Posted inଫୁରସତ

ସନ୍ଧ୍ୟା ହେଲେ କୁକୁରକୁ ଭେଟିବା ପାଇଁ ସମୁଦ୍ରରୁ ଚାଲିଆସୁଥିଲା ସି-ଲାୟନ, ଦିନେ ଘଟିଲା ଏମିତି…

ବନ୍ଧୁତା ଯେ କେବଳ ମଣିଷମାନଙ୍କ କ୍ଷେତ୍ରରେ ହୋଇଥାଏ ତାହା ନୁହେଁ, ବନ୍ଧୁତା ପଶୁପକ୍ଷୀଙ୍କ ସହ ମଧ୍ୟ ହୋଇଥାଏ। ଆଜିର ଏହି ସ୍ବତନ୍ତ୍ର ଦିବସରେ ସୋସିଆଲ ମିଡିଆରେ ଏକ କୁକୁର ଏବଂ ସି ଲାୟନର ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଶ୍ରେଷ୍ଠ ବନ୍ଧୁତା ବୋଲି କହିବେ।

ଏକ ପୋଷା କୁକୁର(ଲାବ୍ରାଡର) ଏବଂ ସି ଲାୟନ ମଧ୍ୟରେ ବନ୍ଧୁତା ହୋଇଥିଲା। ପ୍ରତିଦିନ ସେମାନେ ସନ୍ଧ୍ୟାରେ ସମୁଦ୍ର କୂଳରେ ସାକ୍ଷାତ କରି ପରସ୍ପର ସହିତ ସମୟ କଟାଉଥିଲେ। ଏହା ତାଙ୍କର ଦୈନନ୍ଦିନ ସାକ୍ଷାତରେ ପରିଣତ ହୋଇଥିଲା। କୁକୁରର ମାଲିକାଣୀ ଲେନନ୍‌ ଷ୍ଟେଲା ମଧ୍ୟ ଏହା ଜାଣିଥିଲେ। ଏହି ଦୁଇଜଣଙ୍କର ବନ୍ଧୁତାକୁ ପସନ୍ଦ କରିଥିଲେ।

କୁକୁରର ମାଲିକାଣୀ ଲେନନ ଷ୍ଟେଲା ନିଜେ ସୋସିଆଲ ମିଡିଆରେ ଲୋକଙ୍କୁ ଡଗ୍‌ ସ୍ଲାଇମ୍‌ ଏବଂ ସି ଲାୟନର ଏହି କାହାଣୀ କହିଥିଲେ। ଦୁହେଁ ଏକାଠି ଖେଳୁଥିଲେ, କିନ୍ତୁ ଦିନେ ସେମାନଙ୍କ ସହ କିଛି ଖରାପ ଘଟଣା ଘଟିଗଲା। କୁକୁର ସ୍ଲାଇମ୍‌ ବିଚରେ ପହଞ୍ଚିବା ପରେ ସି ଲାୟନ ସେଠାରେ ବାଲି ଉପରେ ପଡ଼ି ରହିଥିଲା। ତା’ର ମୃତ୍ୟୁ ହୋଇସାରିଥିଲା। ଅନ୍ୟ ସାମୁଦ୍ରିକ ଜୀବଙ୍କ ଆକ୍ରମଣରେ ସି ଲାୟନଟି ପ୍ରାଣ ହରାଇଥିଲା। ଏହା ଦେଖି ସ୍ଲାଇମ୍‌ ସେଠାରେ କାନ୍ଦିବାକୁ ଲାଗିଲା। ସେଠାରୁ ସେ ଜମା ଆସିଲା ନାହିଁ। ଏହା ଦେଖି ମାଲିକାଣୀଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା। ସେ ତାଙ୍କ କୁକୁର ଏବଂ ସି ଲାୟନର କାହାଣୀ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ, ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ।

ଭିଡିଓରେ ଉଭୟ ସମୁଦ୍ରକୂଳରେ ମଜା କରୁଥିବା ଦେଖିବାକୁ ମିଳିଛି। ସେମାନେ କାଲିଫର୍ନିଆର ମାଲିବୁ ସମୁଦ୍ର କୂଳରେ ମଜା କରୁଥିଲେ। ଏହା ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା। ତାଙ୍କର ବନ୍ଧୁତା ବେଶିଦିନ ରହିନାହିଁ। ଶେଷରେ ସି ଲାୟନର ମୃତ୍ୟୁ ଘଟିଛି। ଯିଏ ଏହି ଭିଡିଓ ଦେଖୁଛି ସେ କେବଳ ସେମାନଙ୍କର ବନ୍ଧୁତା ଏବଂ ସହାନୁଭୂତିକୁ ପ୍ରଶଂସା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri