ପଲିଥିନମୁକ୍ତ ସହର ଅଭିଯାନ ବାଟବଣା

ରାଉରକେଲା,୨।୩(ବିପ୍ଲବ ରନ ଦାଶ): ୨୦୦୮ରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ସରକାର ଆଇନଗତ କଟକଣା ସହ ବ୍ୟାପକ ସଚେତନତା ଅଭିଯାନ କରୁଛନ୍ତି। ୨୦୨୨ରେ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଏବଂ ପଲିଥିନ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି। ଏହାସତ୍ତ୍ୱେ ରାଉରକେଲା ସହରରେ ପଲିଥିନ ଏବଂ ପ୍ଲାଷ୍ଟିକର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଫଳରେ ପଲିଥିନମୁକ୍ତ ରାଉରକେଲା ସହର ଅଭିଯାନ ବାଟବଣା ହୋଇଛି।
ରାଉରକେଲା ସହରର ପ୍ରାୟ ସବୁ ହୋଟେଲ, ରେଷ୍ଟୁରାଣ୍ଟ, ଆମିଷ ବଜାର, ମିଷ୍ଟାନ୍ନ ବଜାର, ବିଭିନ୍ନ ମଲ୍‌, ପରିବା ବଜାର ଏବଂ ତେଜରାତି ଦୋକାନରେ ଏଭଳି କିସମର ପତଳା ପଲିଥିନ ବହୁଳ ଭାବେ ଖୁଲମଖୁଲା ବ୍ୟବହାର ହେଉଛି। ରାଉରକେଲାରେ ଏଭଳି ଗୋଟିଏ ବି ଉଦ୍ୟୋଗ ନ ଥିବା ବେଳେ ପ୍ରାୟତଃ ଛତିଶଗଡ, ରାୟପୁର ଆଦି ଅଞ୍ଚଳରୁ ଏଠାକୁ ପଲିଥିନ ଏବଂ ପ୍ଲାଷ୍ଟିକ ଆସୁଛି। ଏଥିସହ ପ୍ରାୟ ସବୁ ପଲିଥିନ ପ୍ଲାଷ୍ଟିକ ପ୍ୟାକେଟ ଚାଇନା ମେଡ୍‌ ଥିବା ଜଣାପଡିଛି। ପରିବେଶ ପାଇଁ କ୍ଷତିକାରକ ଏଭଳି ଉପାଦାନର ବହୁଳ ବ୍ୟବହାର ରୋକିବା ଦାୟିତ୍ୱ ରାଉରକେଲା ପରିବେଶ ବିଭାଗ ଓ ଆର୍‌ଏମ୍‌ସି ଉପରେ ନ୍ୟସ୍ତ ରହିଛି। ଆରଏମସି ପକ୍ଷରୁ ଦୈନିକ ୧୫୦ ଏମ୍‌ଟି ଆବର୍ଜନା ସଲିଡ୍‌ ଓ୍ବେଷ୍ଟ ପୁନଃଚକ୍ରଣରେ ବିଶୋଧନ ହେଉଛି ଓ ଦୈନିକ ୩୩୩ ସିୟୁଏମ୍‌ ସଲିଡ ଓ୍ବେଷ୍ଟରୁ ୬୭ ସିୟୁଏମ ସଲିଡ ଓ୍ବେଷ୍ଟ ପୁନଚକ୍ରଣ ହୋଇ କମ୍ପୋଷ୍ଟ ଖତ ଉପତ୍ାଦନ କରାଯାଉଛି। ଏହାସତ୍ତ୍ୱେ ପଲିଥିନର ବହୁଳ ବ୍ୟବହାର ଯୋଗୁ ଏହା ସହରର ବିଭିନ୍ନ ସ୍ଥାନରେ ଏଣେତେଣେ ପଡିଥିବା ଦେଖାଯାଉଛି। ଅନ୍ୟପଟେ ଫୁଡ ପ୍ରଡକ୍ଟ କମ୍ପାନୀ ପ୍ରସ୍ତୁତ ପ୍ଲାଷ୍ଟିକ ପାଣି ବୋତଲ ଏମ୍‌ଏଫ୍‌ଜି ତାରିଖ ମଧ୍ୟ ରହୁନାହିଁ। ଗୋଟିଏ ଇମେଲ ଆଇଡି ଏବଂ କଷ୍ଟମର କେୟାର ନମ୍ବର ବୋତଲରେ ଛପା ହେଉଛି। ମାତ୍ର କଷ୍ଟମର କେୟାର ନମ୍ବରକୁ ଫୋନ୍‌ କଲେ ଲାଗୁନାହିଁ। ଲୋକମାନେ ବାଧ୍ୟହୋଇ ଏକ୍ସପାଏରି ପାଣି ପିଉଛନ୍ତି। ସେହିପରି ବୋତଲ ଶୁଷ୍କ ତଥା ଥଣ୍ଡା ଜାଗାରେ ରଖିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସହରର ଦୋକାନୀମାନେ ଖରାରେ ରଖି ବିକ୍ରି କରୁଛନ୍ତି। ଏହା ଉପରେ ବିଭାଗର ନୀରବତା ସହର ପରିବେଶ ଓ ସହରବାସୀଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ସାଜୁଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି।
ଏ ନେଇ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ବିଭାଗ ମୁଖ୍ୟ ଅଧିକାରୀ ଅନୁପ ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ, ମୁଁ ୭ମାସ ହେଲା ରାଉରକେଲା ପ୍ରଦୂଷଣ ବିଭାଗରେ ଯୋଗ ଦେଇଛି। ଏହି ସମୟ ମଧ୍ୟରେ ୫ଥର ସହରର ବିଭିନ୍ନ ସ୍ଥାନରେ ରିସାଇକ୍ଲିଂ ହୋଇପାରୁ ନ ଥିବା ଏକ୍ସଜିନ କିସମର ପତଳା ପଲିଥିନ ଓ ପ୍ଲାଷ୍ଟିକ ଥିବା ଦୋକାନ ଉପରେ ଚଢାଉ ହୋଇଛି। ଆଗକୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ବ୍ୟାପକ ଚଢାଉ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?