ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ ଡାକ୍ତର, ନିକଟସ୍ଥ ହସ୍ପିଟାଲ, ଜରୁରିକାଳୀନ ଯୋଗାଯୋଗ ନମ୍ବର, ଏପରିକି ୧୦୮କୁ ସିଧାସଳଖ ଫୋନ୍‌ କଲ୍‌ ଯିବ। ଏଭଳି ଏକ ମାସ୍କ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଟିଏମ୍‌ ବିଭାଗ ଶେଷବର୍ଷର ଛାତ୍ରୀ ଦେବଶ୍ରିତା ଦାସ। ଯାହାର ନଁା ଦେଇଛନ୍ତି, ଏଆଇ ପାୱାର ପୋର୍ଟେବୁଲ ସ୍ମାର୍ଟ ଅକ୍ସିଜେନ ମାସ୍କ ତଥା ‘ହାର୍ଟଗାର୍ଡ’। ତାଙ୍କର ଏଭଳି ଉଦ୍ଭାବନକୁ ନେଇ ଡାକ୍ତରୀ ମହଲରେ ମଧ୍ୟ ଆଲୋଚନା ଜୋର୍‌ ଧରିଛି।
ଛକ ନିବାସୀ ଦୀପକ ଦାସ ଏବଂ ଅର୍ପିତା ଦାସଙ୍କ ଝିଅ ଦେବଶ୍ରିତା। ତାଙ୍କ କହିବା ଅନୁସାରେ, ହୃଦ୍‌ଘାତରେ ଜେଜେବାପାଙ୍କୁ ହରାଇବା ପରେ ‘ହାର୍ଟଗାର୍ଡ’ ତିଆରି କରିବା ନେଇ ଚିନ୍ତା କରିଥିଲେ। ଏକ ବିବାହ ଭୋଜି କାର୍ଯ୍ୟକ୍ରମକୁ ଜେଜେବାପାଙ୍କ ସହ କେନ୍ଦୁଝର ଯାଇଥିବା ବେଳେ ସେଠାରେ ଅଭାବନୀୟ ଘଟଣା ଘଟିଯାଇଥିଲା। ଜେଜେବାପାଙ୍କ ମୃତ୍ୟୁ ତାଙ୍କୁ ବିଚଳିତ କରିଥିଲା। ଗତ ଦୁଇବର୍ଷ ହେବ ସେ ହାର୍ଟଗାର୍ଡ ତିଆରିରେ ଲାଗିଛନ୍ତି। ସେ ଏକ ସଫ୍ଟୱେୟାର ପ୍ରସ୍ତୁତ କରିଛନ୍ତି। ଆଲଗୋରିଦିମ ବ୍ୟବହାର ଦ୍ୱାରା ଏହି ସଫ୍ଟୱେୟାର ଶାରୀରିକ ଅସୁସ୍ଥତାକୁ ଦର୍ଶାଇ ପାରୁଛି। ମାସ୍କ ପିନ୍ଧିଥିବା ବ୍ୟକ୍ତି ଅସହଜ ଅନୁଭବ କଲେ କିମ୍ବା ହୃଦ୍‌ରୋଗ ଜନିତ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ମାସ୍କରେ ଖଞ୍ଜା ଯାଇଥିବା ଆଲାର୍ମ ତୁରନ୍ତ ବାଜି ଉଠୁଛି। ଏଥିରେ ଜିପିଏସ୍‌ ଲୋକେଶନ ମଧ୍ୟ ମହଜୁଦ ରହିଛି। ଯଦ୍ଦ୍ବାରା ସମ୍ପୃକ୍ତ ବ୍ୟକ୍ତିଙ୍କ ଠିକଣା ତ୍ୱରିତ ଜଣାପଡ଼ିପାରୁଛି। କେବଳ ସେତିକି ନୁହେଁ, ମାସ୍କ ଜରିଆରେ ଅକ୍ସିଜେନ ଥେରାପୀ ମଧ୍ୟ ଦିଆଯାଇପାରୁଛି। ହାର୍ଟଗାର୍ଡ ମାସ୍କ ଉପରେ ଆହୁରି କାମ ବାକି ଅଛି। ଆଗାମୀ ଦିନରେ ସଫ୍ଟୱେୟାର ଡେଭଲପ୍‌ କରାଯିବା ସହିତ ମାସ୍କ ଜରିଆରେ ଇସିଜି ଏବଂ ରକ୍ତଚାପ ପରୀକ୍ଷା ମଧ୍ୟ କରାଯାଇ ପାରିବ ବୋଲି ଦେବଶ୍ରିତା କହିଛନ୍ତି।
କି, ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଷ୍ଟାର୍ଟଅପ ଇନୋଭେଟିଭ୍‌ ପ୍ରତିଯୋଗିତାରେ ଦେବଶ୍ରିତାଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମିଳିଥିଲା। ଏହି ପୁରସ୍କାର ରାଶି ବ୍ୟବହାର କରି ସେ ହାର୍ଟଗାର୍ଡ ମାସ୍କ ତିଆରି ଉପରେ ମନୋନିବେଶ କରିଥିଲେ। ମାସ୍କପୂର୍ଣ୍ଣ ରୂପରେ ପ୍ରସ୍ତୁତ ହେବାକୁ ଆଉ ୪ରୁ ୫ବର୍ଷ ସମୟ ଲାଗିବ ବୋଲି ସେ କହିଛନ୍ତି, ଯାହାର ବଜାର ମୂଲ୍ୟ ୨୫ହଜାର ଟଙ୍କା ରହିବ। ମାତ୍ର ସରକାରୀସ୍ତରରେ ସହାୟତା ମିଳିଲେ ହାର୍ଟଗାର୍ଡ ମାସ୍କ ଅଳ୍ପ ସମୟ ବ୍ୟବଧାନରେ ପ୍ରସ୍ତୁତ ହୋଇ ପାରିବ ଏବଂ ଏହାର ମୂଲ୍ୟ ମଧ୍ୟ ହ୍ରାସ ପାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?