Posted inଖେଳ

ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ହରମାନଙ୍କ ଇସ୍ତଫା

ନୂଆଦିଲ୍ଲୀ, ୨୩।୧୧(ପି.ଟି.): ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ଭୋଲକର ହରମାନ ଇସ୍ତଫା ଦେଇଛନ୍ତି। ୨୦୨୪ ଅଲିମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ କ୍ରୀଡ଼ା ମନ୍ତ୍ରଣାଳୟ ବୃଦ୍ଧି କରିଥିଲେ ମଧ୍ୟ ସେ ଏହି ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଭୂମିକାରେ ସେ ଆଗକୁ ଆଶା ପୂରଣ କରିପାରିବେ ନାହିଁ ବୋଲି କହିଛନ୍ତି। କିଛି ସପ୍ତାହ ତଳେ ହରମାନ ଇସ୍ତଫା ଦେଇ ସାରିଥିଲେ। ତେବେ ସେ ଏ ନେଇ କୌଣସି କାରଣ ଦର୍ଶାଇ ନ ଥିଲେ ବୋଲି ଏଏଫ୍‌ଆଇ ସୂତ୍ରରୁ ଜଣାଯାଇଛି।
ଜର୍ମାନୀର ହରମାନ ୨୦୧୯ ଜୁନ୍‌ରେ ଏହି ହାଇପ୍ରୋଫାଇଲ ପଦରେ ନିଯୁକ୍ତି ପାଇଥିଲେ। ୨୦୨୧ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସେ ଦାୟିତ୍ୱ ସମ୍ଭାଳିଥାନ୍ତେ। ଗତ ସେପ୍ଟେମ୍ବରରେ ମନ୍ତ୍ରଣାଳୟ ତାଙ୍କ କାର୍ଯ୍ୟକାଳକୁ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ତେବେ ସେ ନୂଆ ଚୁକ୍ତିରେ ସ୍ବାକ୍ଷର କରି ନ ଥିଲେ ବୋଲି ଏଏଫ୍‌ଆଇ ତରଫରୁ କୁହାଯାଇଛି। ଦେଢ ବର୍ଷ ହେବ ସଫଳତାର ସହ କାର୍ଯ୍ୟକରିବା ପରେ ସେ ନିଜେ ଧାର୍ଯ୍ୟ କରିଥିବା ଲକ୍ଷ୍ୟର ପୂରଣ କରିପାରିବେ ନାହିଁ ବୋଲି ହୃଦୟଙ୍ଗମ କରିଛନ୍ତି। ଫଳରେ ୩ ସପ୍ତାହ ତଳେ ଇସ୍ତଫା ଦେଇଛନ୍ତି ବୋଲି ନିଜ ଫେସ୍‌ବୁକ୍‌ ପେଜ୍‌ରେ ହରମାନ ସ୍ପଷ୍ଟ କରିଛନ୍ତି। ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ। ଗୋଟିଏ ଲକ୍ଷ୍ୟ ପାଇଁ ସାରା ବିଶ୍ୱର ଆଥଲେଟ୍‌ ଓ କୋଚ୍‌ମାନେ ଦୀର୍ଘ ବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି। ତେବେ ଭାରତୀୟ ଆଥଲେଟ୍‌ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ହରମାନ କହିଛନ୍ତି। କ୍ରୀଡ଼ାର ଉନ୍ନତି ଓ ପ୍ରତିଭାସମ୍ପନ୍ନ ଆଥଲେଟଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଆବଶ୍ୟକତା ରହିଛି। ବିଶ୍ୱସ୍ତରରେ ସଫଳତା ହାସଲ କରିବାକୁ ହେଲେ ଖେଳାଳିମାନେ ଦୃଢ, ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଓ ସ୍ବାଧୀନ ଚିନ୍ତାଧାରା ବହନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ହରମାନ କାର୍ଯ୍ୟ ଜାରି ରଖନ୍ତୁ ବୋଲି ଫେଡେରେଶନ ଚାହୁଁଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ରକ୍ଷା ହୋଇପାରି ନାହିଁ।
ଅଲିମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କୁ ପଦରେ ରହି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲୁ। ତେବେ ସେ ଇସ୍ତଫା ଦେଇ ଘରକୁ ଫେରିବାକୁ ଚାହଁିଥିଲେ ଓ ଏ ନେଇ ନିଷ୍ପତ୍ତି ନେଇସାରିଥିଲେ ବୋଲି ଏଏଫ୍‌ଆଇ ତରଫରୁ କୁହାଯାଇଛି। ଭବିଷ୍ୟତରେ ହରମାନ ଜଣେ କନ୍‌ସଲଟାଣ୍ଟ ଭାବେ ଫେଡେରେଶନ ସହ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ଏଏଫ୍‌ଆଇ ଅଧ୍ୟକ୍ଷ ଆଦିଲେ ସୁମରିଓ୍ବାଲା କହିଛନ୍ତି। ତାଙ୍କ ଇସ୍ତଫା ନିଷ୍ପତ୍ତିକୁ ଆମେ ସମ୍ମାନ ଦେବା ଉଚିତ। ଏବେ ସିନିୟର ଆଥଲେଟ ଓ ଜୁନିୟର ତଥା ଯୁବ ଆଥଲେଟଙ୍କ ପାଇଁ ଅଲଗା ଅଲଗା ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ନିଯୁକ୍ତ କରାଯିବ ବୋଲି ସୁମରିଓ୍ବାଲା କହିଛନ୍ତି। ଉଲ୍ଲେଖଥାଉ କି, ହରମାନଙ୍କ ପୂର୍ବରୁ ଆମେରିକାର ଡେରେକ ବୁସେ ପ୍ରଥମ ହାଇ ପରଫର୍ମାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରିଛନ୍ତି। ସେ ରିଓ ଅଲିମ୍ପିକ୍ସ ପୂର୍ବରୁ ୨୦୧୫ ଅକ୍ଟୋବରରେ ନିଯୁକ୍ତି ପାଇଥିଲେ। ତେବେ ୭ମାସ କାର୍ଯ୍ୟକରିବା ପରେ ସେ ପଦରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri