ଅବିଭକ୍ତ କୋରାପୁଟ ଜିଲାରେ ହାଇ ଆଲର୍ଟ

ଜୟପୁର,୩ା୧୨(ପବନ ପାଣିଗ୍ରାହୀ)ମାଓବାଦୀମାନେ ଶନିବାରଠାରୁ ପିଏଲ୍‌ଜିଏ ସପ୍ତାହ ପାଳନ କରୁଛନ୍ତି। ଏଥିପାଇଁ ଅବିଭକ୍ତ କୋରାପୁଟ ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି ା ଛତିଶଗଡ- ଆନ୍ଧ୍ର- ଓଡ଼ିଶାରେ ସୁରକ୍ଷା କର୍ମୀ ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିଛନ୍ତି ା ସୁରକ୍ଷାବାହିନୀ ପକ୍ଷରୁ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ପିଏଲ୍‌ଜିଏ ସପ୍ତାହ ଅବସରରେ ମାଓବାଦୀମାନେ ଉପାନ୍ତ ଗ୍ରାମରେ ସଭାସମିତି କରି ମାଓବାଦୀ ସଙ୍ଗଠନର କାର୍ଯ୍ୟ ଓ ଆଦର୍ଶ ସମ୍ପର୍କରେ ଯୁବ ଗୋଷ୍ଠୀଙ୍କୁ ଅବଗତ କରାଇ ସେମାନଙ୍କୁ ସଙ୍ଗଠନରେ ସାମିଲ ଲାଗି ଚେଷ୍ଟା କରନ୍ତି। ଗତ ୨୦୦୦ ମସିହାରେ ପ୍ରଥମେ ମାଓବାଦୀ ସଙ୍ଗଠନ ପକ୍ଷରୁ ଏହି ପିପୁଲ୍‌ସ ଲିବରେଶନ ଗେରିଲା ସ୍ଥାପନ କରାଯାଇଥିଲା। ତେବେ ପିଏଲ୍‌ଜିଏ ସପ୍ତାହ ପାଇଁ ଜିଲା ପୋଲିସ ସୀମାନ୍ତ ଅଞ୍ଚଳକୁ ସିଲ୍‌ କରି କୋମ୍ବିଂ ଅପରେଶନକୁ ଜୋରଦାର କରିଛି। ସବୁ ଥାନାକୁ ହାଇ ଆଲର୍ଟ ଜାରି କରାଯାଇଛି। ଅବିଭକ୍ତ କୋରାପୁଟ ଜିଲାବାସୀଙ୍କୁ ଭୟ ନ କରିବାକୁ ପୋଲିସ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ପିଏଲ୍‌ଜିଏ ସପ୍ତାହ ଅବସରରେ ମାଓବାଦୀମାନେ କୋରାପୁଟ,ମାଲକାନଗିରି, ରାୟଗଡା ଜିଲାର ସୀମାନ୍ତ ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ଜନସାଧାରଣଙ୍କୁ ଜଣାଇଛନ୍ତି। ସୂଚନାଯୋଗ୍ୟ, ପିଏଲ୍‌ଜିଏ ସପ୍ତାହ ପାଳନ ସମୟରେ ମାଓବାଦୀ ସଙ୍ଗଠନର କେନ୍ଦ୍ରୀୟ କମିଟି ନେତାମାନେ ଅଞ୍ଚଳ ଗସ୍ତ କରି ମାଓବାଦୀ ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବା, ପୋଲିସ ମଧ୍ୟରେ ଅଧିକରୁ ଅଧିକ ଭୟ ସୃଷ୍ଟି କରିବା ନେଇ କାର୍ଯ୍ୟ କରିଥାନ୍ତି। ପିଏଲ୍‌ଜିଏ ସପ୍ତାହ ପରି ମାଓବାଦୀମାନେ ମଧ୍ୟ ୨୦୦୦ ମସିହାରୁ ପିଏଲ୍‌ଜିଏ ପ୍ରଜାଲିବରେଶନ ଗେରିଲା ଆର୍ମି ଗ୍ରୁପ୍‌ ସପ୍ତାହ ପାଳନ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?