ଏଠାରେ ଝିଅଙ୍କୁ ବିବାହ କରନ୍ତି ବାପା, ଏହି ଦେଶରେ ରହିଛି ଅଜବ ଆଇନ

ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆଇନ ଅଛି। ପ୍ରାୟ ପ୍ରତ୍ୟେକ ବିଷୟ ପାଇଁ ଦେଶଗୁଡ଼ିକରେ ଆଇନ ତିଆରି ହୋଇଛି। ଯେମିତି ବି ଆଇନ ହେଉ, ଲୋକଙ୍କୁ ମାନିିବାକୁ ପଡିଥାଏ। ଯଦି କେହି ଆଇନ ବାହାରେ କାମ କରନ୍ତି, ତେବେ ତାହା ବେଆଇନ। ଏବଂ ଏପରି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ତେବେ ବିଶ୍ୱର ବିଭିନ୍ନ ଦେଶରେ ବିବାହକୁ ନେଇ ଅନେକ ନିୟମ ପ୍ରଣୟନ କରାଯାଇଛି।

ଏଥିରେ ବିବାହର ବୟସ ମଧ୍ୟ ର୍ନିଣ୍ଣୟ କରାଯାଏ, କିଏ କେଉଁ ବୟସରେ ବିବାହ କରିପାରିବ। ବିଶ୍ୱର ଏପରି ଏକ ଦେଶ ଅଛି ଯେଉଁଠି ଏକ ଅଜବ ଆଇନ ଅଛି। ଯେଉଁଠାରେ ଜଣେ ବାପା ତାଙ୍କ ଝିଅକୁ ମଧ୍ୟ ବିବାହ କରିପାରିବେ। ଏହି ଆଇନ ସେହି ଦେଶର ସରକାର ନିଜେ ତିଆରି କରିଛନ୍ତି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ପିଲା ଜନ୍ମ ହେବା ଯେକୌଣସି ପିତାମାତାଙ୍କ ପାଇଁ ବହୁତ ଖୁସିର ବିଷୟ। ପୁଅ କିମ୍ବା ଝିଅ ପାଇବା ପାଇଁ, ପିତାମାତା ବିଭିନ୍ନ ସ୍ଥାନକୁ ଯାଇ ଶୁଭ ମନାସି ଥାଆନ୍ତି ଏବଂ ଭୋଗ ଲଗାନ୍ତି। କିନ୍ତୁ କିଛି ଲୋକ ପିତାମାତା ହୋଇପାରନ୍ତି ନାହିଁ। ଏପରି ପିତାମାତା ପିଲାମାନଙ୍କୁ ପୋଷ୍ୟ ଗ୍ରହଣ କରନ୍ତି। କିନ୍ତୁ ଇରାନରେ ଅଜବ ନିୟମ ରହିଛି। ଯଦି ଜଣେ ପିତା ଇରାନରେ ଏକ ଝିଅକୁ ପୋଷ୍ୟ ଗ୍ରହଣ କରନ୍ତି। ତେବେ ସେ ତାକୁ ବିବାହ କରିପାରିବେ। ଏହି ଆଇନ ୨୦୧୩ ମସିହାରେ ତତ୍କାଳୀନ ଇରାନ ସରକାର ଦ୍ୱାରା ଗୃହୀତ ହୋଇଥିଲା। ଆପଣଙ୍କୁ କହିରଖୁଛୁ ଯେ ବିଶ୍ୱର ଅନ୍ୟ କୌଣସି ଦେଶରେ ଏପରି ଲଜ୍ଜାଜନକ ଆଇନ ନାହିଁ।

ଇରାନରେ ବିବାହ ସମ୍ପର୍କିତ ଆଇନ ମଧ୍ୟ ବିଶ୍ୱର ଅନ୍ୟ ଦେଶଠାରୁ ବହୁତ ଭିନ୍ନ। ଭାରତରେ, ଝିଅମାନଙ୍କ ପାଇଁ ବିବାହର ସରକାରୀ ବୟସ ୧୮ ବର୍ଷ ଏବଂ ପୁଅମାନଙ୍କ ପାଇଁ ୨୧ ବର୍ଷ। ଯେତେବେଳେ ଇରାନରେ, ୯-୧୩ ବର୍ଷ ବୟସର ଝିଅମାନେ ମଧ୍ୟ ବିବାହ କରିପାରିବେ। ଏହି ସମୟରେ ପୁଅମାନଙ୍କୁ ୧୫ବର୍ଷ ହୋଇଥିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri