ଅସହାୟ ଜି ୭

ବ୍ରିଟେନ୍‌ କର୍ନଓ୍ବାଲ୍‌ର କାର୍ବିସ୍‌ ବେ’ଠାରେ ୧୧ରୁ ୧୩ ଜୁନ୍‌ ଯାଏ ୩ ଦିନ ଧରି ୪୭ତମ ଜି ୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍‌ରଁ, ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ, ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଉପସ୍ଥିତ ଥିଲେ। ଏମାନଙ୍କ ସହ ୟୁରୋପୀୟ ସଂଘ କମିଶନ ସଭାପତି ଉର୍ସୁଲା ଭନ୍‌ ଡେର୍‌ ଲିଏନ୍‌ ଓ କାଉନ୍‌ସିଲ ସଭାପତି ଚାର୍ଲସ ମିଶେଲ ଭାଗ ନେଇଥିଲେ। ନିମନ୍ତ୍ରିତ ରାଷ୍ଟ୍ରର ନେତା ଭାବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍‌ ରାମଫୋସା, ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜେ-ଇନ୍‌ ସମ୍ମିଳନୀରେ ଉପସ୍ଥିତ ଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୁମ୍‌ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଭାଗ ନେବାକୁ ଦିଆଯାଇଥିଲା। ଏହାର କାରଣ ହେଉଛି ଭାରତରେ ଲାଗି ରହିଥିବା କରୋନା ସଂକ୍ରମଣ ଯୋଗୁ ମୋଦିଙ୍କୁ ଇଂଲଣ୍ଡ ଯାତ୍ରା କରିବାକୁ ଅନୁମତି ଦିଆଯାଇ ନ ଥିଲା। ସମ୍ମିଳନୀର ଚିତ୍ର ଦେଖିଲେ ନେତାମାନେ ସାମାଜିକ ଦୂରତା ବଜାୟ ରଖୁଥିବା ବେଳେ ମାସ୍କ ପିନ୍ଧି ନ ଥିଲେ, ଯେହେତୁ ସେମାନେ ଟିକା ନେଇସାରିଛନ୍ତି। ତେବେ ସେମାନଙ୍କୁ ନୈଶ ଭୋଜି ପାଇଁ ନିମନ୍ତ୍ରଣ କରିଥିବା ବ୍ରିଟେନ୍‌ ରାଣୀ ଏଲିଜାବେଥ ୨ୟ କୌତୂହଳରେ କହିଲେ ଯେ, ନେତାମାନଙ୍କ ମୁହଁ ଦେଖିଲେ ମନେହେଉଛି ଯେପରି ଏକ ସୁଖର ଉତ୍ସବ ପାଳୁଛନ୍ତି।
ସମ୍ମିଳନୀରେ କୋଭିଡ୍‌-୧୯ର ମୁକାବିଲା ଓ ଟିକାକରଣ ସଂକ୍ରାନ୍ତ ଆଲୋଚନା ମୁଖ୍ୟ ବିଷୟବସ୍ତୁ ପାଲଟିଥିଲା। ଏଥିସହିତ ଚାଇନାକୁ କିଭଳି ମୁକାବିଲା କରିହେବ ସେ ନେଇ ନେତାମାନେ ବିଭିନ୍ନ ମତ ଦେଇଥିଲେ। ବିଶେଷକରି ୭ ବିକଶିତ ରାଷ୍ଟ୍ର ଚାଇନା ବିରୋଧରେ ରଣନୀତି କରୁଥିବା ଶୁଣିବା ପରେ ୧୩ ଜୁନ୍‌ରେ ବେଜିଂ ସେମାନଙ୍କୁ ଯେଉଁ ଦୃଢ଼ ଜବାବ ଦେଇଛି, ତାହା ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତିକ୍ରିୟା ପ୍ରକାଶ କରି ଚାଇନା କହିଛି ଯେ, ଏହି କ୍ଷୁଦ୍ର ଦେଶସମୂହ ବିଶ୍ୱର ଭାଗ୍ୟ ନିର୍ଦ୍ଧାରଣ କରିବାର ସମୟ ଚାଲିଗଲାଣି। ଯେକୌଣସି ରାଷ୍ଟ୍ର ବଡ଼ ହେଉ ବା ଛୋଟ, ଶକ୍ତିଶାଳୀ ହେଉ ବା ଦୁର୍ବଳ, ଗରିବ ହେଉ ଅଥବା ଧନୀ ସବୁ ଦେଶର ପରାମର୍ଶ ଜରିଆରେ ବିଶ୍ୱ ବ୍ୟାପାର ପରିଚାଳନା ହେବା ଚାଇନା ଚାହେଁ ବୋଲି ଲଣ୍ଡନରେ ଥିବା ଚାଇନା ଦୂତାବାସ ମୁଖପାତ୍ର ମତ ରଖିଛନ୍ତି। ତାଙ୍କର ଏହି ମତ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଜି ୭ ରାଷ୍ଟ୍ରଗୋଷ୍ଠୀ ପ୍ରତି ଥିବା ମୁକାବିଲାମୂଳକ ଜବାବ ବୋଲି କୁହାଯାଉଛି।
ଚାଇନା ଏକାକୀ ବିଶ୍ୱର ଧନୀ ରାଷ୍ଟ୍ରଗୁଡ଼ିକୁ ଏଭଳି ଚେତାବନୀ ଦେବାକୁ ବଳ କେଉଁଠୁ ପାଉଛି ବୋଲି ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ। କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚାଇନା ବୋଲି ଅନେକ ଗବେଷଣାତ୍ମକ ରିପୋର୍ଟରୁ ଜଣାପଡ଼ିଲାଣି। ଏହି ଭୂତାଣୁ ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟ କ୍ଷେତ୍ର ସହ ଅର୍ଥନୀତିକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ତେଣୁ ସବୁ ରାଷ୍ଟ୍ର ବେଜିଂ ଉପରେ କ୍ରୋଧିତ ହେବା ସ୍ବାଭାବିକ। କିନ୍ତୁ ଏଭଳି ଅସ୍ବାଭାବିକ ସ୍ଥିତି ଚାଇନାର ଶକ୍ତି ବୃଦ୍ଧି କରାଇବାରେ ସହାୟକ ହୋଇଛି। ଏହି ସମୟ ମଧ୍ୟରେ ବିକଶିତ ଦେଶଗୁଡ଼ିକର କରାମତି କେତେ ରହିଛି ତାହାକୁ ବେଜିଂ ଓଜନ କରିନେଇଛି। ୧୨ ଜୁନ୍‌ରେ ହଂକଂ ତା’ର ଦ୍ୱିତୀୟ ବିଦ୍ରୋହ ବାର୍ଷିକୀ ପାଳନ କରିଛି। ବିଶ୍ୱବ୍ୟାପୀ ଏ ନେଇ ପ୍ରତିବାଦ ଦିବସ ପାଳନ ହେଲା। ଜି ୭ କେବଳ ହଂକଂ, ଜିନ୍‌ଜିଆଙ୍ଗ୍‌, ଦକ୍ଷିଣ ଚାଇନା ସମୁଦ୍ର ଓ ତିବ୍ବତ ଭଳି ଘଟଣାକୁ ନିନ୍ଦା କରିବା ବ୍ୟତୀତ ଅନ୍ୟ କିଛି କରିପାରିଲା ନାହିଁ। ଫଳରେ ଚାଇନା ଧରିନେଲା ଯେ, ଏହି ଅସହାୟ ରାଷ୍ଟ୍ରଗୋଷ୍ଠୀ ବିଶ୍ୱବ୍ୟାପାରରେ ସେଭଳି କୌଣସି ନିଷ୍ପତ୍ତି ନେଇପାରିବ ନାହିଁ। ସେଥିପାଇଁ ଜି ୭କୁ କ୍ଷୁଦ୍ର ଗୋଷ୍ଠୀର ଆଖ୍ୟ ଦେଇ ବିଶ୍ୱକୁ ଚାଇନା ଜଣାଇଦେଲା ଯେ, ଏମାନଙ୍କ ରାଜୁତି କରିବାର ଯୁଗ ସରିଗଲାଣି।
ଚାଇନା ବିଶ୍ୱଶକ୍ତି ହେବା ପାଇଁ କିଛି ଦଶନ୍ଧି ଧରି ନିରନ୍ତର ଉଦ୍ୟମ କରିଚାଲିଛି। ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌ (ଓବର) ବା ଦି ବେଲ୍‌ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ ଭାବେ ଜଣାଶୁଣା) ଜରିଆରେ ଅର୍ଥନୈତିକ କାରବାର ଲାଗି ଚାଇନା ପୃଥିବୀର ପାଖାପାଖି ୭୦ ରାଷ୍ଟ୍ରରେ ବାସ୍ତବ ଭିତ୍ତିଭୂମି ସୃଷ୍ଟି କରୁଛି। ଏଥିସହିତ ପଡ଼ୋଶୀ ଓ ଅର୍ଥନୀତି ଦୃଷ୍ଟିରୁ ଦୁର୍ବଳ ଦେଶଗୁଡ଼ିକୁ ଋଣ ହେଉ ବା ଆର୍ଥିକ ସହାୟତା ଦେଇ ସେଗୁଡ଼ିକୁ ନିଜ ଆଡ଼କୁ ଆକର୍ଷିତ କରିବାରେ ଲାଗିଛି। ଚାଇନାର ବୃହତ୍‌ ଅର୍ଥନୀତି ଓ ଏକଚ୍ଛତ୍ରବାଦୀ ସରକାର ବିଶ୍ୱର ଗଣତାନ୍ତ୍ରିକ ଦେଶଗୁଡ଼ିକର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ ବୋଲି ଜଣାଇ ଦେଲାଣି। ଏହି ପୃଷ୍ଠଭୂମିରେ ଦେଖିଲେ ବାସ୍ତବ କାର୍ଯ୍ୟ ନ କରି ଜି ୭ କେବଳ ଉଚ୍ଚସ୍ବରରେ ସାହାଯ୍ୟ କରିବ ବୋଲି କହିଚାଲିଲେ ତାହା ମୁକ୍ତ ବିଶ୍ୱକୁ କ୍ଷତି ପହଞ୍ଚାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri