Posted inରାଜ୍ୟ

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା ତାପମାତ୍ରା ଅନୁଭୂତିକୁ ୪୦ ଡିଗ୍ରୀ ଭଳି ଅନୁଭୂତ ହେଉଥିଲା ବେଳେ ସାଢ଼େ ୧୧ଟା ବେଳେ ୫୦% ଆର୍ଦ୍ରତା ତାତି ମତ୍ରାକୁ ଆହୁରି ଭୟଙ୍କର କରି ଦେଉଛି। ଦିନ ସମୟରେ ଘରୁ ବାହାରିବା ପାଇଁ ସତର୍କ ସୂଚନା ଦେଇଛନ୍ତି ସରକାର। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଚିନ୍ତା ବଢ଼ାଇ ଦେଇଛି।

ଆଇଏମଡି ବୈଜ୍ଞାନିକଙ୍କ କହିବା ମୁତାବକ ଗତ ୪ ଦଶନ୍ଧି (୧୯୮୦-୨୦୨୦) ଭିତରେ ଭାରତରେ ହିଟ୍ ଷ୍ଟ୍ରେସ୍ ୩୦% ବଢ଼ିଛି। ଅତି ଉଚ୍ଚ ତାପମାତ୍ରା ଓ ଅତ୍ୟଧିକ ଆର୍ଦ୍ରତା ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ। ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଅତ୍ୟଧିକ ତାପମାତ୍ରା ସହ ଆର୍ଦ୍ରତା ପରିମାଣ ପ୍ରାୟତଃ ୬୦%ରୁ ଅଧିକ ଥାଏ। ଏହା ପ୍ରଭାବରେ ତାପମାତ୍ରା ଯେତିକି ଥାଏ, ତା’ଠାରୁ ଢେର ଅଧିକ ଅନୁଭୂତ ହୋଇଥାଏ। ଏଭଳି ସ୍ଥିତି ଅତି ବିପଦଜନକ।

ଏହି କ୍ରମରେ ଓଡ଼ିଶା ଭଳି ରାଜ୍ୟରେ ତାତି ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ଯୋଗୁ ହିଟ୍ ଷ୍ଟ୍ରେସ୍ ଚିନ୍ତାର କାରଣ ପାଲଟିଛି। ବିଶେଷଜ୍ଞଙ୍କ ମତରେ ଏହି ହିଟ୍ ଷ୍ଟ୍ରେସ୍ ଏକ ସାଇଲେଣ୍ଟ କିଲର୍। ଏହାର ପ୍ରଭାବରେ ହଠାତ୍ ରକ୍ତଚାପ ବଢିଯିବାର ଆଶଙ୍କା ରହିଛି। ବ୍ରେନ୍‌ ଷ୍ଟ୍ରୋକ୍ ଏବଂ ହୃଦଘାତ୍ ମଧ୍ୟ ହୋଇପାରେ। ଫଳରେ ଲୋକେ ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇପାରନ୍ତି। ଗତବର୍ଷ ଏପ୍ରିଲ ୧୬ରେ ମହାରାଷ୍ଟ୍ରରେ ହିଟ୍ ଷ୍ଟ୍ରେସ୍ କାରଣରୁ ଗୋଟିଏ ଦିନରେ ୧୬ ଜୀବନ ଯାଇଥିଲା।

ସମାନ ସମୟରେ ସାରା ଓଡ଼ିଶା ଗ୍ରୀଷ୍ମ ଲହରୀରେ ୪ ଦିନ ହେଲାଣି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ଧାରା ଆହୁରି ୩ ଦିନ ରହିପାରେ। ଗୁରୁବାର ଭୁବନେଶ୍ଵର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା। ଭୁବନେଶ୍ୱର ତଳକୁ ଅନୁଗୁଳ ତାପମାତ୍ରା ୪୩.୩, ବୌଦ୍ଧ ୪୩.୫ ଡିଗ୍ରୀ ଥିଲା । ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ପାର୍ କରିଥିଲା ।

ପାଣିପାଗ ବିଭାଗ ଚେତାଇ ଦେଇଛି, ଗୁରୁବାର ଭଳି ଶୁକ୍ରବାର ବି ସିଭିୟର ହିଟ୍ ୱେଭ୍ (ସାଂଘାତିକ ଗ୍ରୀଷ୍ମ ଲହରୀ) ଅନୁଭୂତ ହେବ। କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଆଶଙ୍କା ଅଛି। ତେଣୁ ପ୍ରବଳ ଗ୍ରାମକୁ ନଜରରେ ରଖି ଲୋକମାନେ ସତର୍କ ରହିବା ଜରୁରୀ ହୋଇପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?