ମୋବାଇଲ୍‌ ଟାରିଫ ବୃଦ୍ଧିର ଆବଶ୍ୟକତା ରହିଛି: ସୁନୀଲ ମିତ୍ତଲ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶ ମଧ୍ୟରେ ଲାଗୁ ହେଉଥିବା ମୋବାଇଲ୍‌ ଟାରିଫ ଯୁକ୍ତିଯୁକ୍ତ ନୁହେଁ ବୋଲି ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲ ରବିବାର କହିଛନ୍ତି। ମୋବାଇଲ ସେବା ଯୋଗାଇ ଦେବା ଲାଗି ବର୍ତ୍ତମାନ ଯେଉଁ ଦର ଲାଗୁ ହେଉଛି ସେଥିରେ ବଜାରରେ ତିଷ୍ଠି ରହିବା ମୁସ୍କିଲ। ଏଭଳି ବିଭିନ୍ନ ପ୍ରସଙ୍ଗକୁ ଦେଖିଲେ ସେବା ଯୋଗାଣ ଲାଗି ମୋବାଇଲ ଟାରିଫ ବୃଦ୍ଧି ହେବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଛନ୍ତି। ସେ ପୁଣି କହିଛନ୍ତି ଯେ, ଚଳିତ ଥର କୌଣସି ନିଷ୍ପତ୍ତି ନେବା ବେଳେ ବଜାରର ସ୍ଥିତିକୁ ଦେଖାଯିବ। ୫ଜି ସେବା ଲାଗି ଚାଇନା ମାନୁଫାକଚରଙ୍କ ଉପକରଣ ଭାରତରେ ବ୍ୟବହାର ହେବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଦେଶରେ ଯାହା ନିୟମ କରାଯିବ, ସମସ୍ତ ସେବା ଯୋଗାଣକାରୀ ଏହାକୁ ମାନିବେ। ବର୍ତ୍ତମାନ ଲାଗୁ ହେଉଥିବା ମୋବାଇଲ ଟାରିଫ ଆଗାମୀ ଦିନରେ ବଜାୟ ରଖିବା କଷ୍ଟକର। ଗୋଟିଏ ସମୟ ଆସିବ ଶିଳ୍ପ ଜଗତକୁ ଦର ବୃଦ୍ଧି କରିବାକୁ ପଡ଼ିବ। ବଜାରର ସ୍ଥିତିକୁ ନଜର ରଖି ନିଷ୍ପତ୍ତି ନେବାକୁ ପଡିବ ବୋଲି ମିତ୍ତଲ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri