ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କକୁ ଭାଙ୍ଗିଦିଏ ଏହି ୪ କଥା

ଯେତେବେଳେ ଜଣେ ଝିଅ ଏବଂ ପୁଅ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଯାଆନ୍ତିି, ସେତେବେଳେ ସେମାନଙ୍କର ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥାଏ। କିନ୍ତୁ ସମୟଚକ୍ରରେ ସୁଖୀ ଦାମ୍ପତ୍ୟ ଜୀବନରେ ମଧ୍ୟ ଅନେକ ସମସ୍ୟା ଦେଖାଦିଏ। ଏ ନେଇ ଅନେକ ସମୟରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହୋଇଯାଏ। ଏପରି ପରିସ୍ଥିତିରେ, ଦମ୍ପତି ସାରା ଜୀବନ ପାଇଁ ଅଲଗା ରହିବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଏହା ସମସ୍ୟାର ପ୍ରକୃତ ସମାଧାନ ନୁହେଁ। ତେଣୁ କିଛି କଥା ଅଛି, ଯାହା ଆପଣଙ୍କର ଦାମ୍ପତ୍ୟ ଜୀବନକୁ କ୍ଷତି ପହଞ୍ଚାଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ସମସ୍ୟା ସମ୍ପର୍କରେ କଥା ନ ହେବା
ଅନେକ ସମୟରେ ଦେଖାଯାଏ ଯେ, ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ସମସ୍ୟା ଥାଏ। ଯାହା ଉପରେ ଦୁହେଁ କଥାବାର୍ତ୍ତା କରି ନ ଥାଆନ୍ତି। ଯେଉଁ କାରଣରୁ କଥା ବହୁ ଆଗକୁ ବଢ଼ି ଅସୁବିଧା ହୋଇଥାଏ। ତେଣୁ ଚୁପ ରହିବା ସମସ୍ୟାର ସମାଧାନ ନୁହେଁ ।

ପୂର୍ବ ପ୍ରେମକୁ ମନେପକାଇବା

ବିବାହ ପରେ ପୂର୍ବ ପ୍ରେମ ସମ୍ପର୍କକୁ ନେଇ ଦମ୍ପତି କୌଣସି ଆଲୋଚନା କରିବା ଉଚିତ ନୁହେଁ। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ ସେମାନେ କ୍ରୋଧିତ ହୋଇ ପୂର୍ବତନ ପ୍ରେମିକ କିମ୍ବା ପ୍ରେମିକାଙ୍କ ପ୍ରଶଂସା କରନ୍ତି । ଏହା ଦାମ୍ପତ୍ୟ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ।

ମନ୍ଦଚିନ୍ତା ।
ଦୁନିଆରେ ଏପରି କୌଣସି ସ୍ତ୍ରୀ-ସ୍ବାମୀ ନାହାନ୍ତି, ଯେଉଁମାନଙ୍କ ମଧ୍ୟରେ ଆଦୌ କଳହ ନ ହୋଇଛି। ଏହାର ଅର୍ଥ ନୁହେଁ ଯେ, ତୁମେ ତୁମର ସ୍ବାମୀ କିମ୍ବା ପରିବାର ପାଇଁ ଖରାପ ଚିନ୍ତା କରିବ।

ପୁରୁଣା କଥାର ପୁନରାବୃତ୍ତି

ପ୍ରାୟତଃ ଦେଖାଯାଏ, ଯେତେବେଳେ କୌଣସି କଥାକୁ ନେଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୁଏ, ସେତେବେଳେ ଦୁହେଁ ପୁରୁଣା କଥା ବାହାର କରି ଝଗଡ଼ା କରନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri