Posted inଜାତୀୟ

ହିଜାବ ସପକ୍ଷବାଦୀ ପିଏଫ୍‌ଆଇ ପାଇଁ କାମ କରୁଛନ୍ତି: ସୁପ୍ରିମକୋର୍ଟଙ୍କୁ ଜଣାଇଲେ କର୍ନାଟକ ସରକାର

ନୂଆଦିଲ୍ଲୀ,୨୧ା୯: ୨୦୨୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ କୌଣସି ଛାତ୍ରୀ ହିଜାବ ପରିଧାନ କରୁ ନ ଥିଲେ। ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଦ୍ୱାରା ହିଜାବକୁ ନେଇ ସାମାଜିକ ଗଣମାଧ୍ୟମରେ ବିବାଦ ଆରମ୍ଭ ହୋଇଥିବା କର୍ନାଟକ ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ହିଜାବ ପିନ୍ଧିବା ଛାତ୍ରୀମାନଙ୍କ ସ୍ବତଃସ୍ଫୂର୍ତ୍ତ କାର୍ଯ୍ୟ ନୁହେଁ। ଧର୍ମୀୟ ବିବାଦ ସୃଷ୍ଟି କରିବା ଲାଗି ଏଭଳି ଏକ ଆନ୍ଦୋଳନ ପ୍ରସ୍ତୁତ ହୋଇଥିବା କର୍ନାଟକ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି। କର୍ନାଟକ ସରକାର ଶିକ୍ଷାନୁଷ୍ଠାନକୁ ଧର୍ମନିରପେକ୍ଷ କରିବାକୁ ଯାଇ ହିଜାବ ପରିଧାନକୁ ନିଷେଧ କରିବା ସହ ହିନ୍ଦୁୁମାନଙ୍କ ଗୈରିକ ଉତ୍ତରୀୟକୁ ମଧ୍ୟ ଅନୁମତି ଦେଇ ନ ଥିବା ମେହେଟ୍ଟା ଅଦାଲତଙ୍କୁ ଜଣାଇଛନ୍ତି। ସୂଚନାଯୋଗ୍ୟ, କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ମୁସ୍‌ଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ନ ମିଳିବାରୁ ଏହାକୁ ନେଇ ଆନ୍ଦୋଳନ ଦେଖାଦେଇଥିଲା। ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଏକାଧିକ ପିଟିଶନର ଶୁଣାଣି ସୁପ୍ରିମକୋର୍ଟରେ ୮ ଦିନ ହେଲା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ରାମଦେବଙ୍କୁ ଝଟ୍‌କା ଦେଲା ନେପାଳ

କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍‌ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର...

ଗସ୍ତକୁ ନେଇ ଝଡ଼ : ସିରିଆ କି ଆଫଗାନିସ୍ତାନ ନ ହେଉ କଶ୍ମୀର

ଶ୍ରୀନଗର,୩୧ା୧୦(ପି.ଟି./ଆଇଏଏନ୍‌ଏସ୍‌): ଯୁଦ୍ଧ ପ୍ରଭାବିତ ସିରିଆ କିମ୍ବା ଆଫଗାନିସ୍ତାନ ଭଳି ସ୍ଥିତି ଜମ୍ମୁ-କଶ୍ମୀରରେ ସୃଷ୍ଟି ନ ହେଉ। କଶ୍ମୀର ଆଉ ଏକ ସିରିଆ କି ଆଫଗାନିସ୍ତାନ ନ...

ଆତ୍ମନିର୍ଭର ଭାରତ ଆଡ଼କୁ ଏକ ପାଦ

ନୂଆଦିଲ୍ଲୀ,୮।୯(ପି.ଟି.): ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଆତ୍ମନିର୍ଭର ଭାରତ ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛି। ଏହା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ କରିବାରେ ବେଶ୍‌ ସହାୟକ...

ନିର୍ବାଚନ ସମୟରେ କାହିଁକି ମନେ ପଡିଲେ ସନ୍ଥ ରବିଦାସ

ଚଣ୍ଡିଗଡ଼,୧୭ ।୨: ସନ୍ଥ ରବିବାସଙ୍କ ଜୟନ୍ତି ପ୍ରତିବର୍ଷ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ...

ଫେସବୁକ୍‌ ପୋଷ୍ଟ ପାଇଁ ହତ୍ୟା

ଅହମ୍ମଦାବାଦ,୩୦।୧: ଫେସବୁକ୍‌ରେ ସଂଖ୍ୟା ଲଗୁ ସମ୍ପ୍ରାଦାୟଙ୍କ ଧାର୍ମିକ ଭାବନାକୁ ଆଘାତ ଦେଲା ଭଳି ଭିଡିଓ କ୍ଲିପ୍‌ ପୋଷ୍ଟ କରିବାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଏହି...

ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଲା ପୋଲିସ

ନୂଆଦିଲ୍ଲୀ,୧୭।୧୦: ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବୁଧୁବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା...

୨୬ରେ ମୋଦି-ଟ୍ରମ୍ପ୍‌ ଭେଟ: କଶ୍ମୀର-ଆତଙ୍କବାଦ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଅଗଷ୍ଟ ୨୬ରେ ଭେଟିବେ। ପ୍ୟାରିସ୍‌ରେ ଦୁଇନେତାଙ୍କ ସାକ୍ଷାତ୍‌ ଜି-୭ ଶିଖର ସମ୍ମିଳନୀରେ ହେବ। ଏହି...

ମହାରାଷ୍ଟ୍ର ସଙ୍କଟ: ବିଧାୟକଙ୍କୁ ନେଇ ଭୟରେ ବଡ଼ ବଡ଼ ଦଳ

ମୁମ୍ବାଇ,୯।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଥିବା କଳହ ମଧ୍ୟରେ ଏବେ ଭୟରେ ଅଛି କଂଗ୍ରେସ, ଏନ୍‌ସିପି ଓ ଶିବସେନା। କାରଣ ଏବେ ଏମାନଙ୍କ...

Advertisement
Archives

Model This Week