ପଦାନୁକ୍ରମ ଚିନ୍ତା

Dillip Cherian

ବିଭିନ୍ନ ମନ୍ତ୍ରଣାଳୟ କିମ୍ବା ବିଭାଗଗୁଡ଼ିକରେ ପଦୋନ୍ନତି ପ୍ରକ୍ରିୟା ଜାରି ରହିଛି ଏବଂ ସଂସ୍ଥାଗୁଡ଼ିକର ଅଧ୍ୟକ୍ଷମାନେ ଏ ସଂକ୍ରାନ୍ତୀୟ ବୈଠକରେ ଭାଗ ନେଉଛନ୍ତି। ତେବେ ଏହି ପ୍ରକ୍ରିୟାକୁ ନେଇ ଗୁଞ୍ଜରଣ ପ୍ରକାଶ ପାଇଛି । କୁହାଯାଉଛି, ବୈଠକରେ ଅନ୍ୟମାନଙ୍କ ତୁଳନାରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)ର ଜଣେ କନିଷ୍ଠ ସଦସ୍ୟ ଉପସ୍ଥିିତ ରହିବା ଏକ ଲଜ୍ଜାଜନକ ବିଷୟ । ପଦାନୁକ୍ରମ ଓ ପ୍ରଦର୍ଶନ ଭିତ୍ତିରେ ସବୁକିଛି ଚାଲୁଥିବା ବ୍ୟବସ୍ଥାରେ ବାବୁମାନେ ଏହି ବିଷୟକୁ ନେଇ ଚିନ୍ତାରେ ଅଛନ୍ତି। ଗତ ମାସରେ ୧୯୯୦ ବ୍ୟାଚ୍‌ ଆଇଆର୍‌ଏସ୍‌ ଅଧିକାରୀ ସୁମନ୍‌ ଶର୍ମାଙ୍କୁ ୟୁପିଏସ୍‌ସିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ଏହା ତାଙ୍କ ଆଲାଏଡ୍‌ ସର୍ଭିସ୍‌ରେ ଥିବା ବରିଷ୍ଠମାନଙ୍କ ମଧ୍ୟରେ ପ୍ରବଳ ନିରାଶାର କାରଣ ହୋଇଛି। ଏଣୁ ୟୁପିଏସ୍‌ସି ବୈଠକରେ ସୁମନ ସେମାନଙ୍କ ସମାସ୍କନ୍ଦ ଅଧିକାରୀ ଭାବେ ବସିଲେ ସେମାନଙ୍କୁ ସେଠାରେ ରହିବାକୁ ଖରାପ ଲାଗୁଛି। ସୂତ୍ରରୁ ଜଣାପଡ଼ିଛି, ଗୁଜରାଟରେ ଶର୍ମା ଜଣେ ଆଇଆର୍‌ଏସ୍‌ ଅଧିକାରୀ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ ବେଳେବେଳେ କିଛି ଅଧିକ କ୍ଷମତା ପ୍ରଦାନ କରାଯାଏ। ଏକ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ତାଙ୍କର ଏବକାର ଆଖିଦୃଶିଆ ଉତ୍‌ଥାନରୁ ଏହା ସ୍ପଷ୍ଟ ବୋଲି ୟୁପିଏସ୍‌ସିରେ କାର୍ଯ୍ୟରତ ବାବୁମାନେ କହନ୍ତି। ଏପରିକି ୟୁପିଏସ୍‌ସିର ଅଧ୍ୟକ୍ଷ ଭାବେ ମନୋଜ ସୋନିଙ୍କ ନିଯୁକ୍ତି ନିଶ୍ଚିତ ହେବା ଏବଂ ତା’ପରବର୍ତ୍ତୀ ସମୟରେ ଶର୍ମା ଓ ୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ବିଦ୍ୟୁତ୍‌ ବିହାରୀ ସ୍ବାଇଁ ସଦସ୍ୟ ଭାବେ ନିଯୁକ୍ତି ପାଇବା ପରେ ବି ୟୁପିଏସ୍‌ସିରେ ଆଉ ୪ଟି ପ୍ରମୁଖ ପଦବୀ ଖାଲି ରହିଛି। ୟୁପିଏସ୍‌ସିର ଜଣେ ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ କିମ୍ବା ୬୫ ବର୍ଷ ଯାଏ ଜଣେ ରହିପାରିବେ। ଏହା ମଧ୍ୟରୁ ଯେଉଁଠି ଶୀଘ୍ର ପଡ଼ିପାରେ। କୁହାଯାଉଛି , ଶର୍ମା ୟୁପିଏସ୍‌ସି ସଦସ୍ୟ ଭାବେ ମେ ୨୦୨୯ ପର୍ଯ୍ୟନ୍ତ ରହିବେ।
