୭ ବର୍ଷରୁ ଚିହ୍ନୁଥିଲେ ଜଡ଼ିବୁଟି

କେନ୍ଦୁଝର, ୩ା୩ (ସ୍ବ.ପ୍ର.): ପିଲା ଦିନରୁ ମାତ୍ର ୭ ବର୍ଷ ବୟସରୁ ବାପାଙ୍କ ସହିତ ଜଡିବୁଟି ଚିକିତ୍ସା କରି ଆଜି ନିଜକୁ ପ୍ରତିଷ୍ଠିତ କରିଛନ୍ତି ବୈଦ୍ୟ ପୁରୁଷୋତ୍ତମ ମହାନ୍ତ। ତାଙ୍କ ଘର ଚମ୍ପୁଆ ବ୍ଲକ ସିଲିପୁଞ୍ଜ ଗ୍ରାମରେ। ୧୯୯୦ ମସିହା ପୂର୍ବରୁ ବାପା ଗାୈତମ ମହାନ୍ତଙ୍କ ଦେହାନ୍ତ ପରେ କାୈଳିକ ବୃତ୍ତି ଭାବେ ଏହି କବିରାଜି ଚିକିତ୍ସାକୁ ଆପଣାଇ ଏବେ ସେ ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଶେଷ କରି ଅପସ୍ମାର, କିଡନୀ, ଶୁକ୍ରାଣୁ ସମସ୍ୟା, ବାତ, ସ୍ତ୍ରୀ ରୋଗ ଚିକିତ୍ସାରେ ସିଦ୍ଧହସ୍ତ ହୋଇ କେନ୍ଦୁଝର ଜିଲା ବ୍ୟତୀତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରୋଗୀ ଚିକିତ୍ସା କରୁଛନ୍ତି।
ଗାଁ ଗାଁ ବୁଲି ବିଭିନ୍ନ ଛକରେ ଦୋକାନ ଖୋଲି ରୋଗୀ ଚିକିତ୍ସା କରିଆସୁଥିବା ପୁରୁଷୋତ୍ତମ କିଛି ବର୍ଷ ହେଲା ସ୍ଥାୟୀ ଭାବେ କେନ୍ଦୁଝର ସହର କଲେଜ ରୋଡରେ ନିଜର ଚିକିତ୍ସା କେନ୍ଦ୍ର (ଆୟୁର୍ବେଦିକ ସେବା ସଦନ) ଖୋଲି କାମ କରିଆସୁଛନ୍ତି। ନିଜେ ଜଡିବୁଟି ସଂଗ୍ରହ କରି ଏବଂ ବାହାରୁ କିଣି ଔଷଧ ପ୍ରସ୍ତୁତ କରିବା ସହ ରୋଗୀଙ୍କ ଚିକିତ୍ସା କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଏହା ପୂର୍ବରୁ ଦୀର୍ଘ ୧୨ ବର୍ଷ ଧରି ବୈଦ ବିଶାରଦ ହରେକୃଷ୍ଣ ମହାନ୍ତଙ୍କଠାରୁ ପରାମର୍ଶ ନେଇ ତାଙ୍କ ସହିତ କାମ କରିଥିବା କୁହନ୍ତି। ତାଙ୍କର ଦୃଢ ଇଛା ଶକ୍ତି ଓ ଚିକିତ୍ସା ସେବାରେ ଗବେଷଣାତ୍ମକ ଚିନ୍ତାଧାରା ଯୋଗୁ ଆଜି ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବହୁ ଜିଲା ଓ ବାହାର ରୋଗୀଙ୍କୁ ସଫଳ ଚିକିତ୍ସା କରିପାରିଛନ୍ତି ବୋଲି ବୈଦ ବିଶାରଦ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏବେ ତାଙ୍କ ପାଖରେ ପାଖାପାଖି ୨୫୦ ପ୍ରକାରର ଜଡିବୁଟି ରହିଥିବା ବେଳେ ସେସବୁ ପଶ୍ଚିମବଙ୍ଗ, ରାଇପୁର, ଉତ୍ତରାଖଣ୍ଡ ଆଦି ରାଜ୍ୟରୁ ସେ କିଣିଥିବା କୁହନ୍ତି। ସେ ନିଜେ ୯୦ ପ୍ରତିଶତ ଗଛପତ୍ର ଦେଖି ଚିହ୍ନିପାରନ୍ତି। ଜଡିବୁଟିର ମାନ ଅନୁଯାୟୀ ଔଷଧୀୟ ଗୁଣ ଏବଂ ଦାମ ରହିଛି ା ସେ ଅନୁସାରେ ଚିକିତ୍ସା କରାଯାଇଥାଏ। ଏଣୁ ଅନେକ ସମୟରେ ବ୍ୟୟବହୁଳ ହୋଇଥିଲେ ହେଁ ଯେଉଁ ରୋଗ ଏଲୋପାଥୀରେ ଭଲ ହେବ ନାହିଁ ତାହା ଏହି ଔଷଧରେ ଭଲ ହୋଇଥାଏ ବୋଲି ସେ କୁହନ୍ତି ା ବିଶେଷ କରି ତାଳପତ୍ର ପୋଥି, ଶାସ୍ତ୍ରୀୟ ଔଷଧ, ତୁଟୁକା ଔଷଧର ସହାୟତାରେ ଚିକିତ୍ସା କରିଥାନ୍ତି। ଜଙ୍ଗଲ କ୍ଷୟ ଯୋଗୁଁ ବହୁ ପାରମ୍ପାରିକ ଔଷଧୀୟ ଫଳ, ମୂଳ ଆଦି ଲୋପ ପାଇବାକୁ ବସିଥିଲେ ହେଁ ଖଣ୍ଡାଖାଇ, କୁଳୁଚି, ନାଗରମୁଖା, ଅଁଳା ଆଦି ବାହାରକୁ ଚାଲାଣ ହୋଇଯାଉଛି।
ରୋଗର ପ୍ରକୃତ କାରଣ ଚିହ୍ନି ପାରିଲେ ଚିକିତ୍ସା ସୁବିଧା ଜନକ ହୋଇଥାଏ। ଏଲୋପାଥୀ ଭଳି ଏହି ଚିକିତ୍ସାରେ ତୁରନ୍ତ ଭଲ ହେବା ବ୍ୟବସ୍ଥା ନାହିଁ। ଏଣୁ ଏଥିପାଇଁ ବିଶ୍ୱାସ, ଧୈର୍ଯ୍ୟ ଜରୁରୀ ବୋଲି ସେ କୁହନ୍ତି ା ଆଜିକାଲି ଔଷଧର ବେପାର ବଢିଯାଇଛି। ବହୁ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଠିକ ନୀତିନିୟମ, ଭାଗମାପରେ କରାଯାଉଛି କି ନାହିଁ ତାହା ଉପରେ ରୋଗର ଉପଶମ ନିର୍ଭର କରିଥାଏ ବୋଲି ସେ କୁହନ୍ତି। ଏହି ଔଷଧର ପାର୍ଶ୍ୱବର୍ତ୍ତୀ ପ୍ରତିକ୍ରିୟା ନ ଥାଏ। ସେ ଶ୍ରେଷ୍ଠ ଯୁବକ ବୈଦ୍ୟ ଭାବରେ ବିଭିନ୍ନ ସ୍ଥାନରେ ସମ୍ମାନ ଓ ସମ୍ବର୍ଦ୍ଧନା ପାଇ ଆସିଥିଲେ ହେଁ ରୋଗୀ ସେବାକୁ ପାଥେୟକରି ଆଗେଇଚାଲିଛନ୍ତି। ସରକାରଙ୍କ ତରଫରୁ ମାନ୍ୟତା ଓ ପ୍ରୋତ୍ସାହନ ମିଳିଲେ ତାଙ୍କ ଭଳି ଅନ୍ୟମାନେ ଉପକୃତ ହୋଇପାରିବେ ଏବଂ ଏହି ବହୁ ପୁରୁଣା ପରମ୍ପରାର ସୁରକ୍ଷା ହେବା ସହ ନୀରୋଗ ସମାଜ ଗଠନରେ ସହାୟକ ହୋଇପାରନ୍ତା ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ: ପୁଅକୁ କାନ୍ଧରେ ବୋହିଲେ ମା’, ପରେ ଖଟିଆରେ….

ପାଟଣା, ୧।୯ (ବୀର କିଶୋର ଦାଶ): ଲଗାଣ ବର୍ଷାରେ ନାଳ ଉପରେ ଥିବା ପୋଲ ଧୋଇଯିବାରୁ ଗାଁ ଭିତରକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ଗୁରୁତର ଅବସ୍ଥାରେ…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri