ଅସହାୟ, ମାନସିକ ବିକାରଗ୍ରସ୍ତ ଉପେକ୍ଷିତ

ନୟାଗଡ଼,୨୭।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କୁ ସେବା ଯୋଗାଇବାକୁ ସ୍ବେଚ୍ଛାସେବୀ ମିଳୁ ନାହାନ୍ତି । ଅନ୍ୟପକ୍ଷେ କିଛି ହାତଗଣତି ସ୍ବେଚ୍ଛାସେବୀ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରୁଥିବାବେଳେ ପ୍ରଶାସନିକ ଓ ସ୍ବାସ୍ଥ୍ୟ ବିଭାଗର ସହଯୋଗ ମିଳୁନି । ସେମାନଙ୍କର ରହଣି ନେଇ ପ୍ରଶ୍ନ ଉଠୁଥିବାବେଳ ଜିଲାର ସ୍ବେଚ୍ଛାସେବୀ ସଂସ୍ଥା ରଖିବାକୁ ଅନିଚ୍ଛୁକ ପ୍ରକାଶ କରୁଛନ୍ତି। ଏଇଭଳି ଅନେକ ଘଟଣାକୁ ଅନୁଧ୍ୟାନ କଲେ ସମାଜରୁ ମାନବିକତା ହଜି ଯାଉଥିବା ଦେଖିବାକୁ ମିଳୁଛି । ତେବେ ସଭା ସମିତିରେ ନିଜକୁ ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଦର୍ଶାଇ ବାହାବା ନେଉଥିବା ବ୍ୟକ୍ତି ନିଜକୁ ସମୀକ୍ଷା କରିବାର ସମୟ ଆସିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଜିଲା ସଦର ମହୁକୁମାରେ ନୟାଗଡ଼ ତ୍ରିିନାଥ ଛକରେ ଏକ ସର୍ଟ ଷ୍ଟେ ହୋମ ରହିଛି। କେହି ଅସୁବିଧାରେ ପଡିଲେ ଏଠାରେ ରହି ପାରିବେ । ତେବେ ଏହି ସଂସ୍ଥାରେ ଗୋଟିଏ ଦିନ ପାଇଁ ରହିବାକୁ ମଧ୍ୟ ସହଜରେ ଅନୁମତି ମିଳୁନି । ଡିଆରଡିଏ ରୋଡରେ ସମର୍ପଣ ନଁାରେ ଏକ ବୃଦ୍ଧାଶ୍ରମ ରହିଛି। ଏଠାରେ ୨୩ ଜଣ ବୃଦ୍ଧାବୃଦ୍ଧ ଅଛନ୍ତି। ତେବେ ଏଠାରେ ଚଳନ୍ତି କ୍ଷମ ବ୍ୟକ୍ତି ବିଶେଷ ରହି ପାରିବେ । ଦଶପଲ୍ଲା ରୋଡରେ ନୂଆ ବସଷ୍ଟାଣ୍ଡ ପାଖରେ ସେବା ନାମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଛି । ଏଠାରେ ଅସହାୟ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ରହୁଛନ୍ତି । ହେଲେ ଏ ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରୁ ନାହିଁ । ପ୍ରଶ୍ନ ଉଠୁଛି ସରକାର ଅସହାୟଙ୍କ ପାଇଁ ସରକାରୀ ଅନୁଦାନ ଯୋଗାଉଛନ୍ତି । ସ୍ବେଚ୍ଛାସେବୀ ଅନୁଷ୍ଠାନ ଅସହାୟଙ୍କ ଅନୁଦାନରେ ମଉଜ କରୁଛନ୍ତି। ତେବେ ସେମାନଙ୍କର କାର୍ଯ୍ୟକଳାପର କାହିଁକି ଅନୁଧ୍ୟାନ କରାଯାଉନି । ସେବା ନ ଯୋଗାଇ ନିଜକୁ ଗରୀବର ବନ୍ଧୁ କହି ସରକାରୀ ଅନୁଦାନ ହଡ଼ପ କରୁଥିବା ସଂସ୍ଥାକୁ କେତେଦିନ ଜିଲା ପ୍ରଶାସନ ସହଯୋଗ କରୁଥିବ ବୋଲିି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ଜିଲାରେ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି । ଏହି ବିଭାଗ ମଧ୍ୟ କିଛି କାମ କଲା ପରି ଲାଗୁନି ।

ମାନସିକ ବିକାରଗ୍ରସ୍ତ ମହିଳା ହଟହଟା
ନୟାଗଡ଼ ସହରରେ ଜଣେ ମାନସିକ ବିକାର ଗସ୍ତ ମହିଳା ଉଲଗ୍ନ ହୋଇ ଘୁରି ବୁଲୁଥିଲେ। ଇଟାମାଟିର କେତେଜଣ ସ୍ବେଚ୍ଛାସେବୀ ସଂପୃକ୍ତ ମହିଳାଙ୍କୁ ଡ୍ରେସ ପିନ୍ଧାଇ ଚାଲିଗଲେ । ପରେ ସେହି ମହିଳା ପୁଣି ଉଲଗ୍ନ ହୋଇ ବୁଲିଲେ। ନୟାଗଡ଼ର ସ୍ବେଚ୍ଛାସେବୀ ବିଭୂତି ପଟ୍ଟନାୟକ ଓ ତାଙ୍କର ସାଥି ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟସେବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ଉଦ୍ୟମ କଲେ । ମହିଳା ଯୋଗୁ ମହିଳା ଆଟେନାଣ୍ଟର ଆବଶ୍ୟକତା ଥିବାରୁ ଉଦ୍ଧାର କାର୍ଯ୍ୟ ଡେରି ହେଲା । ପୋଲିସ, ପ୍ରଶାସନର ସହଯୋଗ ମିଳିଲାନି । ୪ରୁ ୫ ଘଣ୍ଟା ପରେ ବିଭୂତି ପଟ୍ଟନାୟକ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଲେ । ପରବର୍ତ୍ତି ପର୍ଯ୍ୟାୟରେ ବିଚାର ବିଭାଗ ଓ ଜିଲାପାଳଙ୍କ ହସ୍ତକ୍ଷେପ ପରେ ଚାପରେ ଚେପା ହୋଇ ଟିକିଏ ସେବା ମିଳିଲା । ଅନ୍ୟପକ୍ଷେ ସଂପୃକ୍ତ ମହିଳାଙ୍କ ରହଣି ନେଇ ପ୍ରସଙ୍ଗ ଉଠିବାବେଳେ ସେବା ଅନୁଷ୍ଠାନ ରୋକ୍‌ଠୋକ୍‌ ମନା କରି ଦେଲେ । ପରେ ତାଙ୍କୁ ଗତ ସୋମବାର କଟକ ପଠାଇ ଦିଆଯାଇଛି । ଗତ ୩ ବର୍ଷ ମଧ୍ୟରେ ଏଇଭଳି ୫ରୁ ଊର୍ଦ୍ଧ୍ୱ ଘଟଣା ଘଟିି ଗଲାଣି । ୫ଟି ଘଟଣାକୁ ଅନୁଧ୍ୟାନ କଲେ ମାନସିକ ବିକାର ଗସ୍ତ ବ୍ୟକ୍ତିଙ୍କ ପାଇଁ ଜିଲାରେ ଅନୁଷ୍ଠାନ ଟିଏ ମଧ୍ୟ ନାହିଁ । ଏନେଇ ସମାଜିକ କର୍ମୀ ବିଭୂତି ପଟ୍ଟନାୟକ କୁହନ୍ତି, ମାନବିକ ବିକାର ଗସ୍ତ କେଶ ଆସିଲେ କେହି ସହଯୋଗ କରୁ ନାହାନ୍ତି। ୪ଜଣ ମହିଳାଙ୍କ କ୍ଷେତ୍ରରେ ଏଭଳି ଚିତ୍ର ଦେଖା ଗଲାଣି । ପୁଣି ଅଚିହ୍ନା ବ୍ୟକ୍ତି ଅସୁସ୍ଥ ହୋଇ ବାହାରେ ପଡି ରହିଥିଲେ ମଧ୍ୟ ତାଙ୍କୁ ସେବା ମିଳୁନି । ସ୍ବାସ୍ଥ୍ୟ ବିଭାଗରେ ଭର୍ତ୍ତି କଲେ ଚିକିତ୍ସାଳୟ ପକ୍ଷରୁ ଆଟେଣ୍ଟାଣ୍ଟ ଯୋଗାଇ ଦିଆଯାଉନି । ଆମେ କେବଳ ସଂପୃକ୍ତ ବ୍ୟକ୍ତିଙ୍କ ପାଖେ ଼ ପାଖେ ରହି ସେବା ଯୋଗାଉଛୁ । ନଚେତ୍‌ ସେମାନେ ସେହି ଚିକିସତ୍ାଳୟରେ ପ୍ରାଣ ହରାଇ ଦିଅନ୍ତେ ବୋଲି କହିଛନ୍ତି । ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ସେବା ଯୋଗାଇକୁ ଅନିଚ୍ଛୁକ ବୋଲି କହିଛନ୍ତି । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର କୁହନ୍ତି, ଆମ ପାଖରେ ଖବର ପହଞ୍ଚିଲେ ଆମେ ତ୍ୱରିତ ସେବା ଯୋଗାଇବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି।
ମାନସିକ ବିକାରଗ୍ରସ୍ତଙ୍କ ରହଣି ପାଇଁ ବ୍ୟବସ୍ଥା ହେଉ
ନୟାଗଡ଼ ସହର ଓ ଜିଲାରେ ଅନେକ ମାନସିକ ବିକାରଗସ୍ତ ବ୍ୟକ୍ତି ଘୁରି ବୁଲୁଥିବାରୁ ସେମାନଙ୍କର ରହଣି, ସ୍ବାସ୍ଥ୍ୟସେବା ପାଇଁ ଏକ ଅନୁଷ୍ଠାନ କରାଯାଉ । କଟକ, ପୁରୀ ପରି ନୟାଗଡ଼ରେ ସେମାନଙ୍କୁ ସୁବିଧା ସୁଯୋଗ ମିଳୁ । ଏ ଦିଗରେ ଜିଲା ପ୍ରଶାସନ, ଲୋକ ପ୍ରତିନିଧି ସହଯୋଗ କରିବା ଦରକାର ବୋଲି ଦାବି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?