Posted inଜାତୀୟ

କେରଳରେ ବର୍ଷା ବିତ୍ପାତ,୮ମୃତ

ଥିରୁଭାନନ୍ତପୁରମ୍‌,୧୭।୧୦: କେରଳରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ଏହି ରାଜ୍ୟର ୫ଟି ଜିଲାକୁ ବୁଡ଼ାଇଛି ଲଗାଣ ବର୍ଷା। ବିଶେଷତଃ ଇଦୁକି, କୋଟ୍ଟାୟମ ଓ ପଥାନମଥିଟ୍ଟା ଜିଲାରେ ଅଧିକ ପ୍ରଭାବ ପଡ଼ିଛି। କେରଳର ଲଗାଣ ବର୍ଷା ଓ ଭୂସ୍ଖଳନରେ ୮ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ବହୁ ଲୋକ ନିଖୋଜ ଥିବା ସୂଚନା ମଧ୍ୟ ରହିଛି। କେରଳ ସରକାରଙ୍କ ଅନୁରୋଧ କ୍ରମେ ଏନ୍‌ଡିଆର୍‌ଏଫ୍‌, ସ୍ଥଳସେନା ଓ ବାୟୁସେନା ଦ୍ୱାରା ୧୧ଟି ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସେମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।
ରାସ୍ତାଘାଟରେ ପାଣି ଲହଡ଼ିି ଭାଙ୍ଗିବା ସହ ଘରଦ୍ୱାର ବୁଡ଼ିଯାଇଛି। ରାସ୍ତାରେ ଗଛସବୁ ଭାଙ୍ଗି ବର୍ଷାପାଣି ଜମାଟ ବାନ୍ଧିଛି। ଘରର ଆସବାବପତ୍ର ମଧ୍ୟ ପାଣିରେ ଭାସିଯାଇଛି। ଏହିସବୁ ଜିଲାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୀନାଚଳ ଓ ମାନିମାଲ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଥି ସହ ରବିବାର ଜୋର ବର୍ଷା ହେବା ନେଇ ପଥାନମଥିଟ୍ଟା,କୋଟ୍ଟାୟମ, ଏର୍ନାକୁଲମ, ଇଦୁକି, ଥ୍ରୀସୁର ଓ ପଲ୍ଲକଡ୍‌ ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲାରେ ୧୮ରେ ଖୋଲିବାକୁ ଯାଉଥିବା ସ୍କୁଲ କଲେଜକୁ ୨୦ଯାଏ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୧।୬: ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ଠିକ୍‌ ଜୁନ୍‌ ପହିଲାରେ କେରଳ ଛୁଇଁଛି ମୌସୁମୀ। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ...

ବିହାର ବୋର୍ଡ ମାଟ୍ରିକ୍‌ ପରୀକ୍ଷା ଟପ୍ପର ହେଲେ ହିମାଂଶୁ ରାଜ

ପାଟନା,୨୬।୫: ବିହାର ବୋର୍ଡର ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହିମାଂଶୁ ରାଜ ୯୬.୨୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ମୋଟ ୫୦୦ରୁ...

୯ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୧ଟି ରାଜ୍ୟରେ ୯ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ...

କମଲନାଥଙ୍କ ଗୋଡ଼ ଟାଣିବାକୁ ଉଦ୍ୟମ

ଭୋପାଳ,୨୨ା୫(ପି.ଟି.): ସାଧାରଣ ନିର୍ବାଚନ ଶେଷହେବା ପରେ ମଧ୍ୟପ୍ରଦେଶର କଂଗ୍ରେସ ନେତୃତ୍ୱାଧୀନ କମଲନାଥ ସରକାର ଉପରେ ଅସ୍ଥିରତାର କଳାବାଦଲ ଘନେଇବାରେ ଲାଗିଛି। କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ...

ମୁମ୍ବାଇରେ ପହଞ୍ଚିଲେ ସିନ୍ଧେ

ମୁମ୍ବାଇ, ୩୦।୬: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେ ଗୁରୁବାର ଅପରାହ୍ନରେ ମୁମ୍ବାଇରେ ପହଞ୍ଚିଛନ୍ତି। ଭାଜପା ନେତା ଦେବେନ୍ଦ୍ର ଫଡନ୍‌ବିସ୍‌ ସହ ସିନ୍ଧେ ରାଜ୍ୟପାଳଙ୍କୁ ଭେଟି...

ଏନ୍‌ଡିଏରେ କେବେ ସାମିଲ ହେବ ଟିଡିପି? ଚନ୍ଦ୍ରବାବୁ ନାଇଡୁ ଦେଲେ ଜବାବ, କହିଲେ ସମୟ ଆସିଲେ…

ନୂଆଦିଲ୍ଲୀ,୧୬।୮: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ) ଏହାର ବଂଶ ବୃଦ୍ଧିରେ ନିୟୋଜିତ ଅଛି। ଏହି ସମୟ ମଧ୍ୟରେ ଚନ୍ଦ୍ରବାବୁ...

ସଞ୍ଜୟ ରାଉତଙ୍କୁ ଆଶ୍ୱସ୍ତି ନାହିଁ

ମୁମ୍ବାଇ,୧୦।୧୦: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ କୋର୍ଟରୁ ଝଟ୍‌କା ମିଳିଛି। ସଞ୍ଜୟଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ଅକ୍ଟୋବର ୧୭...

୫୦%କୁ ବଢ଼ିବ ଅକ୍ଷୟ ଶକ୍ତି କ୍ଷମତା

ନୂଆଦିଲ୍ଲୀ, (ନ୍ୟୁ ଇଣ୍ଡିଆ ସମାଚାର) ୧୪ା୧୨: ସଦ୍ୟ ଶେଷ ହୋଇଥିବା ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ଭାରତ ବ୍ୟକ୍ତିଗତ ସ୍ବାର୍ଥ ପରିବର୍ତ୍ତେ ସମଗ୍ର ବିଶ୍ୱର ହିତକୁ ଦୃଷ୍ଟି...

Advertisement
Archives

Model This Week