ଢେଙ୍କାନାଳରେ ପାରଦ ୪୧ ଟପିଲା

ଢେଙ୍କାନାଳ ଅଫିସ,୧୯।୪: ଢେଙ୍କାନାଳ ସହରର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ସକାଳୁ ଟାଣ ଖରା ସାଙ୍ଗକୁ ମଧ୍ୟାହ୍ନରେ ତତଲା ପବନ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିସହ ଘନ ଘନ ବିଦ୍ୟୁତ୍‌ କାଟ୍‌ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ମଙ୍ଗଳବାର ଢେଙ୍କାନାଳର ତାପମାତ୍ରା ୪୧ ଡିଗ୍ରୀ ଟପିଯାଇଥିବା ଜଣାପଡ଼ିଛି।
ସକାଳୁ ସହରର ତାପମାତ୍ରା ହଠାତ ବଢ଼ିଯାଉଥିବାରୁ ପୂର୍ବାହ୍ନ ୧୧ଟା ପରେ ରାସ୍ତା ଶୂନଶାନ ହୋଇପଡୁଛି। ଜରୁରୀ କାର୍ଯ୍ୟ ନ ଥିଲେ ଅଧିକାଂଶ ଲୋକ ପଦାକୁ ବାହାରୁ ନ ଥିବା ବେଳେ ବଜାରରେ ବ୍ୟବସାୟ ମଧ୍ୟ ମାନ୍ଦା ପଡ଼ିଯାଇଛି। ତେବେ ଆଖୁରସ, ପଇଡ଼, ଲସି ଦୋକାନଗୁଡ଼ିକରେ ପ୍ରବଳ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ତାପମାତ୍ରା ସମ୍ପର୍କରେ ପ୍ରଶାସନ ପକ୍ଷରୁ ରେକର୍ଡ କରାଯାଉ ନ ଥିବାରୁ ଜନସାଧାରଣ ଏହା ଠିକ୍‌ରେ ଜାଣିପାରୁ ନାହାନ୍ତି। ଏପରି ତାତିକୁ ଦେଖି ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ଅଂଶୁଘାତ ମୁକାବିଲା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲାର ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ବେଡ୍‌ ସହ ଔଷଧ ମହଜୁଦ ରଖାଯାଇଛି। ତେବେ ଅତି ଆବଶ୍ୟକ ନ ପଡ଼ିଲେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ଶ୍ରମିକମାନଙ୍କୁ ମଧ୍ୟ ଏହି ସମୟ ମଧ୍ୟରେ କାମ ନ କରିବାପାଇଁ କୁହାଯାଇଥିବା ଜିଲାପାଳ ସରୋଜ କୁମାର ସେଠୀ ପ୍ରକାଶ କରିଛନ୍ତି। ସେହିପରି ବନ୍ୟପ୍ରାଣୀମାନଙ୍କ ଅବସ୍ଥା ମଧ୍ୟ ଚିନ୍ତାଜନକ ହୋଇଛି। ଜିଲାର ବିଭିନ୍ନ ଜଙ୍ଗଲରେ ଥିବା ଜଳାଶୟ ଗୁଡିକ ଶୁଖି ଯାଉଥିବାରୁ ବନ୍ୟପ୍ରାଣୀମାନେ ଜନବସତି ମୁହଁା ହୋଇଛନ୍ତି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁମିତ କର କହିଛନ୍ତି, ହିନ୍ଦୋଳ ରେଞ୍ଜ ସମେତ ଜିଲାର ଅନ୍ୟ ଜଙ୍ଗଲରେ ସୋଲାର ବ୍ୟବସ୍ଥା ମାଧ୍ୟମରେ ପାଣି ପମ୍ପିଙ୍ଗ କରାଯାଇ କଂକ୍ରିଟ କୁଣ୍ଡରେ ରଖାଯିବା ବ୍ୟବସ୍ଥା ହୋଇଛି। ୱାଟର ହାରଭେଷ୍ଟିଙ୍ଗ ଯୋଜନାରେ ବହୁ ଜଙ୍ଗଲରେ ମଧ୍ୟ ଜଳ ସଂରକ୍ଷଣ କରାଯାଇଛି। ତେଣୁ ବନ୍ୟଜନ୍ତୁଙ୍କ ପିଇବା ପାଇଁ ସେପରି ଅସୁବିଧା ହେବନି ବୋଲି ଆଶା କରାଯାଉଛି। ସେହିପରି ଘନ ଘନ ବିଦ୍ୟୁତ୍‌ କାଟ ଅଭିଯୋଗ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ବେଣୁଧର ଦାସ କହିଛନ୍ତି, ହଠାତ ତାପମାତ୍ରା ବୃଦ୍ଧି ଯୋଗୁ ୨ ଦିନ ସମସ୍ୟା ହୋଇଥିଲା। ଏକ ବଡ଼ ଟ୍ରାନ୍ସଫର୍ମର ପୋଡିଯିବାରୁ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଇତିମଧ୍ୟରେ ଟ୍ରାନ୍ସଫର୍ମରକୁ ମରାମତି କରାଯାଇଥିବା ନିର୍ବାହୀ ଯନ୍ତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri