ପ୍ରେମିକାଙ୍କୁ ବାହାହେବାକୁ ମନା କରିବାରୁ ଜୀବନ ଗଲା

ଦଶରଥପୁର,୩୧ା୫(ଡି.ଏନ୍‌.ଏ.): ପ୍ରେମିକାଙ୍କୁ ବାହାହେବାକୁ ମନା କରିବାରୁ ପ୍ରେମିକଙ୍କ ଜୀବନ ଯାଇଛି। ପୋଲିସ ତାଙ୍କ ମା’ବାପାଙ୍କୁ ଥାନାକୁ ନେଇ ନିର୍ଯାତନା ଦେଇଥିବାରୁ ଏହା ଯୁବକଙ୍କୁ ଗଭୀର ଆଘାତ ଦେଇଛି। ତେଣୁ ସେ କୌଣସି ଉପାୟ ନ ପାଇ ସୋମବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପରେ ମଙ୍ଗଳବାର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ୍ୟୁ ଖବର ପାଇ ମଙ୍ଗଳପୁର ଥାନା ଆଇଆଇସି ଯାଇଥିବାବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ। ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚତ୍ବା ପରେ ମାମଲାର ସମାଧାନ କରାଯାଇଛି।
ଅଭିଯୋଗ ମୁତାବକ, ଦଶରଥପୁର ବ୍ଲକ୍‌ ତଥା ମଙ୍ଗଳପୁର ଥାନା ଅଧୀନ କୟଁା ପଞ୍ଚାୟତ ମଲ୍ଲିପୁର ଗ୍ରାମର ଉଗ୍ରସେନ ବାରିକ୍‌ଙ୍କ ପୁଅ ସରୋଜ ବାରିକ୍‌ (୨୬) ଏହି ଥାନା ଅଧୀନ ନିଜାମପୁର ପଞ୍ଚାୟତ ନଚ୍ଛିନ୍ଦ୍ରପୁର ଗ୍ରାମର କାର୍ତ୍ତିକ ବିଶ୍ୱାଳଙ୍କ ଝିଅ ମନୀଷା ବିଶ୍ୱାଳ(୨୪)ଙ୍କୁ ଭଲ ପାଉଥିଲେ। ତେବେ ଦୁହିଙ୍କ ମଧ୍ୟରେ କୌଣସି କାରଣକୁ ନେଇ କିଛି ମାସହେବ ଦ୍ୱନ୍ଦ୍ୱ ହୋଇଥିଲା। ଫଳରେ ସରୋଜ ପ୍ରାୟ ୬ ମାସ ହେବ ମନୀଷାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ମନୀଷା ନିରାଶ ହୋଇ ୧୦ ଦିନ ତଳେ ସରୋଜଙ୍କ ଘରେ ପହଞ୍ଚି ବିବାହ କରିବାକୁ ଜିଦିଧରି ତାଙ୍କ ଘର ଆଗରେ ବସିରହିଥିଲେ। ଏନେଇ ସ୍ଥାନୀୟ କେତେଜଣ ଲୋକ ଘଟଣାର ଆପୋସ ସମାଧାନ ଲାଗି ବାହାରେ ରହି କାମକରୁଥିବା ସରୋଜଙ୍କୁ ଡକାଇ ବୁଝାମଣା କରିବେ ବୋଲି ମନୀଷାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସରୋଜ ୧୫ ଦିନ ତଳୁ ଘରକୁ ଆସିଥିବାବେଳେ ଭଦ୍ରଲୋକମାନେ ସରୋଜ ଏବଂ ମନୀଷାଙ୍କ ମଧ୍ୟରେ ଆପୋସ ସମାଧାନ ଲାଗି ମଙ୍ଗଳପୁର ଥାଲକୁଡିସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ବସିଥିବାବେଳେ ସେଠାରେ ସରୋଜ ମନୀଷାଙ୍କୁ ବିବାହ କରିବେ ନାହଁି ବୋଲି ମନାକରିଥିଲେ। ଏହାପରେ ମନୀଷା ୨୭ ତାରିଖରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ତାଙ୍କ ଅଭିଯୋଗ ଆଧାରରେ ଥାନା ଆଇଆଇସି ରୀନାରାଣୀ ସାହୁ ସରୋଜଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ସରୋଜ ଅନୁପସ୍ଥିତ ଥିବାରୁ ତାଙ୍କ ମା’ ଏବଂ ବାପାଙ୍କୁ ଥାନାକୁ ଆଣି ଜେରା କରିବା ସହିତ ମାଡ଼ମାରି ଯୁବତୀ ସହ ପୁଅକୁ ବିବାହ କରିବାଲାଗି ବାଧ୍ୟ କରିଥିଲେ। ପୋଲିସ ସେମାନଙ୍କୁ ଥାନାରେ ପ୍ରାୟ ୧୪ ଘଣ୍ଟା ଅଟକ ରଖି ନାନାଦି ଧମକ ଚମକ ଦେଇଥିଲା। ଏଥିସହ ବିଭିନ୍ନ ଲୋକଙ୍କ ମାଧ୍ୟମରେ ସରୋଜଙ୍କୁ ଥାନାରେ ଆସି ପହଞ୍ଚିବାକୁ ଚାପ ପକାଇ ଆସୁଥିଲେ। ପର ମୁହୂର୍ତ୍ତରେ ସରୋଜ ଜାଣିବାକୁ ପାଇଲାଯେ ପୋଲିସ ତାଙ୍କ ମା’ ଏବଂ ବାପାଙ୍କୁ ଉଠାଇନେଇ ମାଡ଼ ମାରିଛି। ଏଭଳି କଥାରେ ସରୋଜ ମର୍ମାହତହୋଇ ଶେଷରେ ଘରଠାରୁ ୧୦୦ ମିଟର ଦୂରରେଥିବା ଏକ ଓସ୍ତ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ବାଧ୍ୟହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମଙ୍ଗଳବାର ସରୋଜଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖି ଗ୍ରାମବାସୀ ଥାନାକୁ ଖବର ଦେଇଥିଲେ। ଆଇଆଇସି ଘଟଣାସ୍ଥଳକୁ ଯାଇଥିବାବେଳେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାରହୋଇ ଅଟକ ରହିଥିଲେ। ଯାଜପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବିଞ୍ଝାରପୁର ଥାନା, ଯାଜପୁର ସଦର ଥାନା, ଯାଜପୁର ଟାଉନ୍‌ଥାନା, ପାଣିକୋଇଲି, ମଙ୍ଗଳପୁର ଏବଂ ଦଶରଥପୁର ଥାନାର ପ୍ରାୟ ୬୦ରୁ ୭୦ କର୍ମଚାରୀ ମଲ୍ଲିପୁର ଗ୍ରାମରେ ପହଞ୍ଚିଥିଲେ। ମୃତଦେହ ଛାଡୁ ନ ଥିବା ଗ୍ରାମବାସୀଙ୍କୁ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନାରାୟଣ ଚନ୍ଦ୍ର ବାରିକ୍‌ ଏବଂ ଯାଜପୁର ଏସ୍‌ଡିପିଓ ସନ୍ତୋଷ କୁମାର ଉପାଧ୍ୟାୟ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଏଥିସହିତ ଆଇଆଇସି ସାହୁଙ୍କ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ମୃତଦେହ ଛାଡ଼ିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଅପରପକ୍ଷେ ନଛିନ୍ଦ୍ରପୁର ଗ୍ରାମର କାର୍ତ୍ତିକ ବିଶ୍ୱାଳ ଏବଂ ତାଙ୍କ ସହଧର୍ମିଣୀ ଓ ଝିଅ ମନୀଷାଙ୍କୁ ପୋଲିସ ଥାନାକୁ ନେଇଆସିଥିବା ଦେଖାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାରିକ୍‌ଙ୍କୁ ପଚାରିବାରେ ଘଟଣାର ତଦନ୍ତ କରାଯିବାପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?