ପୁରୁଷୋତ୍ତମପୁର,୨୭ା୨(ଡି.ଏନ.ଏ.): ପୁରୁଷୋତ୍ତମପୁର ବ୍ଲକ ୩୫ ନଂ ଜୋନ ଅଧିନରେ ଥିବା ୮ ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭୀମପୁର ଓ ପାଣ୍ଡିଆ ପଞ୍ଚାୟତ ସମିତି ସଭ୍ୟ ପଦବୀ ଉପରେ ସଭିଙ୍କ ନଜର ରହିଥିଲା। ଯାହାକି ଦୁଇ ଥର ସରପଞ୍ଚ , ଥରେ ସମିତି ସଭ୍ୟ ହେବା ସହ ଥରେ ନିଜ ସ୍ତ୍ରୀଙ୍କୁ ସମିତି ସଭ୍ୟ କରାଇଥିବା ଅପରାଜିତ ହେବିୱେଟ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲିଙ୍ଗରାଜ ସାହୁଙ୍କ ସହ ଜଣେ ରାଜନୀତିରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବା ସାଧାରଣ ବ୍ୟକ୍ତି ଜଗନ୍ନାଥ ପାତ୍ର ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏଥିରେ ଜଗନ୍ନାଥ ୪୩୪ ଖଣ୍ଡ ଅଧିକା ଭୋଟପାଇ ବିଜୟୀ ହୋଇଛନ୍ତି। ସେହିପରି ପାଣ୍ଡିଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଥିବା ପି ଗୋପାଳଙ୍କ ପରିବାର ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀରେ ରହିଥିବା ବେଳେ ବର୍ତ୍ତମାନ ପରାଜୟ ହୋଇଛନ୍ତି। ସେହିପରି ଅନ୍ତରି ଗାଁ ସରପଞ୍ଚ ମାମି ପରିଡା, ସମିତି ସଭ୍ୟ ମମତା ବାରିକ, ଭୀମପୁର ପଞ୍ଚାୟତର ସରପଞ୍ଚ ମାମାଲି ଦାସ, ସମିତି ସଭ୍ୟ ଜଗନ୍ନାଥ ପାତ୍ର, ବଡଖରିଡାର ସରପଞ୍ଚ କମା ଦଳେଇ, ସମିତି ସଭ୍ୟ ଅନିଲ କୁମାର ଦାଶ, ପାଣ୍ଡିଆର ସରପଞ୍ଚ ସବିତା ସେଠୀ, ସମିତି ସଭ୍ୟ ସୀମାଞ୍ଚଳ ଗୌଡ, ସିହେଚ ନୂଆଁ ଗାଁ ପଞ୍ଚାୟତ ସରପଞ୍ଚ ସତ୍ୟଭାମା ସ୍ବାଇଁ, ସମିତି ସଭ୍ୟ ଆଭା ପରିଡା, ଟଙ୍କାଛାଇର ସରପଞ୍ଚ ବିଶ୍ୱନାଥ ବେହେରା, ସମିତି ସଭ୍ୟ ଡଲି ବେହେରା, ଜାମୁନିର ସରପଞ୍ଚ ଇନ୍ଦ୍ରଜିତ ନାୟକ, ସମିତି ସଭ୍ୟ ମମିତା ମଲିକ, ଝାଡବାଇର ସରପଞ୍ଚ ପ୍ରିୟଙ୍କା ସେଠୀ, ସମିତି ସଭ୍ୟ ସୁଲତା ସେଠୀ ନିର୍ବାଚିତ ହୋଇଛନ୍ତି। ଏହାସହ ୱାର୍ଡ ସଭ୍ୟମାନଙ୍କର ମଧ୍ୟ ଫଳାଫଳ ଘୋଷଣା ହୋଇଛି। ନିର୍ବାଚନ ଅଧିକାରୀ ବିଡିଓ ବିଜୟ କୁମାର ବେହେରା ଏହାକୁ ପରିଚାଳନା କରିଥିଲେ।
Posted inHome Left, ଆମ ଜିଲା ଖବର, ଗଞ୍ଜାମ, ପଞ୍ଚାୟତ ଇଲେକ୍ସନ View All
ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ
ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…
ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍, ୬୨ଟଙ୍କାରୁ ଅଧିକ …
ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…
ଏମ୍ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି
ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…
ବିଶ୍ୱର ପ୍ରଥମ ବ୍ୟାଟର୍ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା
ଗୁଆହାଟୀ,୧।୧୦: ‘ହିଟ୍ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…
ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…
ଗିଲ୍ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…
ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…
ଭୁବନେଶ୍ୱର,୧।୧୦(ସୁନିତ୍ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…
ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

