Posted inଜାତୀୟ

ହାଇକୋର୍ଟ ବେଞ୍ଚ ହେବ ନାହିଁ

ନୂଆଦିଲ୍ଲୀ,୧୫।୧୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଚାଲିଥିବା ଆନ୍ଦୋଳନ ଏବଂ ବିକ୍ଷୋଭରେ ଯବନିକା ପଡ଼ିଛି। ଆଇନଜୀବୀଙ୍କ ଏହି ଦାବି ପ୍ରତି ସର୍ବୋଚ୍ଚ ଅଦାଲତ ବୁଧବାର କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଟେକ୍ନୋଲୋଜିର ବହୁଳ ବ୍ୟବହାର ଆଇନଜୀବୀଙ୍କ ବେଞ୍ଚ ପ୍ରତିଷ୍ଠା ଦାବିକୁ ପୁରୁଣାକାଳିଆ କରିପକାଇଛି। ଟେକ୍ନୋଲୋଜିର ବ୍ୟବହାର ଦିନକୁ ଦିନ ବିସ୍ତାର ହେବାରେ ଲାଗିଛି। ଏହାକୁ ହାଇକୋର୍ଟ ମଧ୍ୟ ଠିକ୍‌ ଭାବେ ନିରୀକ୍ଷଣ କରୁଛନ୍ତି। ଓଡ଼ିଶାର ପ୍ରତି ଜିଲାରେ ଇ-କୋର୍ଟ ବ୍ୟବସ୍ଥା ଉପଲବ୍ଧ ରହିଛି।

ଆବେଦନକାରୀମାନେ ନିଜ ଅଞ୍ଚଳରେ ଥାଇ ମଧ୍ୟ ହାଇକୋର୍ଟରେ ଆବେଦନ କରିପାରିବେ। ଆସନ୍ତା ୩ମାସ ମଧ୍ୟରେ ହାଇକୋଟର୍ର୍ ଶୁଣାଣି ଭର୍ଚୁଆଲ୍‌ରେ ଉପଲବ୍ଧ ହୋଇପାରିବ, ଫଳରେ ମାମଲାରେ ସମ୍ପୃକ୍ତ ବ୍ୟକ୍ତି ଏବଂ ଆଇନଜୀବୀ ଭର୍ଚୁଆଲ୍‌ରେ ଶୁଣାଣିରେ ଭାଗ ନେଇପାରିବେ। ତେଣୁ ପଶ୍ଚିମ ଓଡ଼ିଶାରେ କୌଣସି ପ୍ରକାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଇପାରିବ ନାହିଁ ବୋଲି ବିଚାରପତି ଏସ୍‌.କେ. କଲ୍‌ ଏବଂ ବିଚାରପତି ଅଭୟ ଏସ୍‌. ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ବଲାଙ୍ଗୀର, କୋରାପୁଟ, ବ୍ରହ୍ମପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ରାଉରକେଲା ଏବଂ ସମ୍ବଲପୁରଠାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ହୋଇଆସୁଛି। ହେଲେ ୧୯୮୫ ଯଶଓ୍ବନ୍ତ ସିଂ କମିଟି ରିପୋର୍ଟ ଅନୁସାରେ ଉକ୍ତ ସ୍ଥାନଗୁଡ଼ିକ ମଧ୍ୟରୁ ମାତ୍ର ୨ଟି ଜିଲା ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବିଦାର ହୋଇପାରୁଛନ୍ତି। କାରଣ କମିଟିର ସୁପାରିସ ଅନୁସାରେ ହାଇକୋର୍ଟଠାରୁ ୩୦୦କିମି. ଦୂରରେ ଥିବା ସ୍ଥାନରେ ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା କରାଯାଇପାରିବ। କମିଟି ରିପୋର୍ଟକୁ ଗ୍ରହଣ କରାଯାଇ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିିଷ୍ଠା ନେଇ କିଛି ବିଚାର କରାଯାଇ ପାରିଥାନ୍ତା, ହେଲେ ଆଇନଜୀବୀମାନଙ୍କ ଏଭଳି ଅଶୋଭନୀୟ ଆଚରଣ ଏବଂ ବିକ୍ଷୋଭ ଅତିରିକ୍ତ ବେଞ୍ଚ ପ୍ରତିଷ୍ଠା ଦ୍ୱାରକୁ ବନ୍ଦ କରିଦେଇଛି ବୋଲି ଖଣ୍ଡପୀଠ କହିଛନ୍ତି। ଏଭଳି ଉପରଠାଉରିଆ ଦାବିକୁ ନେଇ ସ୍ଥାୟୀ ବେଞ୍ଚ ସ୍ଥାନାନ୍ତର କିମ୍ବା ପ୍ରତିଷ୍ଠା କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଏହି ପ୍ରସଙ୍ଗ ଉପରେ ଆଲୋଚନାକୁ ବନ୍ଦ କରିଛନ୍ତି।