ଶାସନରେ ବାଧା
ଡିସେମ୍ବର ୨୦୨୩ ସୁଦ୍ଧା ୧୦ ଲକ୍ଷ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଥିବାବେଳେ ଗତବର୍ଷ ଡିସେମ୍ବର ସୁଦ୍ଧା ସେକ୍ସନ ଅଫିସର ଗ୍ରେଡ୍‌ର ୧୬୧୭ ପଦବୀ ଖାଲି ରହିଥିବା କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ (ଡିଓପିଟି) ସ୍ବୀକାର କରିଛି। ସୂତ୍ରରୁ ଜଣାପଡ଼ିଛି ଯେ, ସେକ୍ସନ ଅଫିସର ଗ୍ରେଡ୍‌ରୁ ଅଣ୍ଡର୍‌ ସେକ୍ରେଟାରି ଗ୍ରେଡ୍‌କୁ ପଦୋନ୍ନତି ଦିଆଗଲେ ଜୁଲାଇରେ ଆଉ ୩୦୦ ପଦବୀ ଖାଲି ପଡ଼ିବା ସମ୍ଭାବନା ଅଛି। ଏହାକୁ ମିଶାଇଲେ ମୋଟ ଖାଲି ପଦବୀ ସଂଖ୍ୟା ୧୮୦୦ରୁ ଅଧିକ ହେବ, ଯାହା ନିର୍ଦ୍ଧାରିତ ପଦବୀ ସଂଖ୍ୟାର ପ୍ରାୟ ଅଧା। ସେକ୍ସନ ଅଫିସରମାନେ ବିଭିନ୍ନ ମନ୍ତ୍ରଣାଳୟର ୟୁନିଟ୍‌ କିମ୍ବା ବିଭାଗରେ ମୁଖ୍ୟ ଭୂମିକା ତୁଲାଇଥାନ୍ତି। ପିଏମ୍‌ଓ ମନ୍ତ୍ରୀ ଜିତେନ୍ଦ୍ର ସିଂ ସ୍ବୀକାର କରିଛନ୍ତି ଯେ, ସେକ୍ସନ ଅଫିସରଙ୍କ ଅଭାବ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ଅଚଳ କରିଦେଉଛି, ଯାହାଦ୍ୱାରା ସାଧାରଣ ସେବା ଯୋଗାଣ ପ୍ରଭାବିତ ହେଉଛି। ସୂତ୍ରରୁ ଜଣାପଡ଼ିଛି , ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ ସର୍ଭିସ୍‌(ସିଏସ୍‌ଏସ୍‌) ଅଧିକାରୀମାନଙ୍କର ଏକ ପ୍ରତିନିଧିତ୍ୱ ସଂସ୍ଥା ସିଏସ୍‌ଏସ୍‌ ଫୋରମ୍‌ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସିଂ ଉକ୍ତ ବିଷୟକୁ ପ୍ରାଥମିକତା ଦିଇନ୍ତୁ ବୋଲି ଦାବି କରିଛନ୍ତି। ଏହା ସ୍ପଷ୍ଟ ଯେ, ଯଦି ୧ ଜୁଲାଇ ୨୦୨୩ ପୂର୍ବରୁ ଯୋଗ୍ୟ ଅଧିକାରୀମାନଙ୍କୁ ପଦୋନ୍ନତି ଦିଆ ନ ଯାଏ, ତେବେ ସେମାନେ ମାସକୁ ୧୦,୦୦୦ ଟଙ୍କା ଆର୍ଥିକ କ୍ଷତି ସହିବେ। ଏହାସହ କ୍ୟାଡର ସମୀକ୍ଷା ଯୋଗୁ ଆସନ୍ତା ମାସଗୁଡ଼ିକରେ ଖାଲି ହେବାକୁ ଥିବା ପଦବୀକୁ ବିଚାରକୁ ନେଲେ ସେକ୍ସନ ଅଫିସର ଗ୍ରେଡ୍‌ରେ ଶୂନ୍ୟ ପଦବୀ ସଂଖ୍ୟା ୩,୦୦୦ ହେବ ବୋଲି ଆକଳନ କରାଯାଉଛି। ଏଭଳି ହେଲେ ଏହି ସ୍ଥିତି କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ଗଭୀର ବାଧା ସୃଷ୍ଟି କରିବ।
