ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ପଞ୍ଝାରେ ଉଚ୍ଚଶିକ୍ଷିତ ଠକ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ବହୁଗୁଣ ଲାଭ ଦେବା ଆଳରେ ୧.୧୧ କୋଟି ଟଙ୍କା ଠକେଇ ମାମଲାରେ କମିଶନରେଟ୍‌ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଜଣେ ଉଚ୍ଚଶିକ୍ଷିତ ଠକଙ୍କୁ ଗିରଫ କରିଛି। ସେ ହେଲେ ଭୁବନେଶ୍ୱର ଏୟାରପୋର୍ଟ ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଅଞ୍ଚଳର ଆତ୍ମଜ୍ୟୋତି ନାୟକ (୨୧)। ଆତ୍ମଜ୍ୟୋତି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ବ୍ୟାଚେଲର ଅଫ୍‌ ମ୍ୟାନେଜ୍‌ମେଣ୍ଟ (ବିବିଏମ୍‌) ଶେଷବର୍ଷର ଛାତ୍ର। ତାଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍‌ ଓ ୩ଟି ବ୍ୟାଙ୍କ୍‌ ପାସବୁକ୍‌ ଜବତ ହୋଇଛି। ମଙ୍ଗଳବାର ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ତାଙ୍କୁ ରିମାଣ୍ଡରେ ଆଣି ପୋଲିସ ଅଧିକ ତଥ୍ୟ ଯୋଗାଡ଼ କରିବ। ଏଥିପାଇଁ କୋର୍ଟରେ ୩ଦିନିଆ ରିମାଣ୍ଡ ଲାଗି ଆବେଦନ କରାଯିବ ବୋଲି ପୋଲିସ ସୂଚନା ଦେବା ସହ ଏହି ମାମଲାରେ ଅନ୍ୟ କେହି ଅଭିଯୁକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳର ଠକେଇର ଶିକାର ଜଣେ ମହିଳାଙ୍କ ଏତଲା ଆଧାରରେ ଗତ ଜାନୁଆରୀ ୫ରେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଥାନା ଏକ ମାମଲା (ନଂ.୫/୨୦୨୪) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ମହିଳାଙ୍କ ସମେତ ୯ ଜଣ ୧.୧୧ କୋଟି ଟଙ୍କା ନିବେଶ କରି ଆତ୍ମଜ୍ୟୋତିଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଏତଲାରେ ଦର୍ଶାଇଥିଲେ। ଆତ୍ମଜ୍ୟୋତି ‘ଇମ୍ପେରିଆଲ ଇନ୍‌ଭେଷ୍ଟର’ ନାଁରେ ଏକ କମ୍ପାନୀ କରିଥିବା ଦର୍ଶାଇ ସୋସିଆଲ ମିଡିଆରେ ୱେବ୍‌ପେଜ୍‌ ଖୋଲିଥିଲେ। ସେଥିରେ ସେ ଲୋଭନୀୟ ବିଜ୍ଞାପନ ଦେଇଥିଲେ। ନିବେଶ ଟଙ୍କାର ୧୦ରୁ ୧୫% ପ୍ରତିମାସ ଲାଭ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଆତ୍ମଜ୍ୟୋତି ତାଙ୍କ କମ୍ପାନୀକୁ ‘ରେଜିଷ୍ଟର ଅଫ୍‌ କମ୍ପାନୀ’ରେ ପଞ୍ଜୀକୃତ କରି ନ ଥିବାବେଳେ ଲୋକଙ୍କ ପାଖରୁ ଟଙ୍କା ଗ୍ରହଣ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ଠାରୁ ମଧ୍ୟ ଅନୁମତି ପାଇ ନ ଥିଲେ। ନିବେଶକଙ୍କଠାରୁ ଆଣିଥିବା ସବୁ ଟଙ୍କାକୁ ସେ ଷ୍ଟକ୍‌ ମାର୍କେଟ୍‌ରେ ଶେୟାର ଟ୍ରେଡିଂ କରିଥିଲେ। ଏପରିକି ଲୋକଙ୍କ ବିଶ୍ୱାସ ଜିତିବାକୁ ୧୨ଲକ୍ଷ ଟଙ୍କା ମଧ୍ୟ ପ୍ରଥମେ ଦେଇଥିଲେ। ପରବର୍ତ୍ତୀ ସମୟରେ ଆତ୍ମଜ୍ୟୋତି ଠକେଇ କରିଥିଲେ। ତେବେ ପୋଲିସ ତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍‌ କରିଥିବାବେଳେ ସେଗୁଡ଼ିକରେ ଟଙ୍କା ନ ଥିବା ଜାଣିବାକୁ ପାଇଛି। ଆତ୍ମଜ୍ୟୋତିଙ୍କୁ ରିମାଣ୍ଡରେ ଆଣିବା ପରେ ପଚରାଉଚରା କରି ଏ ଦିଗରେ ଅଧିକ ତଥ୍ୟ ହାସଲ କରିବାକୁ ପୋଲିସ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri