ନିଜେ ଟଙ୍କା ଲୁଚାଇ ଥାନାରେ କରିଥିଲେ ଅଭିଯୋଗ

ଝରିଗାଁ,୯ା୧୦(ସ୍ବ.ପ୍ର.): ଘରୋଇ ଫାଇନାନ୍ସ କମ୍ପାନୀ ‘ସ୍ପନ୍ଦନା’ର ଉମରକୋଟ ଶାଖାର ଜଣେ କର୍ମଚାରୀ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ମାଡ଼ ମାରି ୧ ଲକ୍ଷ ୧୭ ହଜାର ଟଙ୍କା ଚୋରି କରି ନେଇଥିବା ଶୁକ୍ରବାର ରାତିରେ ଝରିଗାଁ ଥାନାରେ ଅଭିଯୋଗ ହୋଇଥିଲା। କମ୍ପାନୀର କର୍ମଚାରୀ ହରିଶଙ୍କର ନାୟକ(୨୩) ଏ ନେଇ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୋଗକାରୀ ହରିଶଙ୍କର ଏବଂ ତାଙ୍କର ଜଣେ ସହଯୋଗୀ ପ୍ରତାପ କେଶରୀ ନିହାଲ(୨୫)ଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ହରିଶଙ୍କର ଶୁକ୍ରବାର ଝରିଗାଁ ସଦର ଅଞ୍ଚଳର କେତେଜଣ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ନିକଟରୁ ଋଣ କିସ୍ତି ବାବଦକୁ ଟଙ୍କା ସଂଗ୍ରହ କରି ସନ୍ଧ୍ୟା ୭ଟାରେ ଉମରକୋଟ ଫେରୁଥିଲେ। ଝରିଗାଁଠାରୁ ୧ କି.ମି. ଦୂର ବାଞ୍ଜିଆମ୍ବା ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଆଦାୟ ହୋଇଥିବା ସମସ୍ତ ଟଙ୍କା ଲୁଟି ନେଇଥିବା କମ୍ପାନୀର ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଶାଖା ପରିଚାଳକଙ୍କ ପରାମର୍ଶରେ ହରିଶଙ୍କର ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ଥାନା ଅଧିକାରୀ ନଟବର ନନ୍ଦ ଏବଂ ଏସ୍‌ଆଇ ପ୍ରମୋଦ କୁମାର ଖଣ୍ଡୁଆଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ପୋଲିସ ସନ୍ଦେହରେ ଅଭିଯୋଗକାରୀ ହରିଶଙ୍କରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ସେ ଏବଂ ତାଙ୍କ ସହଯୋଗୀ ତଥା ଉମରକୋଟ ଭଗବତୀନଗର ଅଞ୍ଚଳର ପ୍ରତାପ କେଶରୀ ନିହାଲ(୨୫) ମିଶି ଲୁଟ୍‌ ଯୋଜନା କରିଥିବା ଜଣାପଡ଼ିଥିଲା। ଶୁକ୍ରବାର ରାତିରେ ପୋଲିସ ପ୍ରତାପଙ୍କୁ ମଧ୍ୟ ଥାନାକୁ ଆଣି ପଚରାଉଚରାବେଳେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଫାଇନାନ୍ସ କମ୍ପାନୀର ଟଙ୍କା ଲୁଟ୍‌ କରିଥିବା ନେଇ କମ୍ପାନୀର ଶାଖା ପରିଚାଳକ କୈଳାଶ ବିଷୋୟୀ ଶନିବାର ଥାନାରେ ଅଭିଯୋଗ କରିବା ପରେ ଝରିଗାଁ ଥାନାରେ ୧୪୯/୨୧ରେ ଏକ ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ୨୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ...

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଭାଗବତ ଗାଦି ପକ୍ଷରୁ ଦାନ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): କରୋନା ସହାୟତା ନେଇ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିଆବାଲି ସ୍ଥିତ ଲକ୍ଷୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳାକେନ୍ଦ୍ର (ଭାଗବତ...

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ

ଆରଡି,୯।୮( ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ କୁଳେଇପଦା ନିକଟ ଭଦ୍ରକ – ଆରଡି ରାଜ୍ୟ ରାଜପଥରେ ମଙ୍ଗଳବାର ଏକ...

ରାସ୍ତାରେ ଶୋଇ ଶୋଇ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଯାତ୍ରା

ତିଗିରିଆ,୭।୨(ଡି.ଏନ.ଏ.): ଶ୍ରୀକ୍ଷେତ୍ରକୁ ଯାଇ ଚତୁର୍ଦ୍ଧା ଦାରୁବ୍ରହ୍ମଙ୍କୁ ଦର୍ଶନ କରିବାର ଅଭିଳାଷରେ ଜଣେ ଭକ୍ତ ରାସ୍ତାରେ ଶୋଇ ଶୋଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ରବିବାର ପୁରୁଣାକଟକ-ସମ୍ବଲପୁର...

ନିର୍ଦ୍ଧାରିତ ସମୟରେ ୧୦୦% ଅର୍ଥ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୯(ବ୍ୟୁରୋ):ବଜେଟରେ ବରାଦ ହେଉଥିବା ଅର୍ଥ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ ହୋଇପାରୁ ନାହିଁ। ଏପରିକି ବହୁ କୋଟି ଟଙ୍କା ପରବର୍ତ୍ତୀ ବର୍ଷ ବଜେଟ ପ୍ରସ୍ତୁତି ପୂର୍ବରୁ ଫେରିଯାଉଛି।...

କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୬୫୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୮ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ସୋମବାର ରାଜ୍ୟରୁ ୬୫୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

୧୩ ଜିଲାର ଅଢ଼େଇ ଲକ୍ଷ ଲୋକ ଜଳବନ୍ଦୀ

ଭୁବନେଶ୍ୱର,୧୯ା୮(ବ୍ୟୁରୋ):ବନ୍ୟା ଯୋଗୁ ୧୩ ଜିଲାର ୭୧ ବ୍ଲକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ୨୦୬୬ ଗ୍ରାମ ପ୍ରଭାବିତ ହୋଇଛି। ୪୭୦ ଗ୍ରାମ ଜଳଘେରରେ ରହିଥିବାବେଳେ ୨...

ଗିର୍ଲିଗୁଡ଼ା-ମାଝିଗୁଡ଼ା ସେତୁ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ

ଡାବୁଗାଁ, ୧୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ଅଧୀନ ଗିର୍ଲିଗୁଡ଼ା-ମାଝିଗୁଡ଼ା ଗ୍ରାମ ମଧ୍ୟରେ ଥିବା ଏକ ନାଳ ଉପରେ ପୋଲ ନିର୍ମାଣ ପାଇଁ...

Advertisement
Archives

Model This Week