ଦୁଃଖ ସରୁନାହିଁ
କେରଳ ସରକାର ଏବଂ ଅବସରପ୍ରାପ୍ତ ଉଚ୍ଚ ପୋଲିସ ଅଧିକାରୀରୁ ଲେଖକ ପାଲଟିଥିବା ଜାକବ ଥୋମାସଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏବକାର ବିବାଦ ହେଉଛି, ବିନା ଅନୁମତିରେ ବହି ଲେଖିଥିବାରୁ ସରକାର ଥୋମାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି। ତେବେ ଏହି ପୂର୍ବତନ ଆଇପିଏସ୍‌ ଅଧିକାରୀ କ’ଣ ରାଜନୈତିକ ଶିକାର ହେଉଛନ୍ତି କି? ଏହି ପ୍ରଶ୍ନକୁ ନେଇ ଏବେ ରାଜ୍ୟର ବାବୁମାନେ ଚିନ୍ତାପ୍ରକଟ କରୁଛନ୍ତି। ଥୋମାସଙ୍କ ପ୍ରଥମ ବହି ‘ସୁଇମିଂ ଓ୍ବିଥ୍‌ ଦି ସାର୍କ’ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟକାଳ ମଧ୍ୟରେ ଅନ୍ୟମାନଙ୍କୁ ଚିନ୍ତାରେ ପକାଇଥିଲା। ଏହି ବହିକୁ ପ୍ରକାଶ କରିଥିବାରୁ ତାଙ୍କୁ ୨ ଥର ନିଲମ୍ବନ ବି କରାଯାଇଥିଲା। ଏବେ ପୁଣି ରାଜ୍ୟ ସରକାର ଥୋମାସଙ୍କ ଦ୍ୱାରା ଲିଖିତ ଆଉ ଦୁଇଟି ବହିକୁ ନେଇ କଡ଼ା ବିରୋଧ କରିଛନ୍ତି। ଏପରି କି ଅବସର ନେବାର ୩ ବର୍ଷ ପରେ ବି ସରକାର ତାଙ୍କ ବିରୋଧରେ ଲାଗିଛନ୍ତିି। କିନ୍ତୁ ଆଶ୍ଚର୍ଯ୍ୟର କଥା, ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ଏମ୍‌. ଶିବଶଙ୍କର ଏକ ବଡ଼ ସ୍ମଗ୍‌ଲିଂ ର଼୍ୟାକେଟ୍‌ ସହ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇ ଜେଲରୁ ବାହାରିବା ପରେ ପ୍ରକାଶ କରିଥିବା ଏକ ବହିକୁ ନେଇ ତାଙ୍କ ବିରୋଧରେ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଘିଅରେ ନିଆଁ ଢାଳିବା ଭଳି ଏବେ ଏକ ଦଶନ୍ଧି ପୂର୍ବେ ଏକ ଡ୍ରେଜର କିଣା ଅନିୟମିତତା ଅଭିଯୋଗରେ ଥୋମାସଙ୍କ ବିରୋଧରେ ତଦନ୍ତ ଚାଲିଛି। ଏଣୁ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଦୁଃଖ ସରୁନାହିଁ। ସମ୍ଭବତଃ ସରକାରଙ୍କ ସହ ଝଗଡ଼ା କରିବାର ମୂଲ୍ୟ ତାଙ୍କୁ ଦେବାକୁ ପଡ଼ୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri