ଷିଣ ଭାରତୀୟ ରାଜ୍ୟରେ ଦଳୀୟ ବିଧାୟକଙ୍କ କ୍ରସ୍‌ ଭୋଟିଂ ଭାଜପା ପାଇଁ ଶକ୍ତ ଧକ୍କା ହୋଇଛି। କର୍ନାଟକରେ ରାଜ୍ୟ ସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସର ବିଜୟ ନୀତି, ଆଦର୍ଶ, ଗଣତନ୍ତ୍ର ଓ ନୈତିକତାର ବିଜୟ ବୋଲି ଦଳର ସାଧାରଣ ସମ୍ପାଦକ ତଥା କର୍ନାଟକ ପ୍ରଭାରୀ ରଣଦୀପ ସିଂ ସୂର୍ଯ୍ୟଓ୍ବୋଲା କହିଛନ୍ତି। ସେହିପରି ହିମାଚଳପ୍ରଦେଶର ଗୋଟିଏ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି। ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭି ହାରିଯାଇଛନ୍ତି। ଉଭୟ ପ୍ରାର୍ଥୀ ୩୪ଟି ଲେଖାଏଁ ଭୋଟ ପାଇଥିବାବେଳେ ଧର୍ମଗୁଳା ଜରିଆରେ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି। ୬୮ ସଦସ୍ୟ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସର ୪୦ ବିଧାୟକ ଥିବାବେଳେ ଭାଜପାର ୨୫ ସଦସ୍ୟ ରହିଛନ୍ତି। ଏହା ସତ୍ତ୍ୱେ ଭାଜପା ପ୍ରାର୍ଥୀ ବିଜୟୀ ହେବା କଂଗ୍ରେସ ପାଇଁ ବଡ଼ ଧକ୍କା। ଏହା କଂଗ୍ରେସର ସମ୍ମାନ ପ୍ରତି ଧକ୍କାଠାରୁ ଅଧିକ କ୍ଷତିକାରଣ ହୋଇପାରେ ବୋଲି କୁହାଯାଉଛି। କାରଣ ଏହାକୁ ଆଧାର କରି ବିରୋଧୀ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିିପାରେ। କଂଗ୍ରେସରୁ ୫ରୁ ୬ ଜଣ ବିଧାୟକଙ୍କୁ ସିଆର୍‌ପିଏଫ୍‌ ଏବଂ ହରିୟାଣା ପୋଲିସ ଅପହରଣ କରିନେଇଯାଇଥିବା ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ୯ ଜଣ କଂଗ୍ରେସ ବିଧାୟକ କ୍ରସ୍‌ ଭୋଟିଂ କରିଥିବା ଦଳୀୟ ପ୍ରାର୍ଥୀ ସିଂଘଭି ଅଭିଯୋଗ ଆଣିଛନ୍ତି।
ଉତ୍ତରପ୍ରଦେଶରେ ୧୦ ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କର୍ନାଟକରେ ୪ ଆସନ ପାଇଁ ୫ ପ୍ରାର୍ଥୀ ଏବଂ ହିମାଚଳପ୍ରଦେଶରେ ଗୋଟିଏ ଆସନ ପାଇଁ ୨ ଜଣ ପ୍ରାର୍ଥୀ ଥିବାରୁ ନିର୍ବାଚନ କରିବାକୁ ପଡ଼ିଥିଲା। ଅନ୍ୟ ରାଜ୍ୟଗୁଡ଼ିକର ୪୧ ଆସନରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?