ଅସହାୟ ଭୋଟର

ପୂର୍ବରୁ କୁହାଯାଇଛି ଯେ, ରାଜନୀତିରେ କୌଣସି ସ୍ଥାୟୀ ଶତ୍ରୁ କିମ୍ବା ମିତ୍ର ନାହାନ୍ତି। ଏହି ଢଗର ବାସ୍ତବ ରୂପାନ୍ତର ଏବେ ଭାରତର ବିଭିନ୍ନ ସ୍ଥାନ ଓ ପରିସ୍ଥିତିରେ ଦେଖିବାକୁ ମିଳୁଛି। ସଦ୍ୟ ଦୃଷ୍ଟାନ୍ତ ଦେଖିଲେ ମହାରାଷ୍ଟ୍ର ମନକୁ ଆସେ। ନିକଟରେ ଠାଣେ ଜିଲାର ଅମ୍ବରନାଥ ପୌର ପରିଷଦ ପାଇଁ ଭାଜପା ତା’ର ଦୀର୍ଘବର୍ଷର ରାଜନୈତିକ ଶତ୍ରୁ କଂଗ୍ରେସ ସହ ହାତ ମିଳାଇଛି। ସେହିପରି ଆକୋଲା ଜିଲାର ଅକୋଟ ପୌର ପରିଷଦ ପାଇଁ ଅସାଦ୍ଦୁଦିନ ଓଓ୍ବାଇସିଙ୍କ ଦଳ ଏଆଇଏମ୍‌ଆଇଏମ୍‌ (ଦଳର ଚିହ୍ନ ‘ଗୁଡ଼ି’) ସହ ପଦ୍ମ ଦଳ ମେଣ୍ଟ କରିଛି। ଜାନୁଆରୀ ୮ ଧରିତ୍ରୀର ପ୍ରଥମ ପୃଷ୍ଠାରେ ‘ହାତ’ ଧରି ‘ଗୁଡ଼ି’ ଉଡ଼ାଇଲା ‘ପଦ୍ମ’ ଶୀର୍ଷକରେ ଖବର ପ୍ରକାଶ କରିଥିଲୁ। ଏହା ପ୍ରକାଶ ପାଇବା ପରେ ଅନେକେ ପ୍ରତିକ୍ରିୟାରେ କହିବାକୁ ଲାଗିଲେ ଦଳନୀତି ଆଦର୍ଶ ବିବର୍ଜିତ ହୋଇଗଲାଣି।
ମହାରାଷ୍ଟ୍ର ରାଜନୀତିକୁ ଗଲା କେଇବର୍ଷ ହେବ ଲକ୍ଷ୍ୟ କଲେ ଗୋଟେ ଅଖାଡ଼ୁଆ ମେଣ୍ଟର ଧାରା ଚାଲିଲା ଭଳି ମନେହେଉଛି। ଏବେ ଅମ୍ବରନାଥରେ ଏକନାଥ ଶିନ୍ଦେଙ୍କ ଶିବସେନାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସ୍ଥାନୀୟ ସ୍ତରରେ ଭାଜପା, କଂଗ୍ରେସ ଓ ଅଜିତ ପାଓ୍ବାରଙ୍କ ଏନ୍‌ସିପି ମିଳିତ ଭାବେ ‘ଅମ୍ବରନାଥ ବିକାଶ ଅଘାଡ଼ି’ଗଠନ କରିଛନ୍ତି। ଶିନ୍ଦେଙ୍କ ଗଡ଼ କୁହାଯାଉଥିବା ଅଞ୍ଚଳରେ ଭାଜପା ଏଭଳି ପଦକ୍ଷେପ ନେବା ଶିବସେନାକୁ କ୍ଷୁବ୍ଧ କରିଛି। ଅବଶ୍ୟ ଭାଜପା ରାଜ୍ୟ ନେତୃତ୍ୱ ଏହି ସ୍ଥାନୀୟ ମେଣ୍ଟଠାରୁ ନିଜକୁ ଦୂରେଇ ରଖିଛି। ଅନ୍ୟପକ୍ଷରେ କଂଗ୍ରେସ ଅମରନାଥ ମ୍ୟୁନିସିପାଲ କାଉନ୍‌ସିଲ କମିଟିକୁ ଭାଙ୍ଗି ଦେବା ସହ ସବୁ କର୍ପୋରେଟରଙ୍କୁ ଦଳରୁ ନିଲମ୍ବିତ କରିଛି। ତେଣେ ଆକୋଟ ପୌର ପରିଷଦରେ ଭାଜପା-ଏଆଇଏମ୍‌ଆଇଏମ୍‌ ମଧ୍ୟରେ ମେଣ୍ଟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଅନୁରୂପ ଭାବେ ଭାଜପା ରାଜ୍ୟ ନେତୃତ୍ୱ ମଧ୍ୟ ଏଠାରେ ତା’ର ଦଳୀୟ କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି। ଏଆଇଏମ୍‌ଆଇଏମ୍‌ ମଧ୍ୟ ତାହାର କର୍ପୋରେଟରଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବ ବୋଲି ଧମକ ଦେଇଛି। ଏପରି କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଭାଜପା ଓ ଏଆଇଏମ୍‌ଆଇଏମ୍‌ ସହ ମେଣ୍ଟକୁ ଭାଙ୍ଗିଦିଆଯିବ ବୋଲି କହିଛନ୍ତି। ଯେଉଁମାନେ ଏହାକୁ ସ୍ଥାନୀୟ ସ୍ତରର ମେଣ୍ଟ ବୋଲି କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍‌ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଫଡ୍‌ନବିସ କହିଛନ୍ତି।
ସଦ୍ୟ ଘଟଣା ଦେଖିଲେ ଭାଜପା ସହ ସରକାରରେ ଥିବା ଅନ୍ୟତମ ଅଂଶୀଦାର ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ର ମୁଖ୍ୟ ଅଜିତ ପାଓ୍ବାର ଏବଂ ଏନ୍‌ସିପି-ଏସ୍‌ପି ମୁଖ୍ୟ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ଏକାଠି ଗୋଟିଏ ମଞ୍ଚରେ ବସି ପୌର ନିର୍ବାଚନ ପାଇଁ ମିଳିତ ଇସ୍ତାହାର ଜାରି କରିଛନ୍ତି। ଅଛୁଆଁ ଶବ୍ଦ ବ୍ୟବହାର ଗ୍ରହଣଯୋଗ୍ୟ ହୋଇ ନ ଥିଲେ ମଧ୍ୟ ରାଜନୀତିରେ ପରସ୍ପର ଅଛୁଆଁ ରହୁଥିବା ଦଳ ମିଶିବାର ଅର୍ଥ ‘କେବଳ ସ୍ବାର୍ଥ’ ବୋଲି କୁହାଯାଇପାରେ। ମହାରାଷ୍ଟ୍ର ପୌର ନିର୍ବାଚନରେ ମେଣ୍ଟର ମାନେ କିଛି ନୁହେଁ, କେବଳ ଟଙ୍କା କଥା କହୁଛି ବୋଲି ସ୍ପଷ୍ଟ ଦେଖାଯାଉଛି। ପୌର ନିର୍ବାଚନରେ ସ୍ଥାନୀୟ ନେତାମାନଙ୍କ ଭୂମିକା ଗୁରୁତ୍ୱ ବହନ କରିଥାଏ।
ସବୁ ଦଳ ଏଭଳି ମେଣ୍ଟକୁ ବିରୋଧ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ କ୍ଷୁଦ୍ର ନେତା ଓ କର୍ମୀ ଏଭଳି ମେଣ୍ଟ କରିବାର ଆସ୍ପର୍ଦ୍ଧା ପାଇଲା କେଉଁଠାରୁ। ସେମାନେ କୁଜି ନେତା ହେଲେ ମଧ୍ୟ ତାଙ୍କର ରାଜନୈତିକ ଚରିତ୍ର ଓ ଇଚ୍ଛାକୁ ଏଡ଼ାଇ ଦେଇହେବ ନାହିଁ। ଏହି କର୍ମୀ ଏବଂ ନେତା ସର୍ବୋଚ୍ଚ ସ୍ତରର ନେତାମାନଙ୍କ ଚରିତ୍ରକୁ ଅତି ଭଲଭାବେ ବିଶ୍ଳେଷଣ କରି ନିଜର ଭବିଷ୍ୟତକୁ ଗଢ଼ୁଛନ୍ତି। ସେମାନେ ଉଚ୍ଚ ନେତାଙ୍କର କୋଳାକୋଳି ମନୋଭାବକୁ ବୁଝିପାରୁଛନ୍ତି। ବିରୋଧୀଙ୍କ ଦଳବଦଳକୁ ସମର୍ଥନ କରୁଥିବା ସର୍ବୋଚ୍ଚ ନେତାମାନେ କେଉଁଭଳି ଅପରାଧୀ ଏବଂ ଦୁର୍ନୀତିଗ୍ରସ୍ତକୁ ଆଦରି ନେଉଛନ୍ତି, ତାହା ମଧ୍ୟ ଦେଖି ଶିଖୁଛନ୍ତି। ତେଣୁ କଥାଠାରୁ ଅଧିକ କାର୍ଯ୍ୟକୁ ଅନୁସରଣ କରୁଥିବା ରାଜନୈତିକ କର୍ମୀ ଉପରେ ଦୋଷ ଲଦିଦେବା ଅନୁଚିତ। ସର୍ବୋଚ୍ଚ ନେତାମାନେ ସବୁ ଆଦର୍ଶ, ନୀତି ଏବଂ ନିୟମକୁ ଜଳାଞ୍ଜଳି ଦେଇ ଯେଉଁସବୁ ବିକଟାଳ ରାଜନୈତିକ ଦଳ ପୁନର୍ଗଠନ କରୁଛନ୍ତି ତାହାର ଫଳସ୍ବରୂପ ଏହିସବୁ ମେଣ୍ଟ ପାଇଁ ଉଦ୍ୟମ। ଏଥିରେ କେବଳ ସାଧାରଣ ଭୋଟର ବାରମ୍ବାର କ୍ଷତିଗ୍ରସ୍ତ ହେଉଛି, ରାଜନେତା ତାଙ୍କର ନିଜ ବାଟରେ ଚାଲିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri