ଅସହାୟ, ମାନସିକ ବିକାରଗ୍ରସ୍ତ ଉପେକ୍ଷିତ

ନୟାଗଡ଼,୨୭।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କୁ ସେବା ଯୋଗାଇବାକୁ ସ୍ବେଚ୍ଛାସେବୀ ମିଳୁ ନାହାନ୍ତି । ଅନ୍ୟପକ୍ଷେ କିଛି ହାତଗଣତି ସ୍ବେଚ୍ଛାସେବୀ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରୁଥିବାବେଳେ ପ୍ରଶାସନିକ ଓ ସ୍ବାସ୍ଥ୍ୟ ବିଭାଗର ସହଯୋଗ ମିଳୁନି । ସେମାନଙ୍କର ରହଣି ନେଇ ପ୍ରଶ୍ନ ଉଠୁଥିବାବେଳ ଜିଲାର ସ୍ବେଚ୍ଛାସେବୀ ସଂସ୍ଥା ରଖିବାକୁ ଅନିଚ୍ଛୁକ ପ୍ରକାଶ କରୁଛନ୍ତି। ଏଇଭଳି ଅନେକ ଘଟଣାକୁ ଅନୁଧ୍ୟାନ କଲେ ସମାଜରୁ ମାନବିକତା ହଜି ଯାଉଥିବା ଦେଖିବାକୁ ମିଳୁଛି । ତେବେ ସଭା ସମିତିରେ ନିଜକୁ ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଦର୍ଶାଇ ବାହାବା ନେଉଥିବା ବ୍ୟକ୍ତି ନିଜକୁ ସମୀକ୍ଷା କରିବାର ସମୟ ଆସିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଜିଲା ସଦର ମହୁକୁମାରେ ନୟାଗଡ଼ ତ୍ରିିନାଥ ଛକରେ ଏକ ସର୍ଟ ଷ୍ଟେ ହୋମ ରହିଛି। କେହି ଅସୁବିଧାରେ ପଡିଲେ ଏଠାରେ ରହି ପାରିବେ । ତେବେ ଏହି ସଂସ୍ଥାରେ ଗୋଟିଏ ଦିନ ପାଇଁ ରହିବାକୁ ମଧ୍ୟ ସହଜରେ ଅନୁମତି ମିଳୁନି । ଡିଆରଡିଏ ରୋଡରେ ସମର୍ପଣ ନଁାରେ ଏକ ବୃଦ୍ଧାଶ୍ରମ ରହିଛି। ଏଠାରେ ୨୩ ଜଣ ବୃଦ୍ଧାବୃଦ୍ଧ ଅଛନ୍ତି। ତେବେ ଏଠାରେ ଚଳନ୍ତି କ୍ଷମ ବ୍ୟକ୍ତି ବିଶେଷ ରହି ପାରିବେ । ଦଶପଲ୍ଲା ରୋଡରେ ନୂଆ ବସଷ୍ଟାଣ୍ଡ ପାଖରେ ସେବା ନାମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଛି । ଏଠାରେ ଅସହାୟ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ରହୁଛନ୍ତି । ହେଲେ ଏ ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରୁ ନାହିଁ । ପ୍ରଶ୍ନ ଉଠୁଛି ସରକାର ଅସହାୟଙ୍କ ପାଇଁ ସରକାରୀ ଅନୁଦାନ ଯୋଗାଉଛନ୍ତି । ସ୍ବେଚ୍ଛାସେବୀ ଅନୁଷ୍ଠାନ ଅସହାୟଙ୍କ ଅନୁଦାନରେ ମଉଜ କରୁଛନ୍ତି। ତେବେ ସେମାନଙ୍କର କାର୍ଯ୍ୟକଳାପର କାହିଁକି ଅନୁଧ୍ୟାନ କରାଯାଉନି । ସେବା ନ ଯୋଗାଇ ନିଜକୁ ଗରୀବର ବନ୍ଧୁ କହି ସରକାରୀ ଅନୁଦାନ ହଡ଼ପ କରୁଥିବା ସଂସ୍ଥାକୁ କେତେଦିନ ଜିଲା ପ୍ରଶାସନ ସହଯୋଗ କରୁଥିବ ବୋଲିି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ଜିଲାରେ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି । ଏହି ବିଭାଗ ମଧ୍ୟ କିଛି କାମ କଲା ପରି ଲାଗୁନି ।

ମାନସିକ ବିକାରଗ୍ରସ୍ତ ମହିଳା ହଟହଟା
ନୟାଗଡ଼ ସହରରେ ଜଣେ ମାନସିକ ବିକାର ଗସ୍ତ ମହିଳା ଉଲଗ୍ନ ହୋଇ ଘୁରି ବୁଲୁଥିଲେ। ଇଟାମାଟିର କେତେଜଣ ସ୍ବେଚ୍ଛାସେବୀ ସଂପୃକ୍ତ ମହିଳାଙ୍କୁ ଡ୍ରେସ ପିନ୍ଧାଇ ଚାଲିଗଲେ । ପରେ ସେହି ମହିଳା ପୁଣି ଉଲଗ୍ନ ହୋଇ ବୁଲିଲେ। ନୟାଗଡ଼ର ସ୍ବେଚ୍ଛାସେବୀ ବିଭୂତି ପଟ୍ଟନାୟକ ଓ ତାଙ୍କର ସାଥି ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟସେବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ଉଦ୍ୟମ କଲେ । ମହିଳା ଯୋଗୁ ମହିଳା ଆଟେନାଣ୍ଟର ଆବଶ୍ୟକତା ଥିବାରୁ ଉଦ୍ଧାର କାର୍ଯ୍ୟ ଡେରି ହେଲା । ପୋଲିସ, ପ୍ରଶାସନର ସହଯୋଗ ମିଳିଲାନି । ୪ରୁ ୫ ଘଣ୍ଟା ପରେ ବିଭୂତି ପଟ୍ଟନାୟକ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଲେ । ପରବର୍ତ୍ତି ପର୍ଯ୍ୟାୟରେ ବିଚାର ବିଭାଗ ଓ ଜିଲାପାଳଙ୍କ ହସ୍ତକ୍ଷେପ ପରେ ଚାପରେ ଚେପା ହୋଇ ଟିକିଏ ସେବା ମିଳିଲା । ଅନ୍ୟପକ୍ଷେ ସଂପୃକ୍ତ ମହିଳାଙ୍କ ରହଣି ନେଇ ପ୍ରସଙ୍ଗ ଉଠିବାବେଳେ ସେବା ଅନୁଷ୍ଠାନ ରୋକ୍‌ଠୋକ୍‌ ମନା କରି ଦେଲେ । ପରେ ତାଙ୍କୁ ଗତ ସୋମବାର କଟକ ପଠାଇ ଦିଆଯାଇଛି । ଗତ ୩ ବର୍ଷ ମଧ୍ୟରେ ଏଇଭଳି ୫ରୁ ଊର୍ଦ୍ଧ୍ୱ ଘଟଣା ଘଟିି ଗଲାଣି । ୫ଟି ଘଟଣାକୁ ଅନୁଧ୍ୟାନ କଲେ ମାନସିକ ବିକାର ଗସ୍ତ ବ୍ୟକ୍ତିଙ୍କ ପାଇଁ ଜିଲାରେ ଅନୁଷ୍ଠାନ ଟିଏ ମଧ୍ୟ ନାହିଁ । ଏନେଇ ସମାଜିକ କର୍ମୀ ବିଭୂତି ପଟ୍ଟନାୟକ କୁହନ୍ତି, ମାନବିକ ବିକାର ଗସ୍ତ କେଶ ଆସିଲେ କେହି ସହଯୋଗ କରୁ ନାହାନ୍ତି। ୪ଜଣ ମହିଳାଙ୍କ କ୍ଷେତ୍ରରେ ଏଭଳି ଚିତ୍ର ଦେଖା ଗଲାଣି । ପୁଣି ଅଚିହ୍ନା ବ୍ୟକ୍ତି ଅସୁସ୍ଥ ହୋଇ ବାହାରେ ପଡି ରହିଥିଲେ ମଧ୍ୟ ତାଙ୍କୁ ସେବା ମିଳୁନି । ସ୍ବାସ୍ଥ୍ୟ ବିଭାଗରେ ଭର୍ତ୍ତି କଲେ ଚିକିତ୍ସାଳୟ ପକ୍ଷରୁ ଆଟେଣ୍ଟାଣ୍ଟ ଯୋଗାଇ ଦିଆଯାଉନି । ଆମେ କେବଳ ସଂପୃକ୍ତ ବ୍ୟକ୍ତିଙ୍କ ପାଖେ ଼ ପାଖେ ରହି ସେବା ଯୋଗାଉଛୁ । ନଚେତ୍‌ ସେମାନେ ସେହି ଚିକିସତ୍ାଳୟରେ ପ୍ରାଣ ହରାଇ ଦିଅନ୍ତେ ବୋଲି କହିଛନ୍ତି । ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ସେବା ଯୋଗାଇକୁ ଅନିଚ୍ଛୁକ ବୋଲି କହିଛନ୍ତି । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର କୁହନ୍ତି, ଆମ ପାଖରେ ଖବର ପହଞ୍ଚିଲେ ଆମେ ତ୍ୱରିତ ସେବା ଯୋଗାଇବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି।
ମାନସିକ ବିକାରଗ୍ରସ୍ତଙ୍କ ରହଣି ପାଇଁ ବ୍ୟବସ୍ଥା ହେଉ
ନୟାଗଡ଼ ସହର ଓ ଜିଲାରେ ଅନେକ ମାନସିକ ବିକାରଗସ୍ତ ବ୍ୟକ୍ତି ଘୁରି ବୁଲୁଥିବାରୁ ସେମାନଙ୍କର ରହଣି, ସ୍ବାସ୍ଥ୍ୟସେବା ପାଇଁ ଏକ ଅନୁଷ୍ଠାନ କରାଯାଉ । କଟକ, ପୁରୀ ପରି ନୟାଗଡ଼ରେ ସେମାନଙ୍କୁ ସୁବିଧା ସୁଯୋଗ ମିଳୁ । ଏ ଦିଗରେ ଜିଲା ପ୍ରଶାସନ, ଲୋକ ପ୍ରତିନିଧି ସହଯୋଗ କରିବା ଦରକାର ବୋଲି ଦାବି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri