ବାତ୍ୟା ମୋନ୍ଥା ପ୍ରଭାବରେ ହେକ୍ଟର ହେକ୍ଟର ଫସଲ ନଷ୍ଟ , ସ୍ଥିତି ପରଖିଲେ ଜିଲାପାଳ, ଦେଲେ ଏଭଳି ପ୍ରତିଶ୍ରୁତି

ଛତ୍ରପୁର, ୩୦।୧୦( ଦିଲ୍ଲୀପ ସାମଲ): ବାତ୍ୟାରୁ ବର୍ତ୍ତିଗଲା ଗଞ୍ଜାମ ଜିଲା, କିନ୍ତୁ ଚାଷୀଙ୍କୁ ଦେଇଗଲା ଦୁଃଖ। ବାତ୍ୟା ମୋନ୍ଥା ପ୍ରଭାବରେ ଜିଲାରେ ଲଗାଣ ବର୍ଷା ଦେଖିବାକୁ ମିଳିଥିଲା । ଉପରମୁଣ୍ଡରେ ବର୍ଷା ପାଇଁ ନଦୀର ଜଳସ୍ତର ବୃଦ୍ଧି ହେତୁ ଚାଷଜମିରେ ପଶିବା ସହ ଶହ ଶହ ହେକ୍ଟର ଚାଷ ଜମିରେ ଲହଡି ମାରୁଛି ପାଣି। ଯାହାକୁ ନେଇ ଚିନ୍ତାରେ ଚାଷୀ । ସେମାନଙ୍କ ସୁନାର ଫସଲ ଏବେ ବର୍ଷା ପାଇଁ ସବୁ ନଷ୍ଟ ହୋଇଯିବ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର କରଜ କରି ଚାଷୀ ଧାନ ଚାଷ କରିଥିବା ବେଳେ ଏବେ ଜମିରେ ପାଣି ପଶିଯାଇଛି। ଛତ୍ରପୁର ବ୍ଲକ ଅଗସ୍ତିନୁଆଗାଁରେ ହେକ୍ଟର ହେକ୍ଟର ଧାନ ଜମିରେ ପାଣି ସଠିକ ଭାବେ ନିଷ୍କାସନ ନହୋଇ ଜମି ରହିଥିବା ଦେଖିବାକୁ ମିଳିଛି । ଜମିରେ ୩ଫୁଟ ଉପରେ ପାଣି ରହିଛି । ଯାଦ୍ୱାରା ଧାନ ନଷ୍ଟ ହେବାର ଯଥେଷ୍ଟ ସମ୍ବାବନା ରହିଥିବା ଚାଷୀ କହିଛନ୍ତି । ଆଉ କିଛି ଦିନ ଗଲେ ଧାନା କାଟିଥାନ୍ତା ଚାଷୀ । କିନ୍ତୁ ଏବେ ପାଣି ଜମିଥିବାରୁ ଚାଷୀର ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ଆଜି ନିଜେ ଗଞ୍ଜାମ ଜିଲାପାଳ ଭି.କିର୍ତ୍ତି ଭାସନ କ୍ଷେତ ଜମି ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଜିଲାପାଳ ସ୍ଥିତି ପରଖିଛନ୍ତି। ଋଷିକୁଲ୍ୟାର ପାଣି ସଠିକ ନିଷ୍କାସନ ହୋଇପାରୁନଥିବାରୁ ଏହି ସମସ୍ୟା ଦେଖାଦେଉଛି । ଗାର୍ଡ ୱାଲ, ମୁହାଣ ଖନନ ହୋଇପାରିଲେ ଏହି ସମସ୍ୟା ହେବ ନାହିଁ ବୋଲି ଚାଷୀମାନେ ଜିଲାପାଳଙ୍କୁ କହିଥିଲେ ଏବଂ କ୍ଷତିର ଆକଳନ କରିବାକୁ କହିଥିଲେ । ଫସଲ ଜମିରେ ପାଣି କମିଲେ ସଠିକ କ୍ଷତି ଆକଳନ ସମେତ ଯେଉଁ ସମସ୍ୟା ରହିଛି ତାହାର ସମାଧାନ କରିବାକୁ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ ଜିଲାପାଳ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପରେ ସାଂଘାତିକ ‘ହିଟ୍‌-ଡୋମ୍‌’

ଲଣ୍ଡନ, ୨୫ା୬ (ଏପି): ସମଗ୍ର ପଶ୍ଚିମ ୟୁରୋପରେ ସୃଷ୍ଟି ହୋଇଥିବା ‘ହିଟ୍‌-ଡୋମ୍‌’ (ଉତ୍ତପ୍ତ ବାୟୁ ବଳୟ) ଯୋଗୁ ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍‌ ଭଳି ପ୍ରମୁଖ…

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାକୁ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଦିନିକିଆ ଗସ୍ତରେ ଆସିଥିଲେ। ଏହି ସମୟରେ ଭବାନୀପାଟଣା ସ୍ଥିତ ଜିଲା…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri