Posted inଜାତୀୟ

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ-ରାହୁଲଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଏମ୍‌ପି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଆବେଦନ ଆଧାରରେ ଏହି ନୋଟିସ୍‌ ଜାରି କରାଯାଇଛି। ଏହାଦ୍ୱାରା କଂଗ୍ରେସର ସଙ୍କଟ ବୃଦ୍ଧି ପାଇଛି। ନିମ୍ନ ଅଦାଲତରେ ଉପସ୍ଥାପନ କରାଯାଇଥିବା ପ୍ରମାଣ ଆଧାରରେ ମାମଲା ଜାରି ରଖିବାକୁ ସ୍ବାମୀ ଦିଲ୍ଲୀ ହାଇକୋର୍ଟଙ୍କଠାରୁ ଅନୁମତି ଲୋଡିଥିଲେ। ପୂର୍ବରୁ ନିମ୍ନ ଅଦାଲତ ଦାଖଲ କରାଯାଇଥିବା ପ୍ରମାଣ ଆଧାରରେ ସୋନିଆ ,ରାହୁଲ ସମେତ ଅନ୍ୟମାନଙ୍କ ବିରୋଧରେ ମୋକଦମା କରିବା ଲାଗି ଅନୁମତି ଦେବାକୁ ମନା କରିଥିଲେ। ଏହାପରେ ସ୍ବାମୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଫେବୃୟାରୀ ୧୧ରେ ନିମ୍ନ ଅଦାଲତ କହିଥିଲେ ଯେ, ଯାଞ୍ଚ୍‌ ସମାପ୍ତ ହେବା ପରେ ସ୍ବାମୀଙ୍କ ଦ୍ୱାରା ହୋଇଥିବା ଆବେଦନର ବିଚାର ଉପଯୁକ୍ତ ପ୍ରମାଣ ଆଧାରରେ ସିଆର୍‌ପିସି ଧାରା ୨୪୪ ଅନ୍ତର୍ଗତ କରାଯିବ। ବିଚାରପତି ସୁରେଶ କାଏତ ସୋନିଆ, ରାହୁଲ, ଏଆଇସିସି ଜେନେରାଲ ସେକ୍ରେଟାରୀ ଓସ୍କାର ଫର୍ନଡିଜ୍‌, ସୁମନ ଦୁବେ, ସାମ୍‌ ପିଟ୍ରୋଡା ଏବଂ ୟଙ୍ଗ୍‌ ଇଣ୍ଡିଆ ଆଦିଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଳାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ ୧୨ରେ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେବେ ୩ ରାଜ୍ୟର ଖାପ ନେତା, ଧାରଣାରେ ବସିଥିବା ରେସଲରଙ୍କ ପାଇଁ ଗଠନ କରିବେ କମିଟି

ଚଣ୍ଡିଗଡ଼,୨୧।୫: ଚୌବିସି ସର୍ଭ ଖାପ ପଞ୍ଚାୟତର ପ୍ରଧାନ ମେହର ସିଂ ନମ୍ବରଦାରଙ୍କ ଆହ୍ବାନରେ ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଖାପ ପ୍ରତିନିଧି ରବିବାର ମେହମର...

୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ...

ଗୁଲାମ ନବୀଙ୍କ ପୁତୁରା ଭାଜପାରେ ସାମିଲ

ଜମ୍ମୁ,୨୮।୨: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ପୁତୁରା ମୁବାଶିର ଆଜାଦ ଭାଜପାରେ ସାମିଲ ହୋଇଛନ୍ତି। ତୃଣମୂଳସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ...

କନ୍ୟାଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ

ଗୋରଖପୁର,୧୦।୪: ଉତ୍ତର ପ୍ରଦେଶର ଗୋରେଖନାଥ ମନ୍ଦିରରେ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୈତ୍ର ନବରାତ୍ରୀ ଏବଂ ଶ୍ରୀ ରାମନବମୀ ଅବସରରେ ୯ ଜଣ କନ୍ୟାଙ୍କ ପାଦ...

ଅଳକା ଲାମ୍ବା ହୋଇପାରନ୍ତି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ ଏବେ କଂଗ୍ରେସ ରାଜ୍ୟସ୍ତରର ସଂଗଠନରେ କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରିଥିବା ସୂଚନା ମିଳିଛି। ଏହି...

ଦେଶରେ ଓମିକ୍ରନ୍ ଯୋଗୁ ଫେବୃୟାରୀରେ ଆସିବ ତୃତୀୟ ଲହର: କୋଭିଡ ସୁପର ମଡେଲ କମିଟିର ଚେତାବନୀ

ନୂଆଦିଲ୍ଲୀ,୧୯ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଦ୍ରୁତ ବେଗରେ ମାଡି ଚାଲିଛି । ଏପର୍ଯ୍ୟନ୍ତ ଏହା ଦେଶର ୧୨ ରାଜ୍ୟକୁ ବ୍ୟାପି ସାରିଲାଣି...

କର୍ନାଟକ ନିର୍ବାଚନ: କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ବେଙ୍ଗାଲୁରୁ,୧୨।୫: ଶେଷ ହୋଇଛି କର୍ନାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ। ଏବେ ସମସ୍ତଙ୍କ ନଜର କେଉଁ ଦଳ ଗଠନ କରିବ ସରକାର। ଆଉ କିଛି ଘଣ୍ଟା...

ଅଯୋଗ୍ୟ ମାମଲାର ଶୁଣାଣି ଟଳିଲା, ନିଷ୍ପତ୍ତି ନେବାକୁ ଦୁଇପକ୍ଷଙ୍କୁ ରୋକିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳଙ୍କୁ ସୁପ୍ରିମକୋର୍ଟରେ ବଡ଼ ଆଶ୍ୱସ୍ତି ମିଳିଛି।ଶିନ୍ଦେଙ୍କ ଦଳର ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା...

Advertisement
Archives

Model This Week