ଆଇନଜୀବୀଙ୍କ ବିକ୍ଷୋଭ ଏବଂ ଆନ୍ଦୋଳନ ରୋକିବାରେ ରାଜ୍ୟ ପୋଲିସ ବିଫଳ ହୋଇଥିବାରୁ ଓଡ଼ିଶା ଡିଜିପି ଏବଂ ସମ୍ବଲପୁର ଆଇଜିଙ୍କୁ ଭିଡିଓ କନ୍‌ଫରେନ୍ସ ଜରିଆରେ ବୁଧବାର ଉପସ୍ଥିତ ରହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇବାକୁ ସୋମବାର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବୁଧବାର ପୋଲିସ ଡିଜି ସୁନୀଲ ବଂଶଲ ଏବଂ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଶୁଣାଣିରେ ଉପସ୍ଥିତ ଥିଲେ। ଗତ ୧୨ ତାରିଖରେ ଜିଲା ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଥିଲା। ଏପରି କି ୧୫ପ୍ଲାଟୁନ୍‌ ପୋଲିସ ମୁତୟନ ସହ କୋର୍ଟ ବାହାରେ ୧୪୪ଧାରା ଜାରି କରାଯାଇଥିଲା।

ହେଲେ ଆଇନଜୀବୀଙ୍କ ଆନ୍ଦୋଳନରେ ବିଭିନ୍ନ ସଂଗଠନ ସାମିଲ ହେବା ଏବଂ ସେମାନଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ ରୋକିବାରେ ପୋଲିସ ସଫଳ ହୋଇ ନ ଥିଲା। ତେବେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ଏବଂ ଶାନ୍ତି ବଜାୟ ରଖିବା ସହ ଅଦାଲତର କାର୍ଯ୍ୟ କିପରି ସୁଚାରୁରୂପେ ଚାଲିବ, ତାକୁ ନିଶ୍ଚିତ କରିବାର ଦାୟିତ୍ୱ ନିଜେ ନେବେ ବୋଲି ଡିଜିପି ବଂଶଲ ଏବଂ ଆଇଜି ଦୀପକ କୁମାର ଖଣ୍ଡପୀଠଙ୍କ ନିକଟରେ କହିଥିଲେ। ଅପରପକ୍ଷରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ପୋଲିସର କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ନଜରରେ ରଖାଯିବ ବୋଲି ଖଣ୍ଡପୀଠ କହିଥିଲେ। ଏଥିସହିତ ଡିସେମ୍ବର ୧୨ରେ ସତ୍ୟାଗ୍ରହରେ ସାମିଲ ହୋଇଥିବା ଆଇନଜୀବୀଙ୍କ ବିରୋଧରେ ଅବମାନନା(କଣ୍ଟେମ୍ପ୍ଟ) ନୋଟିସ୍‌ ସର୍ବୋଚ୍ଚ ଅଦାଲତ ଜାରି କରିଛନ୍ତି। ଡିସେମ୍ବର ୧୨ରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ ଡାକରା ଦିଆଯାଇଥିଲା, ଯେଉଁଥିରେ ୨୬ଟି ଜିଲାର ଓକିଲମାନେ ସାମିଲ ହୋଇଥିଲେ ବୋଲି ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ସୂଚନା ଦିଆଯାଇଥିଲା। ଏହା ପରେ ଖଣ୍ଡପୀଠ ଆଇନଜୀବୀ ଶିବ ଶଙ୍କର ମିଶ୍ରଙ୍କୁ ଡିସେମ୍ବର ୧୨ ସତ୍ୟାଗ୍ରହରେ ସାମିଲ ହୋଇଥିବା ସମସ୍ତ ଆଇନଜୀବୀଙ୍କ ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୬କୁ ଧାର୍ଯ୍ୟ କରିଛନ୍ତି।

ଏଥିସହିତ ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ପାରିତ ହୋଇଥିବା ରିଜୋଲ୍ୟୁଶନକୁ ଖଣ୍ଡପୀଠ ଖାରଜ କରିବା ସହିତ ସେମାନଙ୍କ ଆନ୍ଦୋଳନକୁ ନିଃସର୍ତ୍ତ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ବାର କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ବିସିଆଇ) କୋର୍ଟ ରୁମ୍‌ ଭଙ୍ଗାରୁଜା, ବିଚାରପତିଙ୍କ କାର୍ଯ୍ୟରେ ବାଧା ଏବଂ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ସମ୍ବଲପୁର ଜିଲା ବାର୍‌ ଆସୋସିଏଶନର ୪୩ଜଣ ଆଇନଜୀବୀଙ୍କ ଲାଇସେନ୍ସକୁ ୧୮ମାସ ପାଇଁ ରଦ୍ଦ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ସବୁବେଳେ ଆଫଗାନିସ୍ତାନ ସହ ଛିଡା ହୋଇଛି’

ନୂଆଦିଲ୍ଲୀ,୨୮।୫: ଆଫଗାନିସ୍ତାନର ଲୋକଙ୍କ ସହ ଭାରତର ସ୍ବତନ୍ତ୍ର ସମ୍ପର୍କ ରହିଛି ଆଗକୁ ମଧ୍ୟ ରହିବ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ।...

ବଜାରକୁ ଗଲେ ଦେବାକୁ ପଡ଼ିବ ୫ ଟଙ୍କା: ୧ ଘଣ୍ଟାରୁ ଅଧିକ ସମୟ ରହିଲେ ୫ଶହ ଜରିମାନା

ମୁମ୍ବାଇ, ୩୦।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେତେକ ରାଜ୍ୟରେ ଏହା ତୀବ୍ର ହୋଇଛି। ବିଶେଷ କରି ମହାରାଷ୍ଟ୍ର...

୫୨ ବର୍ଷ ହେବ ମୋ ପାଖେ ନାହିଁ ଘର: ରାହୁଲ

ନୂଆଦିଲ୍ଲୀ,୨୬।୨: ୮୫ତମ କଂଗ୍ରେସ ସମ୍ମିଳନୀର ଶେଷ ଦିନ ଅର୍ଥାତ୍‌ ରବିବାର ରାହୁଲ ଗାନ୍ଧୀ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ...

ବ୍ରାହ୍ମଣ ଭୋଟ୍‌କୁ ମାୟାବତୀଙ୍କ ଲୋଭ

ଲକ୍ଷ୍ନୌ,୧୯ା୭: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବ୍ରାହ୍ମଣଙ୍କ ଭୋଟକୁ ଲୋଭ କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। ଗଣମାଧ୍ୟମକୁ ସୂଚନା...

କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ, ଜଣେ ପୋଲିସ ଶହୀଦ

ଶ୍ରୀନଗର,୧୪ ।୮: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ବିଳମ୍ବିତ ରାତିରେ ଆକ୍ରମଣ କରୁଛନ୍ତି । ଶନିବାର ରାତିରେ ଆତଙ୍କବାଦୀମାନେ କୁଲଗାମର କୈମୋହରେ ଗ୍ରେନେଡ ଆକ୍ରମଣ କରିଛନ୍ତି ।...

ରାଖୀ ସାଓ୍ବନ୍ତଙ୍କୁ ସିଦ୍ଧୁଙ୍କ ସହ ତୁଳନା

ନୂଆଦିଲ୍ଲୀ,୧୭।୯: ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ବଲିଉଡର ବିବାଦୀୟ ଅଭିନେତ୍ରୀ ରାଖୀ ସାଓ୍ବନ୍ତଙ୍କ ସହ ତୁଳନା କରିଛନ୍ତି ଆମ ଆଦମି ପାର୍ଟି (ଏଏପି)ର...

ଦୋହଲିଲା ମୂଳଦୁଆ

ଚମୋଲି/ନୂଆଦିଲ୍ଲୀ,୧୪ା୧: ଉତ୍ତରାଖଣ୍ଡର ଚମୋଲି ଜିଲା ଜୋଷୀମଠର ମୂଳଦୁଆ ଦୋହଲିଯାଇଛି। ଗତ ଡିସେମ୍ବର ୨୭ରୁ ଜାନୁୟାରୀ ୮ ତାରିଖ (ମାତ୍ର ୧୨ ଦିନ) ଭିତରେ ଏହି ଧର୍ମନଗରୀ...

ଆମ୍ବୁଲାନ୍ସ ଟ୍ରିପ ମାମଲାରେ ଗିରଫ ହେଲେ ଭାଜପା ନେତା

ମାଉ(ଉତ୍ତରପ୍ରଦେଶ),୨୯।୩: ଉତ୍ତରପ୍ରଦେଶ ପୋଲିସ ମଙ୍ଗଳବାର ଭାଜପା ନେତା ଡ. ଅଲକା ରାଇ ଏବଂ ତାଙ୍କ ଭାଇ ଶେଷନାଥ ରାଇଙ୍କୁ ମୁଖ୍‌ତାର ଅନସାରି ଆମ୍ବୁଲାନ୍ସ ମାମଲାରେ ଗିରଫ...

Advertisement
Archives

Model This Week