Posted inଫୁରସତ

ହାତରେ ପ୍ଲା-କାର୍ଡ ଧରି ବୁର୍ଜ ଖଲିଫା ଉପରେ ଛିଡ଼ା ହେଲେ ଏହି ମହିଳା; ଦେଖନ୍ତୁ ହୃଦ୍‌ସ୍ପନ୍ଦନ ରୋକି ଦେଉଥିବା ଉକ୍ତ ଭିଡିଓ…

ନୂଆଦିଲ୍ଲୀ: ବିଶ୍ୱର ବୃହତ୍ତମ ଯାତ୍ରୀବାହୀ ବିମାନ କମ୍ପାନୀ ମଧ୍ୟରୁ ଅନ୍ୟତମ ଏମିରେଟ୍ସ ଏୟାରଲାଇନ୍ସ ଏହାର ନୂତନ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ। ୟୁଏଇର ଏହି ବିମାନ କମ୍ପାନୀର ନୂତନ ବିଜ୍ଞାପନ ବେଶ୍‌ ଆକର୍ଷଣୀୟ ହୋଇଛି। ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଥିବା ବିଜ୍ଞାପନର ଭିଡିଓରେ ବିମାନର କ୍ରୁ ସଦସ୍ୟ ଭଳି ପୋଷାକ ପିନ୍ଧିଥିବା ଜଣେ ମହିଳା ବୁର୍ଜ ଖଲିଫା ଉପରେ ଛିଡ଼ା ହୋଇଛନ୍ତି। ତାଙ୍କ ହାତରେ କିଛି ପ୍ଲା କାର୍ଡ ରହିଛି। ସେ ଗୋଟିଏ ପରେ ଗୋଟିଏ କାର୍ଡରେ ଥିବା ବାର୍ତ୍ତାକୁ ସମସ୍ତଙ୍କୁ ଦେଖାଉଛନ୍ତି।
ତେବେ ୩୦ ସେକେଣ୍ଡର ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏତେ ଉଚ୍ଚତାରେ ସନ୍ତୁଳନ ବଜାୟ ରଖିବା ସହଜ କଥା ନୁହେଁ। ଟିକିଏ ଭୁଲ ହେଲେ ବଡ଼ ଦୁର୍ଘଟଣା ଘଟିପାରିଥାନ୍ତା ବୋଲି ଲୋକେ କହୁଛନ୍ତି।
ତେବେ ବିଜ୍ଞାପନରେ ନଜର ଆସୁଥିବା ମହିଳା ହେଉଛନ୍ତି ନିକାଲ ସ୍ମିଥ-ଲୁଡଓ୍ବିକ। ପେସାରେ ସେ ଜଣେ ସ୍କାଏଡାଇଭିଂ ପ୍ରଶିକ୍ଷକ। ଭିଡିଓର ଆରମ୍ଭରୁ ସେ ବୁର୍ଜ ଖଲିଫା ଉପରେ ଛିଡ଼ା ହୋଇଥିବା ଜଣାପଡ଼ୁ ନ ଥିଲେ ହେଁ ପରର କିଛି ସେକେଣ୍ଡ ଭୟଙ୍କର ହୋଇଛି। ସବୁଠାରୁ ଉଚ୍ଚ କୋଠା ଉପରୁ ଦୁବାଇର ଦୃଶ୍ୟ ମନମୁଗ୍ଧ କରୁଛି।
ନିକୋଲ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଶେୟାର କରିଛନ୍ତି। ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ଯେତେ ଷ୍ଟଣ୍ଟ କରିଛି ସେଥିମଧ୍ୟରୁ ଏହା ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ରୋମାଞ୍ଚକର ଥିଲା। ଏଭଳି ସୃଜନଶୀଳ ମାର୍କେଟିଂ ପ୍ରସ୍ତାବ ପାଇଁ ଏମିରେଟ୍ସକୁ ଧନ୍ୟବାଦ। ସେମାନଙ୍କ ଟିମ୍‌ର ଅଂଶ ହେବା ଖୁସିର କଥା।